Breaking
News
Breaking
News
27-Dec-2024
ବ୍ରିଜ୍ ତଳକୁ ବସ ଖସି ୮ଜଣ ମୃତ,
ଓଡିଶା ଜନମତ ବ୍ୟୁରୋ,
ଚଣ୍ଡିଗଡ଼, ୨୭୧୨: ପ୍ରବଳ ବର୍ଷା ହେଉଥିବା ବେଳେ ଏକ ବସ ବ୍ରିଜ୍ ତଳକୁ ଖସି ପଡ଼ିବାରୁ ୮ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ପଞ୍ଜାବ ବଠିଣ୍ଡାରେ ଆଜି ଘଟିଛି ଏହି ଦୁର୍ଘଟଣା । ବସଟିରେ ୨୦ରୁ ଅଧିକ ଯାତ୍ରୀ ଥିଲେ । ବସଟି ବଠିଣ୍ଡାରୁ ତାଲୱଣ୍ଡି ସାବୋ ଅଭିମୁଖେ ଯାଉଥିଲା । ଅଧୂକ ବର୍ଷ ହେଉଥିବାରୁ ଡ୍ରାଇଭର ଜାଣି ନପାରିବାରୁ ବସଟି ବ୍ରିଜ୍ ତଳକୁ ଖସି ପଡ଼ିଥିଲା ବୋଲି କୁହାଯାଉଛି । ବ୍ରିଜ୍ରେ ସୁରକ୍ଷା ବାଡ଼ ନଥିଲା । ସେଥିପାଇଁ ବସଟି ବ୍ରିଜ୍ ତଳକୁ ଖସି ପଡ଼ିଲା। ତେବେ ଗୁରୁ ତର ଆହତଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହା ଯାଉଛି । ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ିଆସି ଥିଲେ। ସେମାନେ ଦୁର୍ଘଟଣା ଗ୍ରସ୍ତ ବସ୍ରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ସ୍ଥାନୀୟ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ସେଠାରେ ପହଞ୍ଚିଥିଲେ ଏବଂ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଥିଲେ। ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ଭି କରାଯା ଯାଇଛି। ସ୍ଥାନୀୟ ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ ପ୍ରବଳ ବର୍ଷା ଯୋଗୁ ବସ୍ ଉପରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଲେ ନା ଆଉ କିଛି ଘଟିଛି, ସେ ନେଇ ତଦନ୍ତ କରାଯାଉଛି।
BACK TO TOP