Breaking
News
Breaking
News
01-Jul-2025
ଗୋଳନ୍ଥରା ଅଞ୍ଚଳରେ ପୁଣି ଏକ ନାବାଳିକା କୁ ବଳତ୍କାର,
ଓଡିଶା ଜନମତ, ଗୋଳନ୍ଥରା,କୈଳାସ ଚନ୍ଦ୍ର ଚୌଧୁରୀ, ତା --01/07/25:
*ଗୋଳନ୍ଥରା ଥାନା ଅର୍ନ୍ତଗତ ଏକ ଗାଁ ରେ ୧୨ବର୍ଷର ଝିଅକୁ ହାତ ବାନ୍ଧି ବଳାତ୍କାର ମାମଲାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି। ଉକ୍ତ ନାବାଳିକା କୁ ଜଣେ ୧୯ ବର୍ଷ ର ଯୁବକ ଦୁଷ୍କର୍ମ କରୁଥିବା ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ କୁ କାବୁ କରିବା ସହ ପୀଡ଼ିତା ନାବାଳିକା କୁ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ଓ ଅଭିଯୁକ୍ତକୁ ପୋଲିସ କୁ ଦେଇଥିଲେ। ପୋଲିସ ପରିବାର ଲୋକଙ୍କ ଠାରୁ ଅଭିଯୋଗ ଗ୍ରହଣ କରି ଉଭୟଙ୍କୁ ଡ଼ାକ୍ତରୀ ମାଇନା କରିଛନ୍ତି । ଅଭିଯୁକ୍ତ କୁ ଆଜି କୋର୍ଟ ଚାଲାଣ ହେବ ବୋଲି ଜଣାପଡିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଜିଲ୍ଲା ପାଇଁ ଏହା ଆଉ ଏକ ଲଜ୍ୟା ବୋଲି ସାଧାରଣରେ ଆଲୋଚନା ହେଉଛି।*
BACK TO TOP