Breaking News

ପିକଅପ ଭେନ କୁ ଧକ୍କା ଦେଈ ବାଇକ ଚାଳକ ମୃତ ||   (16-Apr-2026)       ||      ରଙ୍ଗେଈଲୁଣ୍ଡା ବ୍ଳକର 17ଜଣ ସିଆରସିସି ମାନସିକ ଚାପର ଵଶବର୍ତ୍ତୀ ହୋଈ ବିଇଓ ଙ୍କୁ ଦେଲେ ସାମୁହିକ ଇସ୍ତଫାପତ୍ର |   (16-Apr-2026)       ||      ବାଇକ ଧକ୍କା ରେ ବରିଷ୍ଟ ନାଗରିକ ମୃତ |    (16-Apr-2026)       ||      ବାଇକ ଧକ୍କା ରେ ବରିଷ୍ଟ ନାଗରିକ ମୃତ |    (16-Apr-2026)       ||      ଗୋଶାଣୀ ନୂଆଙ୍ଗା ଥାନା ତରଫରୁ ବ୍ରହ୍ମପୁର ରେଳଷ୍ଟେସନ ନିକଟରେ 21କେଜି ଗଞ୍ଜେଇ, ଏକ ଅଟୋ ସହ ତିନି ଜଣକୁ ଗିରଫକଲା ପୋଲିସ |   (16-Apr-2026)       ||      ନାବାଳିକା କୁ ବସ ମଧ୍ୟରେ ଅସଦାଚରଣ କରି ରିଟାୟଡ଼ ଅଧ୍ୟାପକ ଗିରଫ |    (16-Apr-2026)       ||      ପୋଲସରା ଥାନା ପାତି ଗଡ଼ ଗ୍ରାମରେ ଚୋରିକରିବାକୁ ଆସିଥିବା ବୃଦ୍ଧାଙ୍କୁ କଲେ ଆକ୍ରମଣ |    (16-Apr-2026)       ||      ମାତୃଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର ||   (15-Apr-2026)       ||      ପୋଲସରା ବିଜ୍ଞାନ ମହା ବିଦ୍ୟାଳୟ ରେ ଆଠ ଦିନିଆ ଆତ୍ମ ରକ୍ଷା ତାଲିମ ଶିବିର ର ଶୁଭାରମ୍ଭ |   (15-Apr-2026)       ||      କୋଟିନଡ଼ା ଥାନା କନ୍ଧପଲି ନିକଟରେ ଗଛକୁ ଧକ୍କାଦେଇ ବାଇକ ଆରୋହୀ ମୃତ |    (15-Apr-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ |    (15-Apr-2026)       ||      ପୂର୍ବଶତ୍ରୁତାକୁ ନେଇ ଯୁବକ ଙ୍କୁ ନିର୍ମମ ହତ୍ୟା |    (15-Apr-2026)       ||      ସତାବନ ବର୍ଷ ରେ ବିବାହ ହେଲେ ଅଭିନେତା |    (15-Apr-2026)       ||      ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ମନ୍ଦାର ବେଶରେ ଦର୍ଶନ ଦେଲେ ମା ପାଟ ଖଣ୍ଡା |   (14-Apr-2026)       ||      ବିଶ୍ୱାସ ଓ ନିଷ୍ଠା ଦେଖାଇ 22ହାତ ନିଆଁ ଉପରେ ଚାଲିଲେ ମା ଅଁଳାଇ ଙ୍କ କାଳସୀ ଏବଂ ଶ୍ରଦ୍ଧାକୁ |    (14-Apr-2026)       ||      ପୁରୁଷୋତ୍ତମପୁର ସହର ସହିତ ବ୍ଳକର ବିଭିନ୍ନ ପଞ୍ଚାୟତରେ ଥିବା ମେରୁ ଯାତ୍ରା ଓ ହନୁମାନ ଜୟନ୍ତୀ ଶେଷ ହୋଇଛି |    (14-Apr-2026)       ||      ବୁଗୁଡ଼ାରେ ଗଞ୍ଜାମ କଳାକାର ଦିବସ -2026 ଅନୁଷ୍ଠିତ |   (14-Apr-2026)       ||      ବାଲିଗୁଡା ସହର ଓଏହାର ଆଖପାଖ ଅଞ୍ଚଳରେହନୁମାନ ଜୟନ୍ତୀ ଏବଂ ମହାବିଷୁବ ପଣା ସଂକ୍ରାନ୍ତି ଅନୁଷ୍ଠିତ |    (14-Apr-2026)       ||      ଭାଜପା ଘୁମୁସର ଏସିସି ମୋର୍ଚା ଜିଲ୍ଲା ସଭାପତି 2ଥର ହେଲେ ଗନ୍ଧ ମାର୍ଦନ ସେଠୀ |    (14-Apr-2026)       ||      କେନ୍ଦୁବାଡି ପଞ୍ଚାୟତରେ ଦୁତୀୟ ପର୍ଯ୍ୟାୟ ଜନ ଅଭିଯୋଗ ଶୁଣାଣି |   (13-Apr-2026)       ||     

ଦକ୍ଷିଣ ଆଫ୍ରିକାକୁ 52 ରନରେ ହରାଇ ମହିଳା ବିଶ୍ୱ କପ ଜିତିଲା ଭାରତ |

03-Nov-2025

୫୨ ରନ୍‌ରେଦକ୍ଷିଣ ଆଫ୍ରିକାକୁ ହରାଇ  ମହିଳା ବିଶ୍ଵକପ ଜିତିଲା ଭାରତ, 
(52 ବର୍ଷ ର ବିଶ୍ୱ କପ ଇରିହାସ ରେ ଭାରତ ପ୍ରଥମ ଥର ଜିତିଲା,ମହିଳା ଟିମକୁମିଳିଲା 51କୋଟି,

        ଓଡିଶା ଜନ ମତ ବ୍ୟୁରୋ,

52ବର୍ଷର ମହିଳା ବିଶ୍ଵକପ ଇତିହାସ ରେ ଭାରତ ପ୍ରଥମ ଥର ଜିତି  ଦେଶ ର ଗର୍ବ, ଗୌରବ କୁ ବଢ଼ିଦେଇଛନ୍ତି ମହିଳା ମାନେ | ଆଉସେମାନ ଙ୍କୁ ଅବଳା, ଦୁର୍ବଳା ଭାବିବା ଠିକ ହେବନାହିଁ | ପୁଅମାନଙ୍କ ଠାରୁ କୌଣସି ଗୁଣରେ କମ ନୁହନ୍ତି ସେମାନେ | ଆରମ୍ଭ ହୋଇ ଥିବା ଭାରତୀୟ ମହିଳା କ୍ରିକେଟରମାନେ ଶେଷରେ 52ବର୍ଷର ବୀର୍ଘ ପ୍ରତୀକ୍ଷା ପରେ ଇତିହାସ ରଚିଛନ୍ତି। ରବିବାର ନଭି ମୁମ୍ବାଇରେ ଭାରତୀୟ ମହିଳା ଟିମ୍ ସାଉଥ ଆଫ୍ରିକାକୁ ୫୨ ରନ୍‌ରେ ହରାଇ ପ୍ରଥମ ଥର ବିଶ୍ଵକପ୍ ଚାମ୍ପିଅନ୍ ହୋଇଛି। ଡିଓ୍ୱାଇ ପାଟିଲ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍‌ରେ ଭାରତ ପ୍ରଥମେ ଶେଫାଳୀ ବର୍ମାଙ୍କ ୮୭, ଦୀପ୍ତି ଶର୍ମାଙ୍କ ୫୮ ଏବଂ ସ୍ମୃତି ମନ୍ଧାନାଙ୍କ ୪୫ ରନ୍ ବଳରେ ୭ୱିକେଟ୍‌ରେ ୨୯୮ ରନ୍ କରିଥିଲା I ଜବାବରେ ସାଉଥ୍ ଆଫ୍ରିକା ୨୪୬ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଛି । ଲୌରା ୱଲ୍‌ଭର୍ଡଟ୍ ଶତକ ହାସଲ କରିଥିଲେ ମଧ୍ୟ ଟିମ୍‌କୁ ବିଜୟୀ କରାଇପାରିନଥିଲେ । ଦୀପ୍ତି ଶର୍ମା ୫ ୱିକେଟ୍ ଅକ୍ତିଆର କରିଥିଲେ।
୨୯୯ ରନ୍‌ର ଜବାବରେ କ୍ୟାପ୍‌ଟେନ୍ ଲୌରା ୱଲ୍‌ଭର୍ଡଟ୍ ଏବଂ ତାଳମିନ୍ ବ୍ରିଜ ସତର୍କତାର ସହ ଇନିସ୍ ଆରମ୍ଭ କରିଥିଲେ । ଦୁହେଁ ୫୧ ରନ୍‌ର ଓଫ୍ଲି ପାର୍ଟନରଶିପ୍ କରିଥିବା ବେଳେ ୧୦ମ ଓଭରରେ ବ୍ରିଟଜଙ୍କୁ ରନ୍‌ଆଉଟ୍ କରି ଅମନଜୋଡ୍ କୌର ସାଉଥ୍ ଆଫ୍ରିକାକୁ ପ୍ରଥମ ଝଟ୍‌କା ଦେଇଥିଲେ । ବ୍ରିଜ ୨୩ ରନ୍ କରିଥିଲେ। ଏହାପରେ ଶ୍ରୀ ଚରଣୀ ଖାତା ଖୋଲିବା ପୂର୍ବରୁ ଆନେକେ ବଶ୍‌ଙ୍କୁ ଏଲବିଡବ୍ଲ୍ୟୁ କରି ଟିମକୁ ଦ୍ଵିତୀୟ ଝଟ୍‌କା ଦେଇଥିଲେ। ୬୨ ରନ୍‌ରେ ୨ ୱିକେଟ୍‌ର ପତନ ପରେ ୱିଲଭର୍ଡ଼ଟଙ୍କ ସହ ଇନିଂସ୍‌ ସନ୍ତାଳି ସୁନେ ଲୁକ୍ ତୃତୀୟ ୱିକେଟ୍ ପାଇଁ ୫୨ ରନ୍‌ର ପାର୍ଟନରଶିପ୍ କରିଥିଲେ । ମାତ୍ର ୨୧ତମ ଓଭରରେ ଲୁଜ (୨୫ ରନ୍)ଙ୍କୁ ଆଉଟ କରି ଶେଫାଳୀ ବର୍ମା ଏହି ପାର୍ଟନରଶିପ୍‌ ଭାଙ୍ଗିଥିଲେ । ପରେ ୨୩ତମ ଓଭରରେଶେଫାଳୀ ପୁଣି ଏକ କମାଲ୍ କରି ମାରିଜାନେ କାପ୍ (୪ ରନ୍)ଙ୍କୁ ୱିକେଟ୍ ପଛରେ ରିଚା ଘୋଷଙ୍କ ହାତରେ କ୍ୟାଚ୍ କରାଇ ଭାରତକୁ ବଡ଼ ସଫଳତା ଦେଇଥିଲେ। ୩୦ତମ ଓଭର୍‌ରେ ସିନାଲୋ ଜାଫ୍‌ଡ଼ା ଙ୍କୁ ଆଉଟ୍ କରି ଦୀପ୍ତି ଶର୍ମା ସଭଥ୍ ଆଫ୍ରିକାକୁ ୫ମ ଝଟ୍‌କା ଦେଇଥିଲେ। ଏହାପରେ ଆନେରୀ ଡର୍କସେନ୍ କ୍ୟାପ୍‌ଟେନ୍‌ ୱ ଲଭର୍ଡଟଙ୍କ ମିଶି ୬ଷ୍ଠ ୱିକେଟ୍‌ ପାଇଁ ୬୦ ବଲ୍‌ରେ ୬୧ ଉନ୍‌ର ଉପଯୋଗୀ ପାର୍ଟନରଶିପ୍ କରିଥିଲେ। ତେବେ ୪୦ତମ ଓଭରର ତୃତୀୟ ବଲ୍‌ରେ ତର୍କସେନ୍‌ଙ୍କୁ ଆଉଟ୍ କରି ଦୀପ୍ତି ଶର୍ମା ଏହି ପାର୍ଟନରଶି ପରେ ବ୍ରେକ ଲଗାଇଥିଲେ।   ଡ଼ର୍କସେନ୍‌ଙ୍କ ଆଉଟ ପରେ ଓ ଲଭର୍କଟ ୯୬ ବଲରେ ଶତକ ପୂରଣ କରିବା ପରେ 42ତମ ଓଭରର ପ୍ରଥମ ବଲରେ ଦୀପ୍ତି ଶର୍ମା ତାଙ୍କୁ ଅମନଜୋତ୍ କୌରଙ୍କ ହାତରେକ୍ୟାଚ୍ କରାଇ ଭାରତକୁ ବଡ଼ ସଫଳତା ଦେଇଥିଲେ। ୱିଲ୍‌ଭର୍ଡଟ୍ ୯୮ ବଲ୍‌ରେ ୧୧ ଚୌକା ଓ ଗୋଟିଏ ଛଳା ସହାୟତାରେ ୧୦୧ ରନ୍ କରିଥିଲେ।ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ଭାରତର ଆରମ୍ଭ ଚମତ୍କାର ଥିଲା । ଶେଫାଳୀ ବର୍ମା ଓ ସ୍ମୃତି ମନ୍ଧାନାଙ୍କ ଓପ୍ଲିଂ ଯୋଡ଼ି ସାଉଥ୍ ଆଫ୍ରିକା ବୋଲର୍‌ଙ୍କ ଉପରେ ଭାରୀ ପଡ଼ିଥିଲେ। ଦୁହେଁ ୭ମ ଓଭର୍‌ରେ ୫୦ ଏବଂ ୧୭.୨ ଓଭରରେ ୧୦୦ ରନ୍ ପାର୍ କରାଇଥିଲେ। ତେବେ ୧୮ତମ ଓଭର୍‌ରେ ସ୍ମୃତି ମନ୍ଧାନା ୪୫ ରନ୍ କରିଥିବା ବେଳେ କ୍ଲୋଏ ଟ୍ରାୟୋନ୍‌ଙ୍କ ବଲ୍‌ରେ ୱିକେଟ୍‌ ପଛରେ ସିନାଲେ କାଫ୍‌ତାଙ୍କୁ କ୍ୟାଚ୍ ଦେଇ ଫେରିଥିଲେ। ମନ୍ଧାନାଙ୍କ ୫୮ ବଲ୍‌ର ଇନିଂସ୍‌ରେ ୮ ଚୌକା ସମିଲ ଥିଲା । ଆଉଟ୍ ପୂର୍ବରୁ ସେ ଶେଫାଳୀଙ୍କ ସହ ୧୦୬ ବଲରେ ୧୦୪ରନର ଓଫ୍ଲିପାର୍ଟନରଶିପ୍ ହୋଇଥିଲା । ଏହାପରେ ଜେମିମା ରଡ୍ରିଗ ଓ ଶେପାଳୀ ଇନିସ୍‌ ସମ୍ଭାଳି ୨୫ତମ ଓଭର୍‌ରେ ଭାରତର ସ୍କୋର ୧୫୦ ରନ୍ ପାର ପହଞ୍ଚାଇଥିଲେ। ଦୁହିଁଙ୍କ ମଧ୍ୟରେ ୬୨ ରନ୍‌ର ପାର୍ଟନରଶିପ୍ ହୋଇଥିବା ବେଳେ ଭାରତକୁ ଦ୍ଵିତୀୟ ଝଟ୍‌କା ଲାଗିଥିଲା। ଶେଫାଳୀ ୮୭ ରନ୍‌ରେ ଆୟାବୋଙ୍ଗା ଖାକଙ୍କ ବଲ୍‌ରେ ସୁନେ ଲୁଜ ଙ୍କୁ କ୍ୟାଚଦେଇ ଫେରିଥିଲେ । ତାଙ୍କ ୭୮ ବଲ୍‌ର ଇନିସ୍‌ରେ ୭ ଚୌକା ଓ ୨ ଛକା ସାମିଲ ଥିଲା । ଏହାପରେ ଜେମିମା ମଧ୍ୟ ୨୪ ରନ୍‌ର ଇନିଂସ୍ ଖେଳି ଆଉଟ୍ ହୋଇଥିଲେ । ୨୨୩ ରନ୍‌ର ସ୍କୋର୍‌ରେ ଭାରତକୁ ଚତୁର୍ଥ ଝଟ୍‌କା ଲାଗିଥିଲା । କ୍ୟାପ୍‌ଟେନ୍ ହରମନପ୍ରୀତ୍ର କୌର୍ ୨୦ ରନ୍ କରି ଜୋନ୍‌କୁଲୁଲେ ମଲାବାଙ୍କ ଦ୍ବାରା କ୍ଲିନ୍ ବୋଲ୍ଡ ହୋଇଥିଲେ। ୪୪ତମ ଓଭର୍‌ରେ ଅମନଜୋଡ଼ କୌର୍ ୧୨ ରନ୍ କରି ପଞ୍ଚମ ୱିକେଟ୍ ଭାବେ ଫେରିଥିଲେ। ତେବେ ଏହାପରେ ଦୀପ୍ତି ଶର୍ମା ଓ ରିଚା ଘୋଷ ଚମତ୍କାର ବ୍ୟାଟିଂ କରିଥିଲେ। ଦୀପ୍ତି ଅର୍ଦ୍ଧଶତକ ପୂରଣ କରିଥିଲେ। ମାତ୍ର ରିଜା ୨୪ ବଲ୍‌ରେ ୩ ଚୌକା ଓ ୨ ଛକା ସହାୟତାରେ ୩୪ ରନ୍ କରିଥିବା ବେଳେ ୪୯ତମ ଓଭର୍‌ରେ ଆୟାବୋଙ୍ଗା ଖାଜାଙ୍କ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଆଉଟ୍ ପୂର୍ବରୁ ସେ ଦୀପ୍ତିଙ୍କ ସହ ୪୭ରଜ୍‌ର ପାର୍ଟନରଶିପ୍ କରିଥିଲେ। ଦୀପ୍ତି ୫୮ ବଲରେ ୩ ଚୌକା ଓ ଗୋଟିଏ ଛକା ସହାୟତାରେ ୫୮ ରନ୍ କରିଥିବା ବେଳେ ଶେଷ ବଲ୍‌ରେ ରନ୍ ଆଉଟ ହୋଇଥିଲେ। ସାଉଥ ଆଫ୍ରିକା ପକ୍ଷର ଆୟୋ ବୋଙ୍ଗା  ଖାଜା ସର୍ବାଧ‌ିକ ୩ଟି ଓ କେଟ୍ ନେଇଥିବା ବେଳେ ମଲାବା, ନାଦିନ୍ ଡି କ୍ଲାର୍କ ଏବଂ ଟ୍ରାୟୋନଙ୍କୁ1-1  ସଫଳତା ମିଳିଥିଲା।

News Comment

You Might Also Like

BACK TO TOP