Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ପ୍ରଦୀପ ପୁରୋହିତ ଙ୍କ ମତ, ନରେନ୍ଦ୍ର ମୋଦି ଥିଲେ ଛତ୍ରପତି ଶିବାଜୀ,

18-Mar-2025

ମୋଦୀ ଥିଲେ ଛତ୍ରପତି ଶିବାଜୀ:ପ୍ରଦୀପ ପୁରୋହିତ ।
ଓଡିଶା ଜନମତ ବ୍ୟୁରୋ,
ବରଗଡ,୧୮ ୵ ୩
ନରେନ୍ଦ୍ର ମୋଦୀ ପୂର୍ବ ଜନ୍ମରେ ଛତ୍ରପତି ଶିବାଜୀ ଥିଲେ । ସଂସଦର ବଜେଟ ଅଧିବେଶନରେ ସମ୍ବୋଧନ ସମୟରେ ଏଭଳି ଦାବି କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ପୂର୍ବଜନ୍ମରେ ପରମ ପରାକ୍ରମୀ ଛତ୍ରପତି ଶିବାଜୀ ଓ ଏଜନ୍ମରେ ନରେନ୍ଦ୍ର ମୋଦୀ ବୋଲି କହିଛନ୍ତି ଓଡ଼ିଶାର ଏହି ସାଂସଦ । ଓଡ଼ିଶାର ଗନ୍ଧମାର୍ଦ୍ଦନ ପାହାଡ଼ରେ ରହୁଥିବା ଜଣେ ସାଧୁ, ଗିରିଜା ବାବାଙ୍କ ସହ ଆଲୋଚନା ବେଳେ ସେ କହିଥିଲେ ଯେ, ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବଜନ୍ମରେ ପରାକ୍ରମୀ ମରାଠା ରାଜା ଛତ୍ରପତି ଶିବାଜୀ ମହାରାଜାଙ୍କ ବ୍ୟତୀତ ଅନ୍ୟ କେହି ନୁହେଁ । ସଂସଦରେ ଏହି ଦାବିକୁ ରଖିଛନ୍ତି ପ୍ରଦୀପ ପୁରୋହିତ । ସଂସଦରେ ଦୃଢୋକ୍ତି ପ୍ରକାଶ କରି ପ୍ରଦୀପ ପୁରୋହିତ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ପ୍ରକୃତରେ ଶିବାଜୀ ମହାରାଜ, ଯିଏ ଦେଶକୁ ପ୍ରଗତି ଏବଂ ବିକାଶ ଦିଗରେ ଆଗେଇ ନେଉଛନ୍ତି । ବିକଶିତ ଭାରତ ଏବଂ ବିଶ୍ୱରେ ଭାରତକୁ ଶକ୍ତିଶାଳୀ ରାଷ୍ଟ୍ର ଗଢ଼ି ତୋଳିବାରେ ଯେଉଁ ସଙ୍କଳ୍ପ ନେଇ ପ୍ରଧାନମନ୍ତ୍ରୀ କାମ କରୁଛନ୍ତି, ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଏହାସହ କେନ୍ଦ୍ର ରେଳମନ୍ତ୍ରୀ ଓଡ଼ିଶାରୁ ପ୍ରତିନିଧିତ୍ୱ କରି ରେଳବାଇ କ୍ଷେତ୍ରରେ ଯେଉଁଭଳି କାମ କରୁଛନ୍ତି ସେଥିପାଇଁ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ସାଂସଦ ପୁରୋହିତ । ଅଶ୍ୱିନୀ ବୈଷ୍ଣବ ଥରେ ସଂକଳ୍ପ ନେଇଗଲେ ସେ କାମ ସମ୍ପୂର୍ଣ୍ଣ କରିକି ଛାଡ଼ନ୍ତି । ୨୦୨୨ ପଦ୍ମପୁର ଉପନିର୍ବାଚନ ବେଳେ ବିଜେଡି ସରକାର ରେଳମନ୍ତ୍ରୀଙ୍କୁ ଚାଲେଞ୍ଜ ଦେଇଥିଲା, ଦଶନ୍ଧି ଧରି ଯେଉଁ ଦାବି ରହିଛି, ବରଗଡ଼-ନୂଆପଡ଼ା ରେଳ ଲାଇନ କାମ କରିପାରିବେ କି? ସେତେବେଳେ ଅଶ୍ୱିନୀ ବୈଷ୍ଣବ କହିଥିଲେ, ଯେଉଁଦିନ ଓଡ଼ିଶା ସରକାର ଜମି ଦେବ, ସେହିଦିନ କାମ ଆରମ୍ଭ ହେବ । ରାଜ୍ୟରେ ସରକାର ପରିବର୍ତ୍ତନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜମି ଦେବାପରେ ଏବେ ୧୩୮ କିଲୋମିଟର ଟ୍ରେନ୍ ଲାଇନ୍ ପାଇଁ ୨୯୨୬ କୋଟି ଟଙ୍କା ମଂଜୁର ହୋଇଛି । ସେଥିପାଇଁ ସେ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏବେ ଖୁବ ଗତିରେ ଏହି ପ୍ରକଳ୍ପ କାମ ଆଗେଇ ଚାଲିଛି । ୫୯ଟି ରେଳ ଷ୍ଟେସନ, ଶହେ ପ୍ରତିଶତ ବିଦୁ୍ୟତିକରଣ ଓ ଡବଲ ଟ୍ରାକ୍ କାମ ଶେଷ ହୋଇଛି । ୨୦୧୪ରେ ରେଳବାଇ କ୍ଷେତ୍ରରେ ୮୩୮ କୋଟି ଟଙ୍କା ରାଜ୍ୟକୁ ଅନୁଦାନ ମିଳିଥିବା ବେଳେ ଏବେ ୧୦ ହଜାର ୫୯୯ କୋଟି ଅନୁଦାନ ଦେଇଛନ୍ତି କେନ୍ଦ୍ର ସରକାର । ଏହାସହ ଝାରସୁଗୁଡ଼ା ରେଳଲାଇନରେ ଦୀର୍ଘ ଦିନ ଧରି ସ୍ଥାନୀୟ ଲୋକମାନେ ଆନ୍ଦୋଳନ କରି ଆସୁଛନ୍ତି, ସେମାନଙ୍କ ଦାବି ପୂରଣ କରିବାକୁ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସାଂସଦ । ସେହିଭଳି ସକାଳ ସମୟରେ ବରଗଡ଼ରୁ ଭୁବନେଶ୍ୱର ଏକ ଟ୍ରେନ ଯାତାୟତ, କରୋନା ସମୟରେ ବ୍ରଜରାଜନଗର, ବରଗଡ଼, ଅତାବିରାରେ ଅନେକ ଟ୍ରେନ୍ ଅଟକୁଥିବା ବେଳେ ଏବେ ଏଗୁଡିକ ରହଣୀ ବନ୍ଦ ହୋଇଯାଇଥିବାରୁ ପୁର୍ନବାର ରହଣୀ କରିବାକୁ ସେ ଦାବି କରିଛନ୍ତି । ବେଲପାହାଡ଼ ରେଳ ଷ୍ଟେସନରେ ଫ୍ଲାଏ ଓଭରବ୍ରିଜ୍ କାମ ବନ୍ଦ ହୋଇଯାଇଥିବାରୁ, ଖୁବଶୀଘ୍ର କାମ ଆରମ୍ଭ କରିବାକୁ ଅଶ୍ୱିନୀ ବୈଷ୍ଣବଙ୍କୁ ଦୃଷ୍ଟି ଆକର୍ଷଣ କରିଛନ୍ତି ପ୍ରଦୀପ ପୁରୋହିତ ।

News Comment

You Might Also Like

BACK TO TOP