Breaking
News
Breaking
News
09-Jul-2025
ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀ,
ଓଡିଶା ଜନମତ , ବ୍ରହ୍ମପୁର, କୈଳାସ ଚନ୍ଦ୍ର ଚୌଧୁରୀ,
ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ପୁଣି ଜଣେ ଅଧିକାରୀ ଙ୍କୁ ଗିରଫ କରିଛି | ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଜାତୀୟ ରାଜପଥ ରେ | ଭିଜିଲାନ୍ସ ବିଭାଗ ଚଢ଼ାଉ କରି ଭାରପ୍ରାପ୍ତ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କ ଗାଡ଼ିରୁ ୩ ଲକ୍ଷ ଟଙ୍କା ଜବତ କରିଛନ୍ତି । ଏତେ ପରିମାଣର ଟଙ୍କା ଜବତ ପରେ ଟଙ୍କା କେଉଁଠାରୁ ଯୋଗାଣ ଅଧିକାରୀ ଆଣିଥିଲେ ତାଉପରେ ସଠିକ ତଥ୍ୟ ଉପସ୍ଥାପିତ କରିନପାରି ତୁତୁ ମେଁ, ମେଁ ହୋଇ ଯାଇଥିଲେ | ତେବେ ଭିଜିଲାନ୍ସ ଅଧିକାରୀ ଅଧିକ ତଦନ୍ତ ଜାରି ରଖି ଛନ୍ତି । ତେବେ ଶରକାର ଙ୍କ ଦୁର୍ନୀତିଖୋର ଅଫିସର ଙ୍କ ଊପରେ ଭିଭିଜିଲାନ୍ସ ଚଢ଼ାଉ କରୁଥିବାରୁ ବହୁତ ବ୍ୟକ୍ତିଖୁସି ବ୍ୟକ୍ତ କରିଛନ୍ତି |
BACK TO TOP