Breaking
News
Breaking
News
27-Dec-2024
ଜଗଦଳପୁର ସୀମାଦ୍ରୀ ବାସ ଭବନ ଠାରେ ଆୟାପ୍ପା ଭକ୍ତି ସଂଗୀତ ଅନୁଷ୍ଠିତ,
ଓଡିଶା ଜନମତ ବ୍ୟୁରୋ ,
ବ୍ରହ୍ମପୁର ଉପକଣ୍ଠ ଜଗଦଳପୁର ନେତାଜୀ ନଗର ସୀମାଦ୍ରୀ ଭବନ ତଥା ପୂର୍ବତନ ସରପଞ୍ଚ ଏଲ. ପୁରୁଷୋତ୍ତମ ପାତ୍ର ବାସ ଭବନ ଠାରେ ଚଳିତବର୍ଷ ବ୍ରହ୍ମପୁର ସଵରୀମାଳା ଭକ୍ତି ସମିତି ପକ୍ଷରୁ ଶ୍ରୀନୁ ଗୁରୁ ସ୍ୱାମୀଙ୍କ ତତ୍ୱାବଧାନ ରେ ଜଗଦଳପୁର ରେ ଆୟାପ୍ପା ସ୍ୱାମୀ ଙ୍କ ପୂଜା ଅର୍ଚନା ସ୍ୱାମୀଙ୍କ ଶତାଧିକ ଭକ୍ତଙ୍କ ସମାଗମ ରେ ପାଳିତ ହୋଇଯାଇଛି l ଭଗବାନ ଆୟପ୍ପାଙ୍କ ନିତ୍ୟକର୍ମ ଏବଂ ସଂଗୀତ ପରିବେଷଣ ଅନୁଷ୍ଠିତ ହୋଇଥିବା ବେଳେ ଶେଷରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଗ୍ରାମର ବହୁ ମହିଳା ଓ ପୁରୁଷ ଭକ୍ତଙ୍କ ଉପସ୍ଥିତ ହୋଇଥିବା ବେଳେ ନେତାଜୀ ନଗର ଅଞ୍ଚଳ ଭକ୍ତିମୟ ପରିବେଷ ସୃଷ୍ଟି ହୋଇଥିଲା l ଏଥିରେ ସରପଞ୍ଚ କ୍ରାନ୍ତି ଦେବୀ ଙ୍କ ସମେତ ତାଙ୍କ ପରିବାର ସଦସ୍ୟ ଓ ବୃଦ୍ଧିଜୀବି ଉପସ୍ଥିତ ଥିଲେ l
BACK TO TOP