Breaking
News
Breaking
News
18-Sep-2026
ପୁରୁଷୋତ୍ତମପୁର ସହରରେ ଗଣେଶ ମେଢ଼ ବିସର୍ଜନ ବେଳେ ଘଟିଯାଇଛି ଏକ ଅଭାବନୀୟ ଘଟଣା ||
ଓଡିଶା ଜନ ମତ, ପୁରୁଷୋତ୍ତମପୁର, ଶୁଭଙ୍କର ଦାଶ:----
ଜେନେରେଟର ନିଆଁ ଲାଗି ୫ ଜଣ କୋମଳମତି ଶିଶୁ ପୋଡ଼ି ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହାତ ଶିଶୁମାନେ ସୀତାରାମପୁର ଆଗ୍ରାହରମ୍ ସାହିର ଇତିଶ୍ରୀ ନାୟକ (୪), ସୁହାନି ନାୟକ (୧୧), ଭୂମି ନାୟକ (୮), ରାହରି ନାୟକ (୭) ଏବଂ ବିକାଶ ନାୟକ (୫) ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ମେଢ଼ ଭସାଣି ଶୋଭାଯାତ୍ରା ସମୟରେ ଏକ ଟ୍ରାକ୍ଟର ଉପରେ ଜେନେରେଟର ରଖାଯାଇଥିଲା। ତାହା ନିକଟରେ ପେଟ୍ରୋଲ୍ ଜାର୍ ରଖାଯାଇଥିବା ବେଳେ ଏହି ଶିଶୁମାନେ ସେହି ଜେନେରେଟର ପାଖରେ ବସି ଶୋଭାଯାତ୍ରା ଦେଖୁଥିଲେ। ତେବେ ଜେନେରେଟରର ଅତ୍ୟଧିକ ଉତ୍ତାପ (ହିଟ୍) ଯୋଗୁ ନିକଟରେ ଥିବା ପେଟ୍ରୋଲ୍ ଜାର୍ରେ ହଠାତ୍ ନିଆଁ ଲାଗିଯାଇଥିଲା। ଫଳରେ ନିକଟରେ ବସିଥିବା ୫ ଜଣ ଶିଶୁ ନିଆଁରେ ପୋଡ଼ି ହୋଇ ଆହତ ହୋଇଥିଲେ।
ଦୁର୍ଘଟଣା ପରେ ପ୍ରଥମେ ସେମାନଙ୍କୁ ସ୍ଥାନୀୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ମାତ୍ର ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ପୁରୁଷୋତ୍ତମପୁର ତହସିଲଦାର ହସ୍ପିଟାଲରେ ପହଞ୍ଚି ଚିକିତ୍ସା ବ୍ୟବସ୍ଥାର ତଦାରଖ କରିବା ସହ ଆମ୍ବୁଲାନ୍ସ ଯୋଗେ ଶିଶୁମାନଙ୍କୁ ବ୍ରହ୍ମପୁର ପଠାଇବାର ବ୍ୟବସ୍ଥା କରିଛନ୍ତି।
BACK TO TOP