Breaking News

ବିଜେପିର ମଣ୍ଡଳ ସ୍ତରୀୟ ସାଙ୍ଗଠନିକ ବୈଠକ ସାଙ୍କୁଡ଼ା ଠାରେ ଅନୁଷ୍ଠିତ |    (29-Aug-2026)       ||      ଡି ଏ ଭି ପବ୍ଲିକ ସ୍କୁଲ ତରଫରୁ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ "ମିନି ମାରାଥନ `   (29-Aug-2026)       ||      ରାତିରେ ସୋଇଥିଲା ବେଳେ ସର୍ପ ଦଂଶନ ରେ ଭାଇ ଭଉଣୀ ମୃତ |    (29-Aug-2026)       ||      କଟକ ବଡ଼ ମେଡିକାଲ ଡାଟା ଏଣ୍ଟ୍ରି ଅଧିକାରୀ ଅର୍ଥ ହେର ଫେର ଘଟଣା ରେ ଗିରଫ ||    (29-Aug-2026)       ||      ଏମ ଏମ ଡି ଆର ସଂଶୋଧନ ବିଲ ଓଡିଶା ତଥା ଆଦିବାସୀ ବିରୋଧ |    (29-Aug-2026)       ||      ଅଢ଼େଇ ବର୍ଷ ପରେ ପୁରୁଣା ହତ୍ୟା ମାମଲାରେ ଦୁଇ ଗିରିଫ |    (29-Aug-2026)       ||      ବସ ଭାଙ୍ଗିବା, ବଟି ମାଗିବା ଓ ହେଲପର କୁ ଆକ୍ରମଣ କରିବା ଅଭିଯୋଗ ରେ ତିନି ଗିରିଫ |   (29-Aug-2026)       ||      ପାରଳାଖେମୁଣ୍ଡି ଏମ କେ ସିଜି ରେ ପୋଷ, ପୋଷ୍କ ଏବଂ ନିଶାନିବାରଣ ଉପରେ କର୍ମଶାଳା ||   (29-Aug-2026)       ||      ହଳଦିଆ ପଦର ବସଷ୍ଟାଣ୍ଡ ଠାରେ ଥିବା ହୁଣ୍ଡାଇ କାର ସୋରୁମ ଜଳିଗଲା |    (29-Aug-2026)       ||      କେରଳର କାଜିଆ ଲିଜ ମେଜୋ ପାଇଲେ "ମିସ ୟୁନିଭରସିଟି ଇଣ୍ଡିଆ ` ମୁକୁଟ ||   (29-Aug-2026)       ||      ମମତା ରାଜନୀତିରୁ କେବେବି ସନ୍ୟାସ ନେବେ ନାହିଁ, ବରଂ ବିଜେପି କୁ ତଳି ତଳାନ୍ତ ନକଲା ଯାଏଁ ସେ ଶାନ୍ତିରେ ରହିବେନି ||   (29-Aug-2026)       ||      ବୟ ଫ୍ରେଣ୍ଡ ର କାର କୁ ହଜାର ହଜାର ଚୁମ୍ବନ ଦେବା ପରେ ପୋଲିସ କୁ ଅର୍ଥ ଗଣିଲା ପ୍ରେମିକ |    (29-Aug-2026)       ||      ଚୀନର ନେପାଳକୁ ସତର୍କ ବାଣୀ ପୁଣି ତିନିଦିନ ମଧ୍ୟରେ ବନ୍ୟା ଆଶଙ୍କା |   (28-Aug-2026)       ||      ପ୍ରେମିକ ଙ୍କ କାର ରେ ଚୁମ୍ବନ ଦେଲେ ପ୍ରେମିକା, ଅଧିକାରୀ ଙ୍କୁ ଅର୍ଥ ଦେଇ ହଟ ହଟା ହେଲେ ପ୍ରେମିକ |   (28-Aug-2026)       ||      ରାୟଗଡା ରେ ଭାରତୀୟ ମଜୁଦୁର ସଂଘ ର ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳିତ |   (28-Aug-2026)       ||      ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ବାହୁଦା ବନ୍ଦର, ଓ ଶିଳ୍ପ ନିବେଶ ଦ୍ୱାରା ବଦଳିବ ଗରିବଙ୍କ ଭାଗ୍ୟ |   (28-Aug-2026)       ||      ରକ୍ଷା ବନ୍ଧନ ର ପୌରାଣିକ ମତ, ଓ ଶିକ୍ଷଣୀୟ କଥା |   (28-Aug-2026)       ||      ମନ୍ଦିର ସମନ୍ବିତ ଉର୍ନ୍ନତି କରଣ ସକାଶେ ବିଧାୟକ ଙ୍କ ପ୍ରସ୍ତୁତି ବୈଠକ |    (28-Aug-2026)       ||      ଶକ୍ତିଶ୍ରୀ ସେଲ ପକ୍ଷରୁ ଆଇନ ସଚେତନତା କର୍ମଶାଳା ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଅନୁଷ୍ଠିତ ||   (28-Aug-2026)       ||      "ନିଶାମୁକ୍ତ ଓଡିଶା ଅଭିଯାନ ` ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ||   (28-Aug-2026)       ||     

ଶ୍ରୀରାମ ଆଦର୍ଶ ଶିକ୍ଷା ନି କେତନ ର ବ୍ଲଜ ସ୍ତରୀୟ ହାଇସ୍କୁଲ ଟପ୍ପର ଙ୍କୁ ସମ୍ବର୍ଦ୍ଧନା |

03-Jun-2025

ଶ୍ରୀରାମ ଆଦର୍ଶ ଶିକ୍ଷାନି କେତନ ର  ଛାତ୍ର, ଛାତ୍ରୀ ମାନଙ୍କୁ ବିଂଶତ୍ତମ ସମ୍ମୁଚ୍ଚ ସମ୍ବର୍ଦ୍ଧନା  ଉତ୍ସବ ଅନୁଷ୍ଠିତ |

ଶ୍ରୀରାମ ଆଦର୍ଶ ଶିକ୍ଷା ନିକେତନ ଦ୍ଵାରା ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ଅଧିନସ୍ତ ଉଚ୍ଚ ବିଦ୍ୟାଳୟ ଗୁଡିକରେ ସର୍ବାଧିକ ନମ୍ୱର ରଖି ଶ୍ରେଷ୍ଠତ୍ଵ ପ୍ରାପ୍ତ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଆପ୍ୟାୟିତ ଓ ସେମାନଙ୍କ ମନୋବଳ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ଚକ୍ରପାଣି ଦୋରା ଉଚ୍ଚ ବିଦ୍ୟାଳୟ ବଡ଼ ବରଗାଁର ଛାତ୍ରୀ ବି. ଗାୟତ୍ରୀ ରେଡି , ୟୁ.ଜି ହାଇସ୍କୁଲ , ଚଢ଼ିଆ ପଲ୍ଲୀ ର ଛାତ୍ରୀ ସଂସ୍କୃତି ରାଣୀ ଦାଶ, ଏଣ୍ଡି ହାଇସ୍କୁଲର ଛାତ୍ରୀ ତ୍ରିଶା ରାଣୀ ଡାକୁଆ , ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର , ପୁରୁଷୋତ୍ତମପୁରର  ଛାତ୍ରୀ ଅମ୍ରିତା କୁମାରୀ ସାହୁ , ଭୂତସରସିଙ୍ଗି ହାଇସ୍କୁଲର ଛାତ୍ରୀ ଗାୟତ୍ରୀ ପାଣିଗ୍ରାହୀ , ବଡ଼ ଖରିଡା କାଳେଶ୍ଵର ହାଇସ୍କୁଲ ର ଛାତ୍ର ପ୍ରତ୍ୟୁଷ କୁମାର ବାରିକ୍, ବର ପଲ୍ଲୀ ହାଇସ୍କୁଲର ଛାତ୍ରୀ ସ୍ନେହମୟୀ ବେହେରା , ସନ ସାଇନ ଇଣ୍ଟେରନେସନଲ ସ୍କୁଲ ରଛାତ୍ର ମଧୁସୂଦନ ପାତ୍ର ,  ତାରାତାରିଣୀ ହାଇସ୍କୁଲ ରାୟପୁର ର ଛାତ୍ରୀ ଜି.ନିର୍ମଳା ରେଡ୍ଡି, ରଣଝାଲି ହାଇସ୍କୁଲର ଛାତ୍ର ମୃତ୍ୟୁଞ୍ଜୟ ପାଢ଼ୀ, ପାଣ୍ଡିଆ ହାଇସ୍କୁଲର ଛାତ୍ରୀ ପୂଜା ରାଣୀ ବେହେରା , ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର , ପୁରୁଷୋତ୍ତମପୁରର ଅମରେଶ୍ୱର ବେହେରା , ଶ୍ୱେତା ପାତ୍ର ଏବଂ ଏଣ୍ଡି ହାଇସ୍କୁଲର ଶାନ୍ତନୁ ମହାପାତ୍ର, ଅଙ୍କିତା ପାଣିଗ୍ରାହୀ ଏବଂ ତୁଷାର କାନ୍ତ ଦାଶଙ୍କୁ ପୁରସ୍କୃତ କରାଯାଇଥିଲା ।ଏହି ଉତ୍ସବରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ପୌରୋହିତ୍ୟ ରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ପୂର୍ବତନ ନଗରପାଳ ଶ୍ରୀଯୁକ୍ତ ବାସୁଦେବ ମହାପାତ୍ର ମୁଖ୍ୟବକ୍ତା ଭାବେ ଛାତ୍ରଛାତ୍ରୀ ମାନଙ୍କର ଉତ୍ତରୋତ୍ତର ଉନ୍ନତି ପାଇଁ ଆର୍ଶୀବଚନ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଡ.ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା,ପି ଏଚ ସି ବଡ ଖରିଡା,  ଏବଂ ଶ୍ରୀ ବଟେଶ୍ୱର ହାଇସ୍କୁଲ ପାଇକାପଡା ର ସଂସ୍କୃତ ପଣ୍ଡିତ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ସାହୁ ସାର ଜୀବନରେ ଶିକ୍ଷା ର ଆଭିମୁଖ୍ୟ ଓ ସମାଜରେ ଛାତ୍ରଛାତ୍ରୀ ମାନଙ୍କ ଭୂମିକା ବିଷୟରେ ସାର ଗର୍ଭକ ଭାଷଣ ପ୍ରଦାନ କରିଥିଲେ।ଅନୁଷ୍ଠାନର ଉଦ୍ୟୋକ୍ତା ଶ୍ରୀଯୁକ୍ତ ରାମଚନ୍ଦ୍ର ପଣ୍ଡା ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଶେଷ ରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆଇଆଇଟିଆନ୍ ଶ୍ରୀମାନ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା  "ଆହେ ନୀଳ ଶଇଳ" ଛନ୍ଦ ରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ସଭା ସ୍ଥଳ  ଝଙ୍କୃତ କରିଥିଲେ  ଏବଂ ଅନୁଷ୍ଠାନର ଶିକ୍ଷକ ମାନସ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶନାରେ ସୁଶ୍ରୀ ସ୍ୱାଗତିକା ପାତ୍ର , ସୁଶ୍ରୀ ଶିବାନୀ ବେହେରା , ସୁଶ୍ରୀ ସିମ୍ରନ୍ ପାତ୍ର , କ୍ରିଷ୍ଣା ବେହେରା , ଜାହ୍ନବୀ ପଣ୍ଡା , ଦେବାଶିଷ ପଣ୍ଡା , ସାଇ ଗଣେଶ ବାରିକ୍ ଏବଂ ଲିପ୍ସା ସାହୁ ଭଜନ ପରିବେଷଣ କରିଥିଲେ । ବାଦ୍ୟଯନ୍ତ୍ରରେ ଶ୍ରୀଯୁକ୍ତ କାହ୍ନୁ ମହାପାତ୍ର ଓ ସାଥୀ ସହାୟତା ପ୍ରଦାନ କରିଥିଲେ । ସ୍ଥାନୀୟ ମା ସନ୍ତୋଷି ଟେଣ୍ଟ ହାଉସ ର କାଳୁ ସାମଲ ମଞ୍ଚ ସାଜସଜ୍ଜା ରେ ସହାୟତା କରିଥିଲେ । ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଏଥିରେ  ସହାୟତା କରିଥିଲେ । ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହ ବୃଦ୍ଧି ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏହି ଅନୁଷ୍ଠାନରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ଆଜି ୫ଜଣ ଛାତ୍ର ଛାତ୍ରୀ ସର୍ବୋଚ୍ଚ ସ୍ଥାନ ପ୍ରାପ୍ତ କରି ଶ୍ରୀରାମ ଆଦର୍ଶ ଶିକ୍ଷା ନିକେତନ ର ସୁନାମ ବୃଦ୍ଧି କରିଥିବାରୁ ଅନୁଷ୍ଠାନ ତରଫରୁ ସେମାନଙ୍କୁ ବିଶେଷ ଧନ୍ୟବାଦ୍ ପ୍ରଦାନ କରାଯାଇଥିଲା । ସେମାନଙ୍କ ମଧ୍ୟରେ ସୁଶ୍ରୀ ଅମ୍ରିତା କୁମାରୀ ସାହୁ ସର୍ବାଧିକ ନମ୍ୱର ରଖି ଉତ୍ତୀର୍ଣ୍ଣ ହୋଇଥିବାରୁ ମଞ୍ଚ ଉପରେ ସେ ସର୍ବସମ୍ମୁଖରେ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ,ପିତାମାତା ଓ ମହାପ୍ରଭୁ ଜଗନ୍ନାଥଙ୍କୁ କୃତାଞ୍ଜଳି ପ୍ରଦାନ କରିଥିଲେ । ଶେଷରେ ଶାନ୍ତି ପାଠ କରାଯାଇ ସଭା କାର୍ଯ୍ୟ ସାଙ୍ଗ କରାଯାଇଥିଲା ।

News Comment

You Might Also Like

BACK TO TOP