Breaking
News
Breaking
News
19-Sep-2026
କେ ଏନ ପୁର ଗ୍ରାମର ମହିଳା ସାପ କାମୁଡା ରେ ମୃତ |
ଓଡିଶା ଜନ ମତ, ପୁରୁଷୋତ୍ତମପୁର, ଶୁଭଙ୍କର ଦାଶ :----
ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କମା ନଳୀ ନକ୍ଷ ପୁର ଗ୍ରାମରେ ଗତକାଲି ରାତ୍ରରେ ଜଣେ ମହିଳା ଭାସି ବେହେରା (୪୮) ପିତା ଲେଟ-- ଭଗବାନ ବେହେରା ଙ୍କୁ ବିଷଧର ସର୍ପ ଦଂଶନ କରିଥିଲା । ଫଳରେ ଚିକିତ୍ସା ଲାଗି ପ୍ରଥମେ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ଥିଲା କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସେଠାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇ ଚିକିତ୍ସିତକରାଯାଇଥିଲା |କିନ୍ତୁ ଆଜି ସକାଳେ ବ୍ ମେଡିକାଲ ରେ ତାଙ୍କର ମୃତ୍ୟୁ ଘଟିଛି। ବ୍ରହ୍ମପୁର ବିଏନ୍ପୁର ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦପାଇଁ ପଠାଇ ପୁରୁଷୋତ୍ତମପୁର ପୋଲିସକୁ ଏହିବିଷୟରେ ଜଣାଇ ଛନ୍ତି |ଏହି ଖବର ପୁରୁଷୋତ୍ତମପୁର ତହସିଲଦାର ବିନୋଦ ବେହେରା ଶୁଣି ସଙ୍ଗେ ସଙ୍ଗେ କେ ଏନ ପୁର ଆରାଇ ଙ୍କୁ ଖବର ଦେଈ ଘଟଣା ସ୍ଥଳକୁ ପଠାଇ ଥିଲେ | ଏବଂ ସେହି ରିପୋର୍ଟ କୁ ଆଧାର କରି ତାହାକୁ ଜିଲ୍ଲା ପାଳଙ୍କ ପାଖକୁ ପଠାଇ ଛନ୍ତି |ଏହି କାର୍ଯ୍ୟକ୍ରମ ରେ କେ ଏନ ପୁର ମହିଳା ସରପଞ୍ଚ ରାଜ ଲକ୍ଷ୍ମୀ ବେହେରା, ସମିତି ସଭ୍ୟା ଶାରଳା ବେହେରା ଓ ସମାଜ ସେଵୀ ଏନ ରାମଚନ୍ଦ୍ର ରେଡ଼ୀ ଓ କିଛି ଗ୍ରାମବାସୀ ଉକ୍ତ ମହିଳା ଙ୍କୁ ସହଯୋଗ କରିଥିଲେ | ମହିଳାଙ୍କ ଦୁଇଟି ଅବିବାହିତ ପୁଅ ଅଛନ୍ତି |
BACK TO TOP