Breaking News

ଜିରୋ ରନ ରେ କେବେବି ଆଉଟ ହୋଇ ନଥିବା ଜଣେ କ୍ରିକେଟିଏର |   (21-Aug-2026)       ||      କନ୍ୟାରୀ ବାଡ଼ିରେ ବେସାହାରା ହୋଇଥିବା ଚାରି କୁନି ଛୁଆଙ୍କୁ ସାହାଯ୍ୟ କଲେ ବିଧାୟକ ପ୍ରତାପ ନାୟକ |    (21-Aug-2026)       ||      ସାଧାରଣ ଲୋକଙ୍କ ପାଈଁ ନାହିଁ ଶ୍ମଶାନ କୁ ରାସ୍ତା , ଶବସଂସ୍କାର ପାଈଁ ହଟ ହଟା |   (21-Aug-2026)       ||      ଜୁଆ ଆଡ୍ଡା ଉପରେ ପୋଲିସ ର ଚଢ଼ାଉ ବାଇକ, ଟଙ୍କା ସହ 7ଜଣ ଗିରଫ |    (21-Aug-2026)       ||      ତପ୍ତପାଣି ଉଷ୍ଣ ପଶ୍ରବଣ ପରିଦର୍ଶନ କରି କନ୍ଧୁଣୀ ଦେବୀଙ୍କ ଉନ୍ନୟନ ବୁଲି ଦେଖିଲେ ବିଧାନ ସଭା ଗୃହ କମିଟି |   (21-Aug-2026)       ||      ବେଗୁନିଆପଡା ବ୍ଲକରେ ସାମାଜିକ ସୁରକ୍ଷା ଜନ ଶୁଣାଣୀ ଅନୁଷ୍ଠିତ |   (21-Aug-2026)       ||      ବସ ସହିତ ବୁଲେଟ ମୁହାଁମୁହିଁ ଧକ୍କାରେ ଯୁବକ ମୃତ |    (21-Aug-2026)       ||      ବ୍ରହ୍ମପୁର ରେ ତିନି ଦିନିଆ ରାଜ୍ୟ ସ୍ତରୀୟ ଲୋକନାଟକ ମହୋତ୍ସବ ଉଦଯାପିତ |    (21-Aug-2026)       ||      ଭଲ ପାଇ ଧୋକା ଦେଲା ପ୍ରେମିକ, ଥାନାରେ ମାମଲା ରୁଜୁ |    (21-Aug-2026)       ||      ହିଞ୍ଜିଳି କାଟୁ ବିଜ୍ଞାନ ମହା ବିଦ୍ୟାଳୟ କୁ ଏକକ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦେବାକୁ ଦାବି |    (21-Aug-2026)       ||      ବେଗୁନିଆପଡା ବ୍ଲକର 49 ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ |    (21-Aug-2026)       ||      ପୁରୁଷୋତ୍ତମପୁର ରେ ଉଦଯାପିତ ହେଲା ତିନିଦିନ ଧରି ଚାଲିଥିବା ଲକ୍ଷପତି ଦିଦି କାର୍ଯ୍ୟକ୍ରମ ||   (21-Aug-2026)       ||      ବିଧାନ ସଭା ଗୃହ କମିଟି ଅଧକ୍ଷ ଓ ସଦସ୍ୟ ମାନେ ମା ତାରା ତାରିଣୀ ଙ୍କୁ ଦର୍ଶନ କଲେ ||   (21-Aug-2026)       ||      ବିଭିନ୍ନ ଅସୁବିଧା ନେଇ ବିଡ଼ିଓ ଙ୍କୁ ଦାବିପତ୍ର ଦେଲେ ମଠ ବରିଡା ଗ୍ରାମବାସୀ |   (20-Aug-2026)       ||      ବିଭିନ୍ନ ସମସ୍ୟା ନେଇ କୃଷକ ସଂଘର ଜିଲ୍ଲା ପାଳ ଙ୍କୁ ଦାବିପତ୍ର |    (20-Aug-2026)       ||      ସୁନା ଲୁଟ କରିବାକୁ ଆସି ଭୁଜାଲିରେ ପରିବାର ଙ୍କୁ ଆକ୍ରମଣ |    (20-Aug-2026)       ||      ବଟି ମାଗିବାକୁ ନେଇ ବିଜେପି ନାରୀ ନେତ୍ରୀଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ |   (20-Aug-2026)       ||      ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇ ପାଲଥିନ ତଳେ ଜୀବନ ବିତାଉଛନ୍ତି |    (20-Aug-2026)       ||      ଦାରା ସିଂହ ଙ୍କ କେଶ ରେ ସରକାର ଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ ||   (20-Aug-2026)       ||      ଦାରା ସିଂହ ଙ୍କ ଶୁଣାଣୀ ଉପରେ ସରକାର ଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ କୋର୍ଟ |    (20-Aug-2026)       ||     

ଖଲ୍ଲିକୋଟ ଜିଲ୍ଲାଶିକ୍ଷା ଓ ପ୍ରଶକ୍ଷିଣ ପକ୍ଷରୁ ଦ୍ୱତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ |

01-Aug-2025

.ଖଲ୍ଲିକୋଟ : ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଗଂଜାମ, ଖଲ୍ଲିକୋଟ ପକ୍ଷରୁ ଦ୍ୱିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ଅଭିମୁଖୀକରଣ ବୈଠକ ଅନୁଷ୍ଠିତ,

      ଓଡିଶା ଜନମତ ବ୍ୟୁରୋ,

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଗଂଜାମ, ଖଲ୍ଲିକୋଟ ପକ୍ଷରୁ ଚଳିତ ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ଦ୍ୱିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ଅଭିମୁଖୀକରଣ ବୈଠକ ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ ଶୁଭୋଦ୍ଘାଟିତ ହୋଇଛି । ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନିକଟରେ ସର୍ବପ୍ରଥମେ ପ୍ରତିଷ୍ଠାନର ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ପରିଡ଼ା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅବସରପ୍ରାପ୍ତ ଅଧ୍ୟକ୍ଷ ଚଣ୍ଡେଶ୍ୱର ମହାପାତ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରି ବୈଠକର ଶୁଭୋଦ୍ଘାଟନ କରିଥିଲେ । ସି ଆର୍ ସି ସି  ଦୀପ ମନ୍ତ୍ର ଉଚ୍ଚାରଣ କରିଥିଲେ । ବରିଷ୍ଠ ପ୍ରଶିକ୍ଷକ ବିଷ୍ଣୁ ନାରାୟଣ ଜେନା 
ପ୍ରାକ୍ ସୂଚନା ପ୍ରଦାନ କରିଥିଲେ । 
ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଶ୍ରୀଯୁକ୍ତ ମହାପାତ୍ର କ୍ଲଷ୍ଟର ସ୍ତରୀୟ ବୈଠକର ସଫଳତା ପାଇଁ ସି ଆର ସି ସି ମାନେ ଯତ୍ନବାନ ହେବା ଆବଶ୍ୟକ । ଶିଶୁଙ୍କ ରୁଚି ଆଗ୍ରହ ପ୍ରତି ଦୃଷ୍ଟି ଦେବା ବିଧେୟ । ଶିଶୁ ମାନସିକତା, କଳ୍ପନାକୁ ଆଧାର କରି ଟି ଏଲ୍ ଏମ୍ ପ୍ରସ୍ତୁତି କଲେ ତାହା ବ୍ୟବହାର ଉପଯୋଗୀ ହୋଇପାରିବ । ଶିଶୁ ବାଟିକାର ସଫଳ ରୂପାୟନ ପାଇଁ ଯଥୋଚିତ ପ୍ରଶିକ୍ଷଣର ଗୁରୁତ୍ୱ ରହିଛି, ବୋଲି ମତପୋଷଣ କରିଥିଲେ । ବହୁ ଶ୍ରେଣୀ ପରିଚାଳନା ବିଷୟରେ ଅଭିବ୍ୟକ୍ତ କରିଥିଲେ ।
ଅଧ୍ୟକ୍ଷ ଡକ୍ଟର ପରିଡ଼ା ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ କ୍ଲଷ୍ଟର ଅନ୍ତର୍ଗତ ବିଦ୍ୟାଳୟରେ ପ୍ରତ୍ୟେକ ମାସର ପ୍ରଥମ ଶନିବାର ଧାର୍ଯ୍ୟ କରିବା ମୂଳରେ ସକାରାତ୍ମକ ପ୍ରଭାବ ରହିଛି । ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଏଫ୍ ଏଲ୍ ଏନ୍ ଦକ୍ଷତା ସଠିକ୍ ପ୍ରାପ୍ତ କରାଇବା, ରାଜ୍ୟରେ ଗଂଜାମ ଜିଲ୍ଲାର ପରଖ କ୍ଷେତ୍ରରେ ଯେଉଁ ଅଭୂତପୂର୍ବ ସଫଳତା ଲାଭ କରିଛି, ସେ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । କଳା ଭିତ୍ତିକ ଶୈକ୍ଷିକ ଧାରା ଉପରେ ଅଧ୍ୟକ୍ଷ ଡକ୍ଟର ପରିଡ଼ା ବକ୍ତବ୍ୟ ପ୍ରଦାନ କରିଥିଲେ । 
ଶିକ୍ଷକଙ୍କ ଦକ୍ଷତାର ବିକାଶ ଦିଗରେ ଏହାର ଭୂମିକା ନିହାତି ଗ୍ରହଣୀୟ ବୋଲି ପ୍ରତିପାଦନ କରିଥିଲେ । ପ୍ରତ୍ୟେକ ଶିକ୍ଷକ ପ୍ରଶିକ୍ଷଣ ଗ୍ରହଣ କରିବାର ପ୍ରୟୋଜନତା ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସି ଆର୍ ସି ସି ମାନେ ସକାରାତ୍ମକ ପ୍ରକ୍ରିୟାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମସ୍ତ ପ୍ରକାର ଶୈକ୍ଷିକ ସହଯୋଗ କରିବା ଉପରେ ପ୍ରାଧାନ୍ୟ ଦେଇଥିଲେ । ନୂଆ କରି ଆରମ୍ଭ ହୋଇଥିବା ଶିଶୁ ବାଟିକା ବିଷୟରେ ଆଲୋଚନା ସହିତ ବିଦ୍ୟାଳୟ ବିକାଶ, ଶିକ୍ଷା ଅଧିକାର, ଶିକ୍ଷକ ସହାୟକ ପୁସ୍ତିକା, କାର୍ଯ୍ୟ ପୁସ୍ତିକା ଉପରେ ଆଲୋଚନା କରିଥିଲେ ।
ଜାତୀୟ ଶିକ୍ଷା ନୀତି -୨୦୨୦ ଓ ଆଦ୍ୟ ଶୈଶବ ଶିକ୍ଷା, ଜାତୀୟ ପାଠ୍ୟକ୍ରମ ଆଧାର, ଶିଶୁ ବାଟିକା ଶିକ୍ଷାର ଗୁରୁତ୍ୱ, ଶିଶୁ ବାଟିକା ଶିକ୍ଷାର୍ଥୀଙ୍କୁ ବୁଝିବା, ଶିକ୍ଷଣ ଫଳାଫଳ, ଶିକ୍ଷଣ ଯୋଜନା, ଅଭିଭାବକ ଓ ଗୋଷ୍ଠୀର ଭୂମିକା, ମାନ ନିର୍ଦ୍ଧାରଣ ଆଦି ବହୁବିଧ ଦିଗ ସମ୍ପର୍କରେ ଆଲୋଚନା ହୋଇଥିଲା । ଗତ ତା ୨୯/୦୭/୨୫ରିଖରୁ ଆରମ୍ଭ ହୋଇଥିବା ଏହି ବୈଠକ ଆଜି ଅର୍ଥାତ୍ ତା ୦୧/୦୮/୨୫ ରିଖରେ ଉଦଯାପିତ ହୋଇଯାଇଛି । ଗଂଜାମ ଜିଲ୍ଲାର ସମସ୍ତ ବ୍ଲକର ସି ଆର୍ ସି ସି ଅନୁଷ୍ଠିତ ତ୍ରିଦିବସୀୟ ବୈଠକରେ ଉପସ୍ଥିତ ରହି ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ଆୟୋଜିତ ତ୍ରିଦିବସୀୟ ବୈଠକରେ ବରିଷ୍ଠ ପ୍ରଶିକ୍ଷକ ବିଷ୍ଣୁ ନାରାୟଣ ଜେନା, ଜିତେନ୍ଦ୍ର ପଣ୍ଡା, ନବୀନ ପାରମାଣିକ, ସୁକୁଲେଇ ଟୁଡୁ, ପ୍ରଶିକ୍ଷିକା ଡକ୍ଟର ନୀହାରିକା ସାମନ୍ତରାୟ, ଭାବିଲିତା ନାୟକ, ଲିପିଶ୍ରୀ ଦେବୀ, ସୁଶ୍ରୀ ଗାୟତ୍ରୀ ସ୍ୱାଇଁ, ଜୟନ୍ତୀ ବେହେରା, କଲ୍ୟାଣୀ କୁମାରୀ ଗୈ।ଡ଼ ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । କାର୍ଯ୍ୟାଳୟର ସେକ୍ସନ ଅଧିକାରୀ ପ୍ରବେଶ କୁମାର ପଟ୍ଟନାୟକ, ସହକାରୀ କିରାଣୀ ଆଶିଷ ରଂଜନ ସେଠୀଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀ ବୈଠକକୁ ସଫଳ କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ ।

News Comment

You Might Also Like

  ଶି‍କ୍ଷା ଓ ନିଯୁକ୍ତି  

ସ୍ୱାଧୀନତା ଦିବସ ରେ ମେଧା ସମ୍ମାନ |

BACK TO TOP