Breaking News

ମନ୍ଦିର କୁ ମଧ୍ୟ ଛାଡିଲେନି ଚୋର ||ଦକ୍ଷିଣ କାଳୀ ହୁଣ୍ଡୀ ଭାଙ୍ଗି ନେଇଗଲେ ଟଙ୍କା, ସୁନା|   (12-Aug-2026)       ||      ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା |   (12-Aug-2026)       ||      ପାର୍ଥନା ବାହାନା ରେ ଡାକି ମହିଳା ଙ୍କୁ କଲେ ବଳତ୍କାର |   (12-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ଓ ୟୁ ଡବ୍ଲ୍ୟୁ ଜେ ର ସଂଙ୍ଘଠନିକ ବୈଠକ ଓ ନୂତନ ସଦସ୍ୟ ଙ୍କୁ ଆଇକାର୍ଡ ପ୍ରଦାନ |   (12-Aug-2026)       ||      କଲ୍ୟାଣ ସିଂହପୁର ବ୍ଲକରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ |    (12-Aug-2026)       ||      ସମ୍ବାଦ ସାହିତ୍ୟ ଘର ପକ୍ଷରୁ 20 ହଜାର ଚାରା ରୋପଣ |   (12-Aug-2026)       ||      ଆର ଏସ ଏସ ପକ୍ଷରୁ ହୁମ୍ମା ଠାରେ ଗୁରୁପୂର୍ଣ୍ଣିମା ପାକିତ |    (12-Aug-2026)       ||      ପୋଲସରା ରେ ବିଶାଳ ତ୍ରିରଙ୍ଗା ଶୋଭା ଯାତ୍ରା |    (12-Aug-2026)       ||      କଲ୍ୟାଣ ସିଂହ ପୁର ବ୍ଲକରେ ସ୍ୱତନ୍ତ୍ର ସମିତି ସମୀକ୍ଷା ବୈଠକ ଅନୁଷ୍ଠିତ ||   (12-Aug-2026)       ||      ବସ ଧକ୍କାରେ ଦୁଇ ଛେଳି ମୃତ, ଗାଈ ଓ ବଳଦ ଗୁରୁତର |   (12-Aug-2026)       ||      ନିଜ ପୈତୃକ ଗାଁ ଉତ୍ତରାଖଣ୍ଡ ର ପୀଥୋରାଗଡ଼ଜିଲ୍ଲା ରେ ରିଷଭ ପନ୍ତ ଙ୍କ ପାଇଁ ତାଙ୍କ ମା ଘର କରିବେ |   (12-Aug-2026)       ||      ଶୌଚାଳୟ ଅକାମି ଲୋକେ ହନ୍ତ ସନ୍ତ |    (12-Aug-2026)       ||      ପ୍ରଥମ ପୋଷ୍ଟିଙ୍ଗ ରେ କୋଟିଏ ଟଙ୍କା ର ଲାଞ୍ଚ ନେଇ ସିବିଆଇ ଜାଲରେ ଏସିପି |   (11-Aug-2026)       ||      ଗଞ୍ଜେଇ ଚୋରା ଚାଲାଣ ବେଳେ ଗିରଫ କଲା ପୋଲିସ |    (11-Aug-2026)       ||      ନିଜକୁ ଅବକାରୀ ଅଧିକାରୀ କହି ମଦ ଦୋକାନ ଯାଞ୍ଚ ବେଳେ ପୋଲିସ ଦ୍ୱାରା ଗିରଫ!|    (11-Aug-2026)       ||      ଦୁଇ ବାଇକ ସାମନା, ସାମାନି ଧକ୍କା 3 ଗୁରୁତର |    (11-Aug-2026)       ||      ନୂତନ ଧାନ ସଂଗ୍ରହ ନୀତି କୁ ପରିବର୍ତ୍ତନ ପାଇଁ ଦାବୀ |   (11-Aug-2026)       ||      ଛତ୍ରପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୱତ ପରିଷଦ ଆଲୋଚନା ଅନୁଷ୍ଠିତ |    (11-Aug-2026)       ||      ସ୍ତ୍ରୀକୁ ହତ୍ୟା ଘଟଣାରେ ସ୍ୱାମୀକୁ ଆଜୀବନ ଜେଲ |   (11-Aug-2026)       ||      ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀ ମେଡିକାଲ ନାମ କରଣ ନିଷ୍ପତି କୁ ସ୍ୱାଗତ କଲେ ଜିଲ୍ଲା ବାସୀ |    (11-Aug-2026)       ||     

ଏନ ସିସି ଅଫିସର ଦୁଇ ମହିଳା କ୍ୟାଡଟଙ୍କୁ ସମ୍ବର୍ଦ୍ଧନା |

07-Feb-2026

ଏନସିସି ଅଫିସର ଓ ଦୁଇ ମହିଳା କ୍ୟାଡଟଙ୍କୁ ସମ୍ବର୍ଦ୍ଧନା

 ଓଡିଶା ଜନ ମତ,ବୁଗୁଡା, ୦୭/୯୨/୨୬ : 

ଡ. କୁମୁଦ ଚନ୍ଦ୍ର ବେହେରା,

ଦିଲ୍ଲୀରେ ଅନୁଷ୍ଠିତ ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ପ୍ୟାରେଡରେ ବୁଗୁଡା ପିପୁଲସ କଲେଜର ଦୁଇଜଣ ମହିଳା କ୍ୟାଡଟ ଓ ବୁଗୁଡା ପିପୁଲସ କଲେଜର ଏନସିସି ଅଫିସର ଲେଫନାଣ୍ଟ ଅଜୟ କୁମାର ସାହୁ କଣ୍ଟିଜେଣ୍ଟ ଏଏନଓ ଭାବେ ଯୋଗଦେଇ ସଫଳତା ସହ କାର୍ଯ୍ୟ କରି ଫେଇଥିବା ବେଳେ ୦୬/୦୨/୨୬ ତାରିଖରେ ପିପୁଲ୍ସ କଲେଜ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବୁଗୁଡ଼ା ପିପୁଲସ କଲେଜ ପ୍ରିନ୍ସପାଲ ଡକ୍ଟର ପୁରୁଷୋତ୍ତମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା। ୨୮/୧୨/୨୫ ତାରିଖରୁ ୩୦/୦୧/୨୬ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଡିଜି ଏନସିସିରେ ଗଣତନ୍ତ୍ର ଦିବସ ଶିବିରରେ ଅଂଶଗ୍ରହଣ କରିବା ପାଇଁ ପିପୁଲ୍ସ କଲେଜ ବୁଗୁଡ଼ାର ୨ ଜଣ କ୍ୟାଡେଟଙ୍କୁ ମନୋନୀତ କରାଯାଇଥିଲା। ଏହି କ୍ୟାଡେଟମାନେ ଜାତୀୟ ଶିବିର ପାଇଁ ଉଡ଼ାଣ ଭରିବା ପୂର୍ବରୁ ୩ ମାସର କଠୋର ତାଲିମ ଏବଂ ଚୟନ ପାଇଁ ଯାଇଥିଲେ। ୨୦୨୬ ସାଧାରଣତନ୍ତ୍ର ଦିବସରେ ଭାରତର ରାଷ୍ଟ୍ରପତିଙ୍କୁ ଅଭିବାଦନ ଜଣାଇବା ପାଇଁ କର୍ତ୍ତବ୍ୟ ପଥ ଡ୍ରିଲ୍ ପାଇଁ ଏହି କ୍ୟାଡେଟମାନଙ୍କୁ ମନୋନୀତ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରୁ କେବଳ ୧୫ ଜଣ ବାଳିକା କ୍ୟାଡେଟଙ୍କୁ ଚୟନ କରାଯାଇଥିଲା, ଯେଉଁଥିରେ ୨ ଜଣ ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲ୍ସ କଲେଜରୁ ମନୋନୀତ ହୋଇଥିଲେ।  ଫେବୃଆରୀ ୫ ତାରିଖରେ କ୍ୟାଡେଟମାନେ ଦିଲ୍ଲୀରୁ ଫେରି ଆସିଥିଲେ। ସେମାନଙ୍କ ସହିତ ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କୁ ମଧ୍ୟ କଣ୍ଟିଞ୍ଜେଣ୍ଟ ANO ଭାବରେ ମନୋନୀତ କରାଯାଇଥିଲା ଏବଂ ଶିବିର ସମୟରେ ତାଙ୍କ ଉତ୍ସର୍ଗୀକୃତ ଏବଂ ଅନୁକରଣୀୟ ସେବା ପାଇଁ ସମ୍ମାନଜନକ "ଡିଜି ପ୍ରଶଂସା କାର୍ଡ" ପ୍ରଦାନ କରାଯାଇଥିଲା। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସ୍କାଉଟ ଏଣ୍ଡ ଗାଇଡ଼ ଅଧ୍ୟାପକ ଆତ୍ମପ୍ରକାଶ ନାୟକ, ଯୁବ ରେଡ କ୍ରସ ପରାମର୍ଶ ଦାତା ଆଧ୍ୟାପକ ପବିତ୍ର ଖଣ୍ଡୁଆଳ, ପ୍ରଶାସନିକ ବୁର୍ସ ଅଧ୍ୟାପକ ଡକ୍ଟର ପ୍ରଦୀପ କୁମାର ଦାଶ, କ୍ରୀଡା ସଂଯୋଜକ ଅଧ୍ୟାପକ ଅକ୍ଷୟ କୁମାର ସାହୁ, କ୍ରୀଡା ଅଧ୍ୟାପକ କ୍ରିଷ୍ଣା ରାଓ ପାତ୍ର, IQAC ସଂଯୋଜକ ଅଧ୍ୟାପକ ସୁଶାନ୍ତ କୁମାର ସାହୁ, ରସାୟନ ବିଜ୍ଞାନର ଅଧ୍ୟାପକ ମନୋଜ କୁମାର ଦାଶ ଉପସ୍ଥିତ ଥିଲେ।  କ୍ୟାଡେଟ୍ ଟ୍ରେନିଂ ଅଫିସର ଶଙ୍କର ପରିଡା ପ୍ରାରମ୍ଭିକ ଭାଷଣ ଦେଇଥିବା ବେଳେ ଆତ୍ମ ପ୍ରକାଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

News Comment

You Might Also Like

BACK TO TOP