Breaking
News
Breaking
News
04-Jan-2025
ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଙ୍କୁ ଆମ୍ବଗଡ ଠାରେ ସ୍ବାଗତ ସମ୍ବର୍ଦ୍ଧନା।
ଓଡିଶା ଜନ ମତ ବ୍ୟୁରୋ,
କୁକୁଡାଖଣ୍ଡି: ଶୁକ୍ରବାର ଦିନ ଭାରତୀୟ ଜନତା ପାର୍ଟି ର ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ରାୟଗଡା ଜିଲ୍ଲା ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଚିନ୍ମୟ ନନ୍ଦ ମହାରାଜ ଙ୍କ ନେତୃତ୍ୱରେ କୁକୁଡାଖଣ୍ଡି ବ୍ଲକ ଆମ୍ବଗଡ ଠାରେ ସ୍ୱାଗତ ସମ୍ବର୍ଦ୍ଧନା ସହ ନୂତନ ବର୍ଷ ର ଅଭିନନ୍ଦନ ଜ୍ଞାପନ କରାଯାଇଥିଲା। ପରେ ଅଦିନିଆ ବର୍ଷା ରେ ଚାଷୀ ଭାଇ ମାନଙ୍କ ର କ୍ଷୟକ୍ଷତି ବିଷୟରେ ଆଲୋଚନା କରିଥିଲେ। ଚାଷୀ ମାନଙ୍କ ର ହୋଇଥିବା କ୍ଷୟକ୍ଷତି ର କ୍ଷତିପୂରଣ ଓ ବିମା କିପରି ପାଇବେ ତାହା ସରକାର ଙ୍କୁ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ନିଜ ମନ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ପୂର୍ବତନ ସମବାୟ ସମିତି ସଂଘ ସଭାପତି ସନାତନ ସଂଗ୍ରାମ ସିଂ, ସନ୍ତୋଷ ଚୈଧୁରୀ,ମଣ୍ଡଳ ସଭାପତି ଅଦଳ ନନ୍ଦ କିଶୋର,ଏ. ବାବୁଲା ପତ୍ର,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଗଜେନ୍ଦ୍ର ଚୌଧୁରୀ,ଅମୁଲ୍ୟ ଚୌଧୁରୀ, ସଂଯୋଜକ ସୁନୀଲ ମହାନ୍ତି, ସନ୍ତୋଷ ବିଶ୍ଵାଳ, ଗୋବିନ୍ଦା ପ୍ରଧାନ ସହ ବହୁ କର୍ମୀ ଉପସ୍ଥିତ ଥିଲେ l
BACK TO TOP