Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ଖୋର୍ଦ୍ଧାରେ ଶିଶୁଙ୍କ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ |

23-Sep-2026

ଖୋର୍ଦ୍ଧାରେ ‘ଶିଶୁଙ୍କ ପାଇଁ ଦିନଟିଏ` କାର୍ଯ୍ୟକ୍ରମ,
GPDPରେ ଶିଶୁ ସୁରକ୍ଷାକୁ ସାମିଲ ପାଇଁ ଜିଲ୍ଲାସ୍ତରୀୟ ପରାମର୍ଶ ବୈଠକ ::ଶିଶୁ ଙ୍କ ପାଇଁ ସମ୍ବେଦନଶୀଳତା ଓ ବାତ୍ସଲ୍ୟ ରହିବା ଦରକାର -ଅତିଥି | 

 ଓଡିଶା ଜନ ମତ , ଖୋର୍ଦ୍ଧା  ଗୋପାଳ କୃଷ୍ଣ ପ୍ରଧାନ :---

ଶିଶୁମାନଙ୍କ ଅଧିକାର, ସୁରକ୍ଷା, ଶିକ୍ଷା, ସ୍ବାସ୍ଥ୍ୟ ଓ ସାମଗ୍ରିକ ବିକାଶକୁ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା (GPDP)ରେ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ‘ଶିଶୁଙ୍କ ପାଇଁ ଦିନଟିଏ` କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ GPDPରେ ଶିଶୁ ସୁରକ୍ଷାକୁ ଅନ୍ତର୍ଭୁକ୍ତ କରିବା ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ପରାମର୍ଶ ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥ୍‌ଲା। ଆରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିଲା ବେଳେ  କାର୍ଯ୍ୟକ୍ରମରେ ଅତିଥି  ଭାବେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା  କାନ୍ତା ମହାନ୍ତି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ଶ୍ରମ ଅଧିକାରୀ  ପ୍ରଭାକର ବିଶ୍ବାଳ, ରୁଚିକା ସାମାଜିକ ସଂଗଠନର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ  ବେଣୁଧର ସେନାପତି, ଅରୁଣା ସାମାଜିକ ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ତଥା ଖୋର୍ଦ୍ଧାର ପୂର୍ବତନ ଉପ-ଜିଲ୍ଲାପାଳ  ସତ୍ୟ ରଞ୍ଜନ ସାହୁ ଏବଂ ସମ୍ପାଦକ ଶ୍ରୀ ଲୋକନାଥ ମିଶ୍ର ପ୍ରମୁଖ ଯୋଗଦେଇ  ଶିଶୁମାନଙ୍କ ସୁରକ୍ଷା, ଶିକ୍ଷା, ସ୍ବାସ୍ଥ୍ୟ, ପୋଷଣ ଓ ସାମଗ୍ରିକ ବିକାଶ ସମ୍ବନ୍ଧୀୟ ବିଷୟଗୁଡ଼ିକୁ GPDPରେ ସାମିଲ କରିବା ଉପରେ ବିସ୍ତୃତ ପରାମର୍ଶ ଦେଇଥିଲେ l ସେହିପରି  ଶିଶୁ ମାନଙ୍କ ପ୍ରତି ଆମ୍ଭେ ମାନେ ସମ୍ବେଦନଶୀଳତା ଓ ତାଙ୍କ ପ୍ରତି ବାତ୍ସଲ୍ୟ ମମତା ରହିବା ଦରକାର ବୋଲି ଅତିଥି ମାନେ କହିଥିଲେ l । ଶିଶୁ ବିବାହ, ଶିଶୁ ଶ୍ରମ, ଶିଶୁ ନିର୍ଯାତନା ଓ ଅନ୍ୟାନ୍ୟ ଶିଶୁ ସୁରକ୍ଷା ସମସ୍ୟାର ପ୍ରତିରୋଧ ପାଇଁ ପଞ୍ଚାୟତସ୍ତରରେ ସମନ୍ବିତ ପଦକ୍ଷେପ ନେବା ଉପରେ ଗୁରୁତ୍ଵ ଦିଆଯାଇଥିଲା। ଏହି ପରାମର୍ଶ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO), ୱାନ୍ ଷ୍ଟପ୍ ସେଣ୍ଟରର କର୍ମଚାରୀ, ଶିକ୍ଷା ବିଭାଗ ଓ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ ପୋଲିସ ଅଂଶଗ୍ରହଣ କରିଥିଲେ। ସେମାନେ ଶିଶୁ ସୁରକ୍ଷା ଓ ଶିଶୁ-ଅନୁକୂଳ ଗ୍ରାମ ପଞ୍ଚାୟତ ଗଠନ ସମ୍ବନ୍ଧୀୟ ବିଭିନ୍ନ ପରାମର୍ଶ ଗ୍ରହଣ କରିବା ସହ ନିଜ ନିଜ ବିଭାଗର ଭୂମିକା ଓ ଦାୟିତ୍ଵ ନେଇ ମତବିନିମୟ କରିଥିଲେ। ଶିଶୁମାନଙ୍କ ଆବଶ୍ୟକତା ଓ ମତାମତକୁ ସ୍ଥାନୀୟ ବିକାଶ ଯୋଜନାରେ ସାମିଲ କରିବା ସହିତ ଶିଶୁ-ଅନୁକୂଳ ଗ୍ରାମ ପଞ୍ଚାୟତ ଗଠନ ଦିଗରେ ବିଭିନ୍ନ ବିଭାଗ ଓ ଅଂଶୀଦାରଙ୍କ ମିଳିତ ପ୍ରୟାସ ଉପରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମଟି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଏବଂ ସାମାଜିକ ଅନୁଷ୍ଠାନ “ଅରୁଣା”ର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା। ଶିଶୁ ସୁରକ୍ଷାକୁ ତୃଣମୂଳସ୍ତରରେ ଅଧ‌ିକ ସୁଦୃଢ଼ କରିବା, ଶିଶୁମାନଙ୍କ ଅଧିକାରର ସୁରକ୍ଷା ଏବଂ ସେମାନଙ୍କ ପାଇଁ ଏକ ସୁରକ୍ଷିତ, ସୁସ୍ଥ ଓ ଶିଶୁ-ଅନୁକୂଳ ପରିବେଶ ସୃଷ୍ଟି ଦିଗରେ ସମସ୍ତ ବିଭାଗ ଓ ଅଂଶୀଦାରଙ୍କ ସମନ୍ବିତ ପ୍ରୟାସ ଜାରି ରଖିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଏହି କାର୍ଯକ୍ରମ କୁ ଶିଶୁ ସୁରକ୍ଷା ୟୁନିଟ ର ରଞ୍ଜନ କୁମାର ଗୋଛାୟତ, ରିତାଞ୍ଜାଳୀ ମହାନ୍ତି, ମନସ୍ବିନୀ ମହାପାତ୍ର, ସଚିଦାନନ୍ଦ ସେଠୀ, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ର  ସୁରକ୍ଷା ଅଧିକାରୀ ସୌଦାମିନୀ ଦାଶ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ

News Comment

You Might Also Like

BACK TO TOP