Breaking News

ବ୍ଳକ ପ୍ରଶାସନ ତରଫରୁ ସମ୍ଭାବ୍ୟ ବାତ୍ୟାକୁ ନେଇ 40ଜଣଙ୍କୁ ସ୍ଥାନାନ୍ତର |    (27-Oct-2026)       ||      ପୋଖରୀ ଗାଡ଼ ୱାଲ ନିର୍ମାଣ କୁ ନେଇ ବିବାଦ ||   (27-Oct-2026)       ||      ଜାତୀୟ ଏକତା ଦିବସରେ ସ୍ୱତନ୍ତ୍ର ଟ୍ରେନରେ ଏକତା ନଗର କୁ ଯାତ୍ରା କଲେ 150ରୁ ଉର୍ଦ୍ଧ ନାଗରିକ |    (27-Oct-2026)       ||      ସମ୍ଭାବ୍ୟ ବାତ୍ୟା"ଅର୍ଣ୍ଣବ `ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ପ୍ରସ୍ତୁତି ସମୀକ୍ଷା    (27-Oct-2026)       ||      ଭସାଣି ଯାତ୍ରା ସହ ସମପନା ହେଲା ଲଉଡ଼ି ଦର୍ହା ରେ କୁମାର ପୂର୍ଣ୍ଣିମା ରାବଣ ପୋଡି ||   (27-Oct-2026)       ||      ଗଞ୍ଜାମ ଜିଲ୍ଲପାଳ ଓ ପୋର୍ଟ କର୍ତ୍ତୃପକ୍ଷ ଙ୍କ ଆର୍ଯ୍ୟପଲୀ ଜେଟି ଓ ଗୋପାଳ ପୁର ବାତ୍ୟା ଆଶ୍ରୟ ସ୍ତଳ ପରିଦର୍ଶନ କଲେ |   (27-Oct-2026)       ||      ଭକ୍ତିମୟ ପରିବେଶ ରେ ଗଣ୍ଡଳା ଗ୍ରାମରେ ମା ଗଜଲକ୍ଷ୍ମୀ ଙ୍କ ପୂଜା ଅନୁଷ୍ଠିତ |    (27-Oct-2026)       ||      କୋଦଳା ଏନଏସି ଅଞ୍ଚଳ ରେ ଧନ ଦାତ୍ରୀ ମା ଗଜଲକ୍ଷ୍ମୀ ଙ୍କ ପୂଜା ||   (26-Oct-2026)       ||      ମାଝୀ ଗୁଡା ଜୁଆ ଆଡ୍ଡାରେ ପୋଲିସି ର ଚଢ଼ାଉ, 4ଯୁଆଡ଼ି ସହ ଟଙ୍କା, ମୋବାଇଲ ଓ ବାଇକ ଜବତ ||   (26-Oct-2026)       ||      ପାଇକମାଳ ବିଡ଼ିଓ ଙ୍କ ବିରୁଦ୍ଧରେ ମାଡ଼ ଅଭିଯୋଗ ରେ ଉଭୟ ପକ୍ଷରୁ ଥାନରେ ମାମଲା ରୁଜୁ ||   (26-Oct-2026)       ||      ରାଜବୋଡା ସମ୍ବର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲା ପାଳ ଙ୍କ ଅଭିଯୋଗ ଶୁଣାଣି |   (26-Oct-2026)       ||      ଦୁର୍ନୀତି ନିବାରଣ ତଥା ସାଧୁତାର ଶପଥ ପାଠ କରାଗଲା ବରଗଡ ଜିଲ୍ଳାର ସମସ୍ତ କାର୍ଯ୍ୟାଳୟ ରେ |    (26-Oct-2026)       ||      ପାଇକ ମାଳ ବ୍ଲକରେ ବିଜେଡିବର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ |   (26-Oct-2026)       ||      ହଳଦିଆ ପଦର ଓଭର ବ୍ରିଜ ରେ ପିଛା ଛାଡ଼ୁନି ଦୁର୍ଘଟଣା |   (26-Oct-2026)       ||      ଡ଼ାଇକି ଛକ ନିକଟରେ ଅଟୋ ବାଇକ ଧକ୍କା ||   (25-Oct-2026)       ||      ବର୍ଷା ଯୋଗୁଁ ସୋମବାରେ ଖୋଲିବାକୁ ଥିବା କଳିଙ୍ଗ ଘାଟି ରାସ୍ତା କିଛିଦିନ ପରେ ଖୋଲିବ    (25-Oct-2026)       ||      ନିଜ ପିଲାଙ୍କ ବିଷୟ ରେ ଏକ ଅଲଗା କଥା କହିଲେ ତୁକାରାମ ମୁଣ୍ଡେ |    (25-Oct-2026)       ||      ଆର ଏଣ୍ଡ ବି ର ନିର୍ବାହୀ ଯନ୍ତ୍ରୀ ତପନ ସେଠୀ ଭିଜିଲାନ୍ସ ରେ ଧରା ପଡିଲେ ||   (25-Oct-2026)       ||      "ସାବୁତ ନିଯୋଗ ଇଷ୍ଟେଟ ଚେସ ବ୍ୟାଟଲ ସିଜନ -1ରେ ପୁରୀରେ ଶୁଭମ ରଥ ଚାମ୍ପିୟାନ |   (25-Oct-2026)       ||      ମହିଳା ସ୍ୱୟଂ ସହାୟିକା ଗୋଷ୍ଟି ର ନୂତନ ଷ୍ଟେସେନେରୀ ଦୋକାନ କୁ ଉଦଘାଟନ କଲେ ବ୍ରହ୍ମପୁର ମେୟର |   (25-Oct-2026)       ||     

ଗାଁକୁ ପକ୍କା ରାସ୍ତା ନଥିବାରୁ ଖଟିଆ ରେ ନଦୀପାର ହୋଇ ବୁହା ହେଲେ ରୋଗୀ |

31-Aug-2026

ପୁଣି ଖଟିଆରେ ବୁହା ହେଲେ ରୋଗୀ

ପକ୍କା ରାସ୍ତା ନଥିବାରୁ ନଦୀ ପାର କରି ୨ କିମି ବୋହିଲେ ଗ୍ରାମବାସୀ

ଓଡିଶା ଜନମତ ରାୟଗଡା, ୩୧/୮,

କାମେଶ୍ୱର କରକରିଆ: -----

ଦୁର୍ଗମ ଅଞ୍ଚଳରେ ଏବେ ବି ବିକାଶର ବାସ୍ତବ ଚିତ୍ର ସାମ୍ନାକୁ ଆସୁଛି। ଗାଁକୁ ପକ୍କା ରାସ୍ତା ନଥିବାରୁ ପୁଣି ଜଣେ ଅସୁସ୍ଥ ରୋଗୀଙ୍କୁ ଖଟିଆରେ ବୋହି ନଦୀ ପାର କରାଯାଇ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ନିଆଯାଇଛି। ଏଭଳି ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଡଙ୍ଗାସିଲି ପଞ୍ଚାୟତର ସିସପାସ ଗାଁରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ସିସପାସ ଗାଁର ଗୋପୀନାଥ ସାହୁ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନେବା ଆବଶ୍ୟକ ହୋଇଥିଲେ ମଧ୍ୟ ଗାଁକୁ ଯିବା ପାଇଁ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚିପାରି ନଥିଲା। ଫଳରେ ପରିବାର ଲୋକ ଓ ଗ୍ରାମବାସୀ ତାଙ୍କୁ ଖଟିଆରେ ବୋହି ନେଇଥିଲେ। ଗାଁଠାରୁ ମୁଖ୍ୟ ରାସ୍ତାର ଦୂରତା ପ୍ରାୟ ଦୁଇ କିଲୋମିଟର ହୋଇଥିବା ବେଳେ ରାସ୍ତା ମଝିରେ ରହିଛି ଏକ ନଦୀ। ରୋଗୀଙ୍କୁ ଖଟିଆରେ ବୋହି ଗ୍ରାମବାସୀ ବିପଦସଙ୍କୁଳ ଭାବେ ନଦୀ ପାର କରିଥିଲେ। ପରେ ପ୍ରାୟ ଦୁଇ କିଲୋମିଟର ଖଟିଆରେ ବୋହି ମୁଖ୍ୟ ରାସ୍ତାକୁ ଆଣିଥିଲେ। ସେଠାରୁ ଏକ ଅଟୋ ଯୋଗେ ଗୋପୀନାଥଙ୍କୁ ଟିକିରି ଉଷାପଡ଼ାସ୍ଥିତ ଡାକ୍ତରଖାନାକୁ ନିଆଯାଇଥିଲା। ସିସପାସ ଗାଁକୁ ପକ୍କା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦୀର୍ଘଦିନ ଧରି ଦାବି କରିଆସୁଛନ୍ତି। ହେଲେ ଏଯାଏଁ ରାସ୍ତା ସମସ୍ୟାର ସମାଧାନ ହୋଇନାହିଁ। ଫଳରେ ବର୍ଷା ଦିନେ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ଆହୁରି ବଢ଼ିଯାଉଛି। ବିଶେଷକରି ଜରୁରୀ ସମୟରେ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ନପାରିବାରୁ ରୋଗୀଙ୍କୁ ଏଭଳି ଖଟିଆରେ ବୋହି ନେବାକୁ ପଡ଼ୁଛି। ସରକାର ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାର ବିକାଶ ଓ ସମସ୍ତ ଗାଁକୁ ପକ୍କା ରାସ୍ତା ସଂଯୋଗର ଦାବି କରୁଥିବା ବେଳେ ସିସପାସ ଗାଁର ଏହି ଦୃଶ୍ୟ ବାସ୍ତବ ସ୍ଥିତିକୁ ପଦାକୁ ଆଣିଛି। ତୁରନ୍ତ ଗାଁକୁ ପକ୍କା ରାସ୍ତା ନିର୍ମାଣ କରିବା ସହ ନଦୀ ଉପରେ ଆବଶ୍ୟକ ଯାତାୟାତ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

News Comment

You Might Also Like

BACK TO TOP