Breaking News

ଶୁଣିଲାନି ପ୍ରଶାସନ, ଘର ଉଛେଦ ପରେ ଗଛ ମୂଳହିଁ ଭରସା |    (25-Aug-2026)       ||      ଅତିଶୀଘ୍ର ଶ୍ରୀମନ୍ଦିର ରେ ଆରମ୍ଭ ହେବ ଧାଡି ଦର୍ଶନ |    (25-Aug-2026)       ||      ଛେଳି ଚୋରିକରି ବୋଲରା ଗାଡ଼ିରେ ନେଉଥିଲା ବେଳେ ପୋଲିସ ଦ୍ୱାରାତିନି ଗିରଫ ||   (25-Aug-2026)       ||      ବର୍ଷା ଯୋଗୁଁ ଭାଙ୍ଗିଲା ନୂଆବନ୍ଧ,, ଚାଷ ଜମି ହେଲା ବାଲିଚର |    (25-Aug-2026)       ||      ଲଡଶ ରେ ଶେଷ ମୁହୂର୍ତ୍ତ ରେ ଟିମ ଇଣ୍ଡିଆ ର ଦମ ଦେଖି ପ୍ରଶଂସା କଲେ ଗୃହ ମନ୍ତ୍ରୀ |    (25-Aug-2026)       ||      ମେଡିକାଲ ଆଗରେ ଜବର ଦଖଲ ଉଛେଦ ଯୋଗୁଁ ବ୍ୟବସାୟୀ ଙ୍କ ଉଜୁଡି ଗଲା ବେଉସା |    (25-Aug-2026)       ||      ବେଆଇନ ଭାବେ ଚାଲୁଥିବା ସ୍କୁଲ ବସକୁ ଜବତ କଲେ କଟକ ଆର ଟି ଓ ବିଭାଗ ଅଧିକାରୀ |    (24-Aug-2026)       ||      ଭିଜିଲାନ୍ସ ହାତରେ ଧରା ପଡିଲେଅବସର ପ୍ରାପ୍ତ ସିନିଏର ରେଭେନ୍ୟୁ ଆସିଷ୍ଟାଣ୍ଡ ଅଧିକାରୀ |    (24-Aug-2026)       ||      ବାଣପୁର ବ୍ଲକରେ ଜିଲ୍ଲା ପାଳ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (24-Aug-2026)       ||      ବଡ଼ ମାଣିଝୋଲା ନଦୀରୁ ନିଖୋଜ ଛାତ୍ର ଙ୍କ ମୃତ ଦେହ ଉଦ୍ଧାର |   (24-Aug-2026)       ||      ଦିଗିପଡି ଗାଁରେ ଲଗାଣ ବର୍ଷା ରେ ମାଟି ଅତଡ଼ା ଖସି ରାସ୍ତାରେ ବିରାଟ ଗର୍ତ୍ତ ||   (24-Aug-2026)       ||      ବାଲିଗୁଡା ନିର୍ବାଚନ ମଣ୍ଡଳୀ ରପୂର୍ବତନ ବିଧାୟକ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ |    (24-Aug-2026)       ||      ଶ୍ରାବଣ ଶେଷ ସୋମବାର ରେ କନ୍ଧମାଳ ଜଳେଶ୍ୱର ରେ କାଉଡିଆ ଙ୍କ ପ୍ରବଳ ଭିଡ଼ |    (24-Aug-2026)       ||      ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି, ରମ୍ଭା ଅଞ୍ଚଳରେ ଏବେବି ଚାଲିଛି କଙ୍ଗାରୁ କୋର୍ଟ |   (24-Aug-2026)       ||      ପରଲୋକରେ ବରିଷ୍ଟ ବିଜେପି କର୍ମୀ ରମେଶ ଚନ୍ଦ୍ର ମିଶ୍ର, ଶୋକବ୍ୟକ୍ତ କଲେ ବହୁ ବ୍ୟକ୍ତି ବିଶେଷ |    (24-Aug-2026)       ||      ପଦ୍ମନାଭ ସାହୁଙ୍କ ଦ୍ୱାଦଶାହ ଦିବସରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (24-Aug-2026)       ||      ଛାତ ଉପରେ ମାଙ୍କଡ଼ ଆକ୍ରମଣ ରେ ତଳେ ପଡି ଯୁବତୀ ଗୁରୁତର,    (24-Aug-2026)       ||      ପାକିସ୍ତାନ ର ପୂର୍ବତନ କ୍ରିକେଟ ଅଧିନାୟକ ଙ୍କ ଉତ୍ତମ ଚିକିତ୍ସା ପାଈଁ ପାକ ସରକାର ଙ୍କୁ ଚିଠି ଲେଖିଲେ ବହୁ ଅଧିନାୟକ |    (24-Aug-2026)       ||      ତାରିଣୀ ଗଣ ନାଟ୍ୟ ଓ ନିଶା ମହାରଣଙ୍କଅଭିନୀତ ଅନୁସନ୍ଧାନ ମୂଳକ ନାଟକ "ନିଶା, ନିଶା, ରାତି ` |    (24-Aug-2026)       ||      ଦୀର୍ଘ ଅଢେଇ ବର୍ଷ ପରେ ମଧ୍ୟ ଆଦର୍ଶ ହଷ୍ଟେଲ କାମ ସରୁନି |    (24-Aug-2026)       ||     

ପୋଲସରା ଏନଏସି ସଫେଇ କର୍ମଚାରୀ ଙ୍କୁ ଆକ୍ରମଣ ଘଟଣାରେ ପୋଲିସ ଦ୍ୱାରା ତିନି ଗିରଫ |

13-Jul-2025

ଏନଏସି ସଫେଇ କର୍ମଚାରୀଙ୍କୁ ଆକ୍ରମଣ , ମୋଟ ତିନି ଗିରଫ,

ଓଡ଼ିଶା ଜନମତ, ପୋଲସରା, ସନ୍ତୋଷ କୁମାର ପଣ୍ଡା
୧୩/୦୭/୨୫ : 

ପୋଲସରାର ସଫେଇ କର୍ମଚାରୀ କିରଣ ନାୟକଙ୍କୁ ଆକ୍ରମଣ ମାମଲାରେ ପୋଲସରା ପୋଲିସ ଜୁଲାଇ ୧୨ ତାରିଖରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଜୁଲାଇ ୧୩ ତାରିଖ ଦିନ ଆଉ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଗୁରୁବାର ଦିନ ସକାଳେ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ସଫେଇ କର୍ମଚାରୀ ତଥା ଓଇରାଣି ବନ୍ଧ ବଡ଼ ହରିଜନ ସାହିର କିରଣ ନାୟକ ଲଙ୍ଗଳେଶ୍ବର ପାର୍କ ନିକଟରେ ଝାଡୁ କରିବା ସମୟରେ ତିନି ଜଣ ଯୁବକ ଗୋଟିଏ ସ୍କୁଟିରେ ଆସି ତାଙ୍କୁ ବିଭିନ୍ନ ପ୍ରକାର ମାରଣାସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଗୁରୁତର ଆହତ କିରଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। କିରଣ ଗୁରୁତର ଆହତ ହୋଇଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିରଣ ବର୍ତ୍ତମାନ ବ୍ରହ୍ମପୁର ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଘଟଣା ସମ୍ପର୍କରେ କିରଣଙ୍କ ମାଆ ଜୟନ୍ତୀ ନାୟକଙ୍କ ଏତଲାକୁ ଭିତ୍ତି କରି ପୋଲସରା ପୋଲିସ କେସ ନଂ ୪୯୨/୨୫ ପ୍ରକାରେ ଏକ ମାମଲା ରୁଜ୍ଜୁ କରିଥିଲେ। ଜୁଲାଇ ୧୨ ତାରିଖ ଦିନ ଓଇରାଣି ବନ୍ଧ ବଡ଼ ହରିଜନ ସାହିର ସନ୍ତୋଷ ନାୟକ ଓ ତାଙ୍କ ପୁଅ ଶିବ ନାୟକ ଙ୍କୁ ପୋଲିସ ଗିରଫ୍ କରି କୋର୍ଟ ଚାଲାଣ କରିଥିଲେ। ଜୁଲାଇ ୧୩ ତାରିଖ ଦିନ ଏହି କେଶ ମାମଲାରେ ବ୍ରହ୍ମପୁର ମହାନଗରର ଖୋଡାସିଙ୍ଗ ର ଆଲୋକ ଘଡେଇ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ମୋଟ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି କୌଶିକ ମାଝୀ ପ୍ରକାଶ କରିଛନ୍ତି।

News Comment

You Might Also Like

BACK TO TOP