Breaking
News
Breaking
News
27-Dec-2024
ଜନଶୁଣାଣି ସମୟରେ ଋଷିକୁଲ୍ୟା ଡେମ ପାଈଁ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ |
ଓଡିଶା ଜନମତ ବ୍ୟୁରୋ,
ବ୍ରହ୍ମପୁର : ଆଜି ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ପ୍ରସ୍ତାବିତ ଡ୍ୟାମ୍ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ବହୁ ଚର୍ଚ୍ଚିତ ଜନଶୁଣାଣି ଶିବିର ଗାଜଲ ବାଡ଼ି ପଞ୍ଚାୟତ ଅଫିସରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରବଳ ବର୍ଷା, ଶୀତ ଓ କୋହଲା ପାଗ ସତ୍ତ୍ବେ ଡ୍ୟାମ୍ ଫଳରେ ପ୍ରଭାବିତ ହେବାକୁ ଯାଉଥିବା ୨୩ ଖଣ୍ଡ ଗ୍ରାମର ଶତାଧିକ ଲୋକ ଯୋଗଦେଇ ଡ୍ୟାମ୍ ନିର୍ମାଣକୁ ବିରୋଧ କରିଥିଲେ । ସମସ୍ତେ ଗୋଟିଏ ସ୍ବରରେ ଡ୍ୟାମ୍ ହେଲେ ଆମର ଭିଟାମାଟି ଚାଲିଯାଇ ସର୍ବନାଶ ହେବ ତେଣୁ ତାକୁ ଆମେଜୋର ଦାର ବିରୋଧ କରୁଛୁ ବୋଲି କହିଥିଲେ । ଏହା ବ୍ୟତୀତ ବର୍ଷର ? ଅଧିକାଂଶ ସମୟ ପ୍ରାୟତଃ ଶୁଷ୍କ ରହୁଥିବା ଋଷିକୂଲ୍ୟା ନଦୀର ଉପର ମୁଣ୍ଡରେ ଡ୍ୟାମ୍ ନିର୍ମାଣ ହେଲେ ଋଷିକୂଲ୍ୟା ନଦୀ
ସମ୍ପୂର୍ଣ୍ଣ ସୁଖୀଯିବ ଏବଂ ତା’ର ଉପରେ ନିର୍ଭରଶୀଳ ଶତାଧିକ ଗାଁର ହଜାର ହଜାର ଲୋକଙ୍କ ଚାଷବାସ ଓ ଜୀବନ ଜୀବିକା କ୍ଷତିଗ୍ରସ୍ତ ହେବ ବୋଲି କହିଥିଲେ ।
ଅନେକ ଗାଁର ଲୋକେ ଲିଖିତ ଭାବେ ବି ଜନଶୁଣାଣୀରେ ନିଜର ଆପତ୍ତି ଜଣାଇଥିଲେ । ଶେଷରେ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ସୋରଡା ବିଡ଼ିଓ ଏବଂ ତହସିଲଦାର ଆପଣମାନଙ୍କ ଆପତ୍ତିକୁ ଆମେ ସରକାରଙ୍କ ପାଖକୁ ପଠାଇଦେବୁ ବୋଲି ଘୋଷଣା କରିଥିଲେ । ସମଗ୍ର କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳିତ ହୋଇଥିଲା । ସିପିଏମ ପାର୍ଟି ପକ୍ଷରୁ ଦୁଇ ଜଣ ସ୍ଥାନୀୟ ନେତା ଜନ ଶୁଣାଣୀକୁ ଆସି ପିପଳପଙ୍କା ଠାରେ ଡ୍ୟାମ୍ ନିର୍ମାଣକୁ ସମର୍ଥନ କରିବା ସହ ତା’ର ପାଣିକୁ ଜିଲ୍ଲାର ଚାଷୀମାନଙ୍କୁ ଦିଆଯାଉ ବୋଲି କହି ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ଥିଲା । ଆଜିର କାର୍ଯ୍ୟକ୍ରମରେ ସେହି ଅଞ୍ଚଳର ବାସିନ୍ଦା ତଥା ଏଆଇକେଏମଏସର ବ୍ଳକ ସଭାପତି କାଳୀଚରଣ ନାୟକ ଡ୍ୟାମ୍ ନିର୍ମାଣ ହେଲେ ଋଷି କୂଲ୍ୟା ନଦୀ ସୁଖୀଯିବ ଏବଂ ହଜାର ହଜାର ଲୋକଙ୍କ ଜୀବନ ଓ ଜୀବିକା ବିପଦପନ୍ନ ହେବ ବୋଲି କହି ତାକୁ ବନ୍ଦ କରିବାକୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଆଦିବାସୀ ନେତା ରାଜୁ ମଳିକ, ଉଗ୍ର ସେନ ମଳିକ, ବ୍ରଜମୋହନ ମଳିକ ପ୍ରମୁଖ ଯୋଗ ଦେଇ ଡ୍ୟାମକୁ ବିରୋଧ କରିବା ସହ ନିଜର ଭିଟାମାଟିକୁ ବଞ୍ଚାଇ ବାକୁ ସଂଗ୍ରାମ କରିବାକୁ ଘୋଷଣା କରିଥିଲେ ।
BACK TO TOP