Breaking
News
Breaking
News
11-Sep-2026
ଉଲ୍ଲାସ କାର୍ଯ୍ୟକ୍ରମରେ ସାକ୍ଷରତା ରଥର ଶୁଭାରମ୍ଭ l
ଓଡିଶା ଜନମତ,ବେଗୁନିଆପଡା:11/09/26:
ଭଞ୍ଜ କିଶୋର ମହାରଣା l
ନିରକ୍ଷର ବୟସ୍କମାନଙ୍କୁ ପଢ଼ିବା, ଲେଖିବା ଓ ଗଣିତ ଶିକ୍ଷା ଦେବା,
ଦୈନନ୍ଦିନ ଜୀବନରେ ଆବଶ୍ୟକ ଡିଜିଟାଲ ଓ ଆର୍ଥିକ ସାକ୍ଷରତା ବଢ଼ାଇବା,ଜୀବନଦକ୍ଷତା ଓ ବୃତ୍ତିମୂଳକ ଦକ୍ଷତା ବିକାଶ କରିବା,ଶିକ୍ଷାରୁ ବଞ୍ଚିତ ବୟସ୍କମାନଙ୍କୁ ଆଜୀବନ ଶିକ୍ଷାର ସୁଯୋଗ ଦେବା ଉଧ୍ୟେଶରେ ସମସ୍ତ ଗ୍ରାମରେ ଚାଲିଥିବା ଉଲ୍ଲାସ କାର୍ଯ୍ୟକ୍ରମକୁ ରୂପାୟନ କରିବା ପାଇଁ ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର କେ. ବରିଡା ସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ଏହି ସାକ୍ଷରତା ରଥର ଶୁଭାରମ୍ଭ ହୋଇଛି। ବେଗୁନିଆପଡା ବ୍ଲକ ଏବିଇଓ ରବୀନ୍ଦ୍ର ନାଥ ଶବର, କେ ବରିଡା କ୍ଲଷ୍ଟର ସି ଆର ସି ସି ସୁନାକାନ୍ତ ସେଠୀଙ୍କ ଉପସ୍ଥିତିରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନାରାୟଣ ସେଠୀ, ପରିଚାଳନା କମିଟି ସଦସ୍ୟ ସଦସ୍ୟା ଓ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ଏହି ରଥର ଶୁଭାରମ୍ଭ କରିଥିଲେ। ଏହି ରଥ ଆଜି ବେଲପଡା, ସୁମଣ୍ଡଳ, ଅଙ୍ଗାରଗାଁ ପଞ୍ଚାୟତ ଗ୍ରସ୍ତ କରିବା ସହ ସଚେତନତା କାର୍ଯ୍ୟକ୍ରମ କରିଥିଲା।
BACK TO TOP