Breaking
News
Breaking
News
19-Aug-2026
ଦେଢ଼ କୋଟି ଟଙ୍କାର ସାମଗ୍ରୀ ହେରଫେର ଓ ଠକେଇ ଅଭିଯୋଗରେ ଅଭିଯୁକ୍ତ ସରୋଜ ସାହୁ ଗିରଫ !
ଓଡିଶା ଜନ ମତ,ବ୍ରହ୍ମପୁର, ତା. ୧୯ / ୮,
କେ.ସତ୍ୟନାରାୟଣ ରେଡ୍ଡୀ:-----
ବ୍ରହ୍ମପୁର ମହାନଗର ନିଗମ ଅଧିନସ୍ଥ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ବାଇପାସ୍ ରୋଡ୍ରେ ଥିବା ‘ଗ୍ଲୋବାଲ୍ ଏଣ୍ଟରପ୍ରାଇଜେସ୍’ କାରଖାନାରୁ ପ୍ରାୟ ଦେଢ଼ କୋଟି ଟଙ୍କାର ସାମଗ୍ରୀ ହେରଫେର ଓ ଠକେଇ କରିବା ଅଭିଯୋଗ ଆଧାରରେ ଉକ୍ତ କାରଖାନାର ମାଲିକକୁ ହତ୍ୟା ଧମକ ଦେବା ମଧ୍ୟ ଅଭିଯୋଗ ହୋଇଛି ।
ଏହି ମାମଲାରେ ଉକ୍ତ କାରଖାନାରେ କାମକରୁଥିବା ପୂର୍ବତନ କର୍ମଚାରୀ ସରୋଜ କୁମାର ସାହୁ (୩୨)ଙ୍କୁ ବୈଦ୍ୟନାଥପୁର ଥାନା ପୋଲିସ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।।
BACK TO TOP