Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ବାଲିଗୁଡା ରେ ମା ପାଟଖଣ୍ଡା ଠାକୁରାଣୀ ଙ୍କ ଯାତ୍ରାରମ୍ଭ,|

06-May-2025

ବାଲିଗୁଡା ରେ ମା’ ପାଟ୍ଟଖଣ୍ଡା ଠାକୁରାଣୀଙ୍କ ଯାତ୍ରାରମ୍ଭ:  ନିମନ୍ତ୍ରଣ ପରେ ଫୁଲଚାଙ୍ଗୁଡ଼ି ପୂଜା ଓ ଦିଗବନ୍ଧନ ଶେଷ

ଓଡିଶା ଜନମତ, ବାଲିଗୁଡା,ସଞ୍ଜୟ କୁମାର ପାଣିଗ୍ରାହୀ, ତା, ୦୬/୦୫:

  କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା` ପାଟ୍ଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମା `ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପରେ ଯଥାରିତି ନୀତି ଅନୁଯାୟୀ ପୂଜାର୍ଚନା ସହ ଅସ୍ଥାୟୀ ପୀଠ କୁ ପ୍ରତିଷ୍ଠା କରାଯାଇ ଯାତ୍ରାରମ୍ଭ ହୋଇଛି l ଦେବୀ ଘଟ ଧାରିଣୀ ଙ୍କୁ ସଂକଳ୍ପ ଓ ବରଣ ପରେ ପ୍ରଚଳିତ ନିୟମାନୁଯାୟୀ ପ୍ରଥମେ ମା, ଦକ୍ଷିଣ କାଳୀ ଙ୍କୁ ଆବାହନ ପରେ ମା` ମହାମାୟୀ, ମା` ଡେଙ୍ଗସିଲ, ମା `କନକଦୁର୍ଗା, ଓ ମା` ପାଟ୍ଟଖଣ୍ଡା ଠାକୁରାଣୀଙ୍କୁ ଆବାହନ କରାଯାଇଥିଲା। ମା`ଙ୍କୁ ଆବାହନ କରିବା ପାଇଁ ଫୁଲଚାଙ୍ଗୁଡ଼ି ପୂଜା ଶେଷ ହୋଇ ଠାକୁରାଣୀଙ୍କୁ ବିଳମ୍ବିତ ରାତିରେ ମା`ଙ୍କୁ ବିଭିନ୍ନ ବାଦ୍ୟ ବାଜଣାର ଶୋଭାଯାତ୍ରାରେ ସମସ୍ତ ଠାକୁରାଣୀ ଅସ୍ଥାୟୀ ପୀଠ ମା` ବରାଳ ଦେବୀ ମନ୍ଦିରକୁ ଯାଇଥିଲେ। ମଧ୍ୟାହ୍ନରେ ଅସ୍ଥାୟୀ ମଣ୍ଡପ ରୁ ସମସ୍ତ ଠାକୁରାଣୀ ମନ୍ଦିରକୁ ଯାଇ ରୀତିନୀତି ଅନୁଯାୟୀ ପୂଜାପାଠ କରିବା ସହ ମା` ଙ୍କୁ ନେବା ପାଇଁ ଅନୁମତି ଭିକ୍ଷା କରିଥିଲେ । ଅନୁମତି ମିଳିବା ପରେ ସ୍ବତନ୍ତ୍ର ଭାବେ ବାଉଁଶ ପାତିଆରେ ନିର୍ମିତ ଚାଙ୍ଗୁଡ଼ିକୁ ଅଣାଯାଇ ବିଭିନ୍ନ ରଙ୍ଗରେ ସଜ୍ଜିତ କରାଯାଇ ଇଟମଳା ଫୁଲମାଳକୁ ସେଥିରେ ରଖାଯାଇଛି। ଚାଉଳ, ଗୁଆ, ହଳଦୀ ଏବଂ ଦୀପ ଲଗାଇ ଫୁଲ ଚାଙ୍ଗୁଡ଼ିକୁ ସଂକଳ୍ପ ପୂଜା କରାଯାଇଥିଲା | ଉକ୍ତ ସଂକଳ୍ପ କାର୍ଯ୍ୟକୁ ଫୁଲବାଣୀ ର ମୁଖ୍ୟ ପୂଜକ ଭାବେ ସଞ୍ଜୟ କୁମାର ଦାସ, ସନ୍ତୋଷ କୁମାର ଦାସ, ଶ୍ରୀକାନ୍ତ ପଣ୍ଡା ତୁଲାଉ ଥିବା ବେଳେ ସହଯୋଗୀ ପୂଜକ ଭାବେ ନୀଳକଣ୍ଠ ମିଶ୍ର, ପ୍ରକାଶ ଚନ୍ଦ୍ର ପାଢ଼ୀ ଓ ପିତାମ୍ବର ପଣ୍ଡା ଉପସ୍ଥିତ ରହି ନିଜ ନିଜ କାର୍ଯ୍ୟକ୍ରମ ସୁଚାରୁ ରୂପେ କରୁଛନ୍ତି। ଆମନ୍ତ୍ରଣ ସମୟରେ ଦିନତମାମ ଯେଉଁ ମାନେ ଘଟ ଧରୁଛନ୍ତି, ତାଙ୍କ ପରିବାରର ସମସ୍ତ ସଦସ୍ୟ ଉପବାସ ରହିଥିଲେ। ମଧ୍ୟରାତ୍ରରେ ମା `ଙ୍କ ନିଜସ୍ୱ ପାଟ୍ଟଖଣ୍ଡା ମନ୍ଦିର ରୁ ଏକ ବିରାଟ ଶୋଭାଯାତ୍ରା ବାହାରି ପୂଜାର୍ଚ୍ଚନା କରି ମା`ଙ୍କ ଆଜ୍ଞାମାଳ କୁ ଧରି ଅସ୍ଥାୟୀ ମନ୍ଦିର ଅଭିମୁଖେ ଯାତ୍ରା କରିବା ନେଇ ସିନ୍ଧାନ୍ତି ଅମୃତବେଳା ଦେଇଥିବା ଜଣାପଡିଛି। ପ୍ରତି ଦୁଇବର୍ଷକୁ ଥରେ ମା` ନଗର ପରିଭ୍ରମଣ ପାଇଁ ଆସୁଥିବା ଯୋଗୁଁ ଏହି ସମୟକୁ ସମସ୍ତେ ଅପେକ୍ଷା କରିଥାନ୍ତି | ଏତଦ୍‍ବ୍ୟତୀତ ମା `ଙ୍କ ନିଜସ୍ବ ମନ୍ଦିରରେ ମଧ୍ୟ ସେବକ ମାନଙ୍କ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଛି। ଆଜି ଦିନତମାମ ମା`ଙ୍କୁ ରୀତିନୀତି ଅନୁଯାୟୀ ପୂଜାପାଠ କରାଯାଇଥିବା ବେଳେ ସଂଧ୍ୟାରେ ବାଳଭୋଗ ଓ ସଂଧ୍ୟାଆଳତି କରାଯାଇଥିଲା। ଚାରିଦିଗ ଦଶଦିଗପାଳ ପୂଜା ପରେ ମା`ଙ୍କ ଅନ୍ନ ଭୋଗ ପୂଜା କରାଯାଇ କିଛି ସମୟ ବିଶ୍ରାମ ପରେ ପୁଣି ମା`ଙ୍କୁ ଭୋଗ ଅର୍ପଣ କରି ବେଶପଟୁଆର ଆରମ୍ଭ ହୋଇଥାଏ l ଏହି ଯାତ୍ରା ରେ ବାଲିଗୁଡା ଏସଡ଼ିପିଓ ରାମେନ୍ଦ୍ର ପ୍ରସାଦ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଥାନା ଅଧିକାରୀଙ୍କ ସମେତ ପୁଲିସ କର୍ମଚାରୀ, ଗୃହରକ୍ଷୀ ସୁରକ୍ଷା ପାଇଁ ମୁତୟନ କରାଯାଇଛି । ସଂଧ୍ୟାରେ ଯାତ୍ରାଞ୍ଚଳର ସମସ୍ତ ସାହିର ରାସ୍ତା ସଫା କରିବା ସହ ପାଣି ସିଞ୍ଚନ କରାଯାଇ ଝୋଟି, କୁମ୍ଭକଳସ ଓ ଦୀପ ସଜାଯାଇଛି। ମା`ଙ୍କ ସ୍ଥାୟୀ ମନ୍ଦିର ସମେତ ଅସ୍ଥାୟୀମଣ୍ଡପ ରଙ୍ଗବେରଙ୍ଗ ପୁଷ୍ପରେ ସଜ୍ଜିତ କରାଯାଇଛି ମା`ଙ୍କ ଆଗମନକୁ ସହରବାସୀ ଉତ୍ସୁକତାର ସହ ଚାହିଁ ରହିଥିବା ବେଳେ ସମସ୍ତଙ୍କ ନଜର କେତେବେଳେ ମା`ଙ୍କ ମସ୍ତକରୁ ଆଜ୍ଞାମାଳ ଖସିବ ତା`କୁ ଚାହିଁ ରହିଛନ୍ତି l ଚଳିତବର୍ଷ ଯାତ୍ରା ମଇ ୬ ତାରିଖରୁ ଆରମ୍ଭ ହୋଇ ଜୁନ ୫ ତାରିଖରେ ଶେଷ ହେବ l ଏକ ମାସ ବ୍ୟାପୀ ମା` ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ। ଏ ନେଇ ସମଗ୍ର ବାଲିଗୁଡା ସହର ଉତ୍ସବ ମୁଖର ହୋଇଉଠିଛି। ଏଥି ସହ ଠାକୁରାଣୀଙ୍କ ନଗର ଭ୍ରମଣ ଖସଡା ମଧ୍ଯ ପ୍ରସ୍ତୁତ ହୋଇ ସାରିଛି । ବିଭିନ୍ନ ସାହିରେ ଆକର୍ଷଣୀୟ ମେଢ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଆକର୍ଷଣୀୟ ପୂଜା ମଣ୍ଡପ ସାଙ୍ଗକୁ ଅସ୍ଥାୟୀ ମଣ୍ଡପ ତୋରଣର ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଛି। ଠାକୁରାଣୀ ଯାତ୍ରା କାଳରେ ଟାଉନ ର ନୀଳଗିରୀ ଫାର୍ମ ନିକଟ ଯାତ୍ରା ପଡିଆ ରେ ଅପେରା, ମୀନାବଜାର, ଖାଦ୍ୟ ପସରା ଭଳି ବିଭିନ୍ନ ପ୍ରକାର ଆକର୍ଷଣୀୟ କାର୍ଯ୍ୟକ୍ରମ ମନ ମୋହିବା ସୁନିଶ୍ଚିତ ଥିବା ବେଳେ ମା`ଙ୍କ କୃପା ଭିକ୍ଷା ପାଇଁ ଶ୍ରଦ୍ଧାଳୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ଜଣାଯାଇଛି। ଏଥିରେ ମା `ପାଟଖଣ୍ଡା ଦୁର୍ଗାପୂଜା ସମିତିର ସଭାପତି ଲଳିତ କୁମାର ପାତ୍ର, ସମ୍ପାଦକ ଶିବରାମ ପ୍ରଧାନୀ, କୋଷାଧକ୍ଷ ଅଶୋକ କୁମାର ସାହୁ ଏବଂ  ଠାକୁରାଣୀ ଯାତ୍ରାର ଏକ ୫ଜଣିଆ କମିଟି ସଦସ୍ୟ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ପରିଚାଳନା କରୁଛନ୍ତି ।

News Comment

You Might Also Like

BACK TO TOP