Breaking News

ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||     

ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ମହାବିଦ୍ୟାଳୟ ରେ ଜାତୀୟ ସମ୍ମିଳନୀ ଅନୁଷ୍ଠିତ |

14-Feb-2025

ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟରେ ଜାତୀୟ ସମ୍ମିଳନୀ ଅନୁଷ୍ଠିତ

            ଓଡିଶା ଜନ ମତ  ବ୍ୟୁରୋ,

ଗଜପତି ଜିଲ୍ଲାର ଅଗ୍ରଣୀ ମହାବିଦ୍ୟାଳୟ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ ତ୍ରିଦିବସୀୟ ଜାତୀୟ  ସମ୍ମିଳନୀ " ଭାରତୀୟ ଜ୍ଞାନ ପ୍ରଣାଳୀ  ଓ ବିକଶିତ ଭାରତ ୨୦୪୭ " ସମ୍ପର୍କରେ  ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଜିତେନ୍ଦ୍ରନାଥ ପଟ୍ଟନାୟକଙ୍କ ସଭାପତିତ୍ବରେ  ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ମିଳନୀର ଉଦଘାଟନୀ ଉତ୍ସବରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡକ୍ଟର ସିଦ୍ଧାର୍ଥ ଶଙ୍କର ପାଢୀ ମୁଖ୍ୟ ଅତିଥି ଭାବେ ଏବଂ ଆଞ୍ଚଳିକ ଧନ୍ଦାମୂଳକ ଶିକ୍ଷା ନିର୍ଦ୍ଦେଶକ ଡକ୍ଟର ସୁଶାନ୍ତ ଦାସ ସ୍ଵତନ୍ତ୍ର ଅତିଥି ଭାବେ ଯୋଗଦେଇ ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ I ଅତିଥିମାନେ ନିଜର ବକ୍ତବ୍ୟରେ ଭାରତୀୟ ଜ୍ଞାନ ପ୍ରଣାଳୀର ବିକାଶଧାରା କିପରି ବିବର୍ତ୍ତିତ ହୋଇଚାଲିଛି, ସେ ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ I ଅନ୍ୟତମ ଅତିଥି ଭାବେ ସମ୍ମିଳନୀର ଆବାହକ ପ୍ରଫେସର ରାଧାକାନ୍ତ ଭୂୟାଁ ମଞ୍ଚାସୀନ ଥିଲେ I ତିନିଦିନ ବ୍ୟାପୀ ଅନୁଷ୍ଠିତ ସମ୍ମିଳନୀରେ ପଞ୍ଜୀକୃତ ୧୨୨ ଜଣଙ୍କ ମଧ୍ୟରୁ ୧୧୬ ଜଣ  ଗବେଷିକା ଗବେଷକ, ଅଧ୍ୟାପିକା ଅଧ୍ୟାପକ ଉଚ୍ଚକୋଟୀର ଗବେଷଣାତ୍ମକ ପ୍ରବନ୍ଧମାନ ପାଠ କରିଥିଲେ I ପ୍ରତ୍ୟେକ ଅଧିବେଶନର ଶେଷ ପର୍ଯ୍ୟାୟରେ ଜିଜ୍ଞାସୁ ଶ୍ରୋତାମାନେ ପ୍ରାବନ୍ଧିକଙ୍କୁ  ବିଭିନ୍ନ ପ୍ରଶ୍ନ ପଚାରି ନିଜର ସନ୍ଦେହ ମୋଚନ କରିଥିଲେ l ଏହି ଉପଲକ୍ଷେ ପ୍ରକାଶିତ ସ୍ମରଣିକାରେ ପ୍ରବନ୍ଧମାନଙ୍କର  ସଂକ୍ଷିପ୍ତସାର, ପରବର୍ତ୍ତୀକାଳରେ ଗବେଷକମାନଙ୍କ ପଥପ୍ରଦର୍ଶକ ହେବ ବୋଲି ଉନ୍ମୋଚକ ଡକ୍ଟର ପାଢୀ ଓ ଡକ୍ଟର ଦାସ ମତ ପ୍ରକାଶ କରିଥିଲେ I ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଜିତେନ୍ଦ୍ରନାଥ ପଟ୍ଟନାୟକଙ୍କ ସଭାପତିତ୍ବରେ  ଅନୁଷ୍ଠିତ ଉଦଯାପନୀ ଦିବସରେ ସଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଡିନ୍ ପ୍ରଫେସର ଡକ୍ଟର ସାଗର ମିତ୍ର ମୁଖ୍ୟ ଅତିଥି ଭାବେ, ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡକ୍ଟର ତନ୍ମୟ ବିଶ୍ଵାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ I ଅତିଥିମାନେ ନିଜର ବକ୍ତବ୍ୟରେ କୃଷି ଓ ଚିକିତ୍ସା ବିଜ୍ଞାନର ଅବଦାନ ସମ୍ପର୍କରେ ମନୋଜ୍ଞ ଆଲୋଚନା କରିଥିଲେ I ପରିଶେଷରେ  ଅତିଥିମାନେ ଅଂଶଗ୍ରହଣକାରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ l ଏହି ସମ୍ମିଳନୀକୁ ସଫଳ କରିବାରେ ସଂଗଠନ ସମ୍ପାଦକ ଡକ୍ଟର ବିଘ୍ନେଶ୍ୱର ମିଶ୍ରଙ୍କ ଅବଦାନକୁ ଅଧ୍ୟକ୍ଷ ଡକ୍ଟର ପଟ୍ଟନାୟକ ଭୂୟସୀ ପ୍ରଶଂସା କରିଥିଲେ I ମହାବିଦ୍ୟାଳୟର "ଆନ୍ତଃ ଗୁଣବତ୍ତା ଆଶ୍ୱସନା ପ୍ରକୋଷ୍ଠ" ଏପରି ଏକ ମନୋରମ ସମ୍ମିଳନୀର ଆୟୋଜନ କରିଥିବାରୁ, ଅଂଶ ଗ୍ରହଣକାରୀମାନେ ମହାବିଦ୍ୟାଳୟର କର୍ତ୍ତୃପକ୍ଷ ଏବଂ ପ୍ରକୋଷ୍ଠର ସମସ୍ତ ସଦସ୍ୟମାନଙ୍କୁ ସାଧୁବାଦ ଜଣାଇଥିଲେ I ଆନ୍ତଃ ଗୁଣବତ୍ତା ଆଶ୍ୱସନା ପ୍ରକୋଷ୍ଠର ସଦସ୍ୟ ଡକ୍ଟର ବିଶ୍ୱ ରଞ୍ଜନ ସାହୁ, ଡକ୍ଟର ପ୍ରିୟବ୍ରତ ଶତପଥୀ, ଡକ୍ଟର ପରମାନନ୍ଦ ଜେନା ଡକ୍ଟର ଦିବାକର ବାଉରୀ, ଡକ୍ଟର ରାଜଲକ୍ଷ୍ମୀ ପଣ୍ଡା ଆଦି ସମ୍ମିଳନୀକୁ ସଫଳ କରିବାରେ ସଂପୂର୍ଣ୍ଣ ସହଯୋଗ କରିଥିଲେ l ପଦାର୍ଥ ବିଜ୍ଞାନ ବିଭାଗର ବିଭାଗମୁଖ୍ୟ ଡକ୍ଟର ନିବେଦିତା ସାସମଲ  ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଇଂରାଜୀ ବିଭାଗର ବିଭାଗମୁଖ୍ୟ ଡକ୍ଟର ବିଶ୍ୱ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I

News Comment

You Might Also Like

BACK TO TOP