Breaking
News
Breaking
News
10-Nov-2026
ଆରପାରିରେ ଶତାୟୁ ପୁରୁଷ l
ଓଡିଶା ଜନମତ,କୋଦଳା : 09/11/26 :
ନରେନ୍ଦ୍ର ନାଥ ଗୌଡ଼ l
ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ସାତନଳ ଗ୍ରାମର ସବୁଠାରୁ ବୟୋଜ୍ୟେଷ୍ଠ ତଥା ଶତାୟୁ ପୁରୁଷ ଦାମୋଦର ମହାରଣାଙ୍କ 102 ବର୍ଷରେ ବିୟୋଗ ଘଟିଛି l ବିଶ୍ୱକର୍ମା ସମାଜ ଢାମଣାଖୋଲ ରଥବଂଶ ଆଠଗଡ଼ ତାଳୁକାର ବରିଷ୍ଠ ସଦସ୍ୟ ତଥା ପରାମର୍ଶଦାତା ସ୍ବର୍ଗତ ମହାରଣା ଗତ ଶନିବାର ରାତ୍ରରେ ତାଙ୍କ ବାସଭବନରେ ଇହଲୀଳା ସମ୍ବରଣ କରିଛନ୍ତି l ମୃତ୍ୟୁ ଶଯ୍ୟାରେ ତାଙ୍କ 6 ପୁଅ, 3 ଝିଅ ଓ ନାତିନାତୁଣୀ ସମେତ ସମସ୍ତ ପରିବାର ସଦସ୍ୟ ଉପସ୍ଥିତ ଥିଲେ l ସେ ଜଣେ ନିର୍ଭିକ, ସଚ୍ଚୋଟ ଏବଂ ସ୍ପଷ୍ଟବାଦୀ ବ୍ୟକ୍ତି ଭାବେ ଅଞ୍ଚଳରେ ପରିଚିତ ଥିଲେ l ତାଙ୍କ ମୃତ୍ୟୁରେ ପରିବାରକୁ ସମବେଦନା ଜଣାଇବା ସହ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି l
BACK TO TOP