Breaking News

ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||      ଛତ୍ରପୁର ଗୋବିନପୁର ସୀତାନଗର ରୁ ଆଠ ଫୁଟିଆ ଅଜଗର ସାପ ଉଦ୍ଦାର |    (04-Oct-2026)       ||      ବିଜେଡିର ସିନିଏର ପେନାଲ ଲିଷ୍ଟ ରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |   (04-Oct-2026)       ||      ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||     

ପିପଳ ପଙ୍କାରେ ରାଜ୍ୟ ସରକାର ଙ୍କ ଡେମ ନିର୍ମାଣ କୁ ବିରୋଧ କରି ଦଶଦିନିଆ ପଦଯାତ୍ରା କଲା ଋଷିକୁଲ୍ୟା ସୁରକ୍ଷା କମିଟି |

23-Mar-2025

ଋଷିକୂଲ୍ୟା ଉପର ମୁଣ୍ଡରେ ପିପଳପଙ୍କା ଡ୍ୟାମ ବାତିଲ ଓ ଋଷିକୂଲ୍ୟା ନଦୀ ବଞ୍ଚାଅ ସୁରକ୍ଷା ପଦଯାତ୍ରା   |

            ଓଡିଶା ଜନମତ ବ୍ୟୁରୋ,

 ଗଂଜାମ ଜ଼ିଲ୍ଲାର ପିପଳପଙ୍କା ଠାରେ ଋଷିକୂଲ୍ୟା ଓ ଓଡଙ୍ଗି ନଦୀର ସଂଯୋଗ ସ୍ଥଳରେ ଏକ ବଡ ଡ୍ୟାମ ନିର୍ମାଣ କରିବାକୁ ପୂର୍ବ ସରକାର 1997ମସିହା ରେ ନିଷ୍ପତି ନେଇଥିଲେ | ଏଥିପାଇଁ ସରକାରଙ୍କର ଦ୍ୱାରା ଏକ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା | ଏହି ଡ୍ୟାମ ନିର୍ମାଣ ପରେ ୧୦୦ କି.ମି. ପାଇପ ଲାଇନ ଯୋଗେ ୬୦ ନିୟୁତ ଗ୍ୟାଲେନ ଜଳ ଛତ୍ରପୁର ଓ ଗୋପାଳପୁର କରିଡୋର ମଧ୍ୟରେ ଥିବା ବଡ ବଡ କମ୍ପାନୀ ମାନଙ୍କୁ ଯୋଗାଇ ଦିଆଯିବ ବୋଲି ଘୋଷଣା ହୋଇଥିଲା | ସୂଚନା ଥାଉକି ଯେ ତତ୍କାଳୀନ ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟ ନାୟକଙ୍କ ଦ୍ୱାରା ଟାଟାର ପ୍ରସ୍ତାବିତ ଇସ୍ପାତ ପ୍ରକଳ୍ପକୁ ପାଣି ଯୋଗାଇବା ପାଇଁ ସେ ସମୟରେ ଏହି ପିପଳପଙ୍କା ପ୍ରକଳ୍ପର ପରିକଳ୍ପନା କରିଥିଲେ | ଏହି ପ୍ରକଳ୍ପ କୁ ବିରୋଧ କରି ଗଂଜାମ ଜ଼ିଲ୍ଲାର ବହୁ ଚାଷୀ ସଂଗଠନ ଓ ସମାଜସେବୀ ମାନେ ଦୃଢ ପ୍ରତିବାଦ କରିଥିଲେ, ଯାହା ଦ୍ୱାରା ସରକାର ଏହାକୁ ଏକ ପ୍ରକାର ବାତିଲ କରିଥିଲେ | ଆଜିର ସମୟରେ ଜଳବାୟୁ ପରିବର୍ତନ ତଥା ନଦୀଶଯ୍ୟା ରୁ ପ୍ରବଳ ମାତ୍ରାରେ ଚୋରା ବାଲି ଚାଲାଣ ହେବା ଦ୍ଵାରା ରୋଡ଼ ଗୁଡିକ ମଧ୍ୟ ବାରମ୍ବାର ଖରାପ ହେବା ସହିତ ଜନ ସାଧାରଣ ବହୁତ ଦୁର୍ଘଟଣା ର ଶିକାର ହେଉଛନ୍ତି |  ଏହାଏକ ବଡ ସମସ୍ୟା ହୋଇଯାଇଛି, ଲକ୍ଷ ଲକ୍ଷ ବାଲି ଚୋରା ଚାଲାଣ ହେବା ଦ୍ଵାରା କ୍ଷିପ୍ର ଗତିରେ ଋଷିକୂଲ୍ୟା ନଦୀ ଶୁଷ୍କ ହୋଇପଡିଛି | ପୁଣି ଉପର ମୁଣ୍ଡରେ ଏକ ଡ୍ୟାମ ନିର୍ମାଣ ହେଲେ ନଦୀ କୁଳ ଅଂଚଳରେ ବସବାସ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଓ ଜୀବିକା ଉପରେ ବଡ କୁପ୍ରଭାବ ପଡିବ | ଋଷିକୂଲ୍ୟା ନଦୀରେ ଏହି ଡ୍ୟାମହେଲେ ଗଞ୍ଜାମ ଜିଲ୍ଲାର ସୋରଡ଼ା, ଧରାକୋଟ, ଆସ୍କା, ହିଞ୍ଜିଳି କାଟୁ, କବିସୂର୍ଯ୍ୟ ନଗର, ପୁରୁଷୋତ୍ତମପୁର, ଗଞ୍ଜାମ,ଛତ୍ରପୁର , ଆଦି ବ୍ଲକ ସହିତ ଅଧିକାଂଶ ସହର ବିଶେଷ କରି ବ୍ରହ୍ମପୁର ଓ ଗୋପାଳ ପୁର ଅଞ୍ଚଳ ର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଭୟଙ୍କର ପାଣି ସମସ୍ୟା ସୃଷ୍ଟି ହୋଇ ପାରେ |କିନ୍ତୁ ବର୍ତମାନ ରାଜ୍ୟ ସରକାର ଏହାକୁ ପୁଣି ଥରେ ଆରମ୍ଭ କରିବାକୁ ଯାଉଥିବା ବେଳେ ଏହାକୁ  ଗଂଜାମ ଜ଼ିଲ୍ଲାର ବହୁ ଚାଷୀ ସଂଗଠନ ଓ ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଦଶ ଦିନିଆ ପଦଯାତ୍ରା ର ଆରମ୍ଭ କରାଯଇଛି |ଏହି ପଦଯାତ୍ରାଗତ 16 ତାରିଖ ଠାରୁ ପିପଳପଙ୍କା ଠାରୁ ବାହାରି ଛ ଦିନ ପରେ ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ଗାଁ ତଥା ଆଲପୁର, ଅନ୍ତରୀଗାଁ ,ରାଉଳପଲ୍ଲୀ, ମୋଡାବୋଇ,ପାଣ୍ଡିଆ, ଭୀମପୁର,ଚାଟାମୁଣ୍ଡଳୀ , କୋଳାସିଙ୍ଗି ହୋଇ ଆଜି ପୁରୁଷୋତ୍ତମପୁରରେ ସହର ପରିକ୍ରମା କରାଯାଇଥିଲା | ଶେଷରେ ପୁରୁଷୋତ୍ତମପୁର ବସଷ୍ଟାଣ୍ଡ  ଠାରେ ଏକ ସଭାର ଆୟୋଜନ ହୋଇଥିଲା |  ଏହାପରେ ବିଭିନ୍ନ ପଞ୍ଚାୟତ ଯଥା ଆଛୁଲି, ହାଣ୍ଡିଘାର, ଦଳ ସର ଖଣ୍ଡି, ପ୍ରତାପୁର କେ ଏନ ପୁର  ଗ୍ରାମ ଗୁଡିକ ରେ ପଦଯାତ୍ରା କରି  ଥିଲେ | ଉପର ମୁଣ୍ଡରେ ଡ୍ୟାମ ନିର୍ମାଣ କରି ପାଣିକୁ ଅଟକାଇଲେ ତଳ ଅଞ୍ଚଳର ଜନବସତି ପ୍ରତି  ଏହାର ପ୍ରଭାବ ପଡ଼ିବ। ପିଇବା ପାଣି ଓ ଜଳସେଚନ
ପ୍ରଭାବିତ ହେଲେ ଲୋକଙ୍କ ଜୀବନ ଜୀବିକା ବିପନ୍ନ ହେବ ଏହାକୁ ପ୍ରତିହତ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆରମ୍ଭ ହୋଇଥିବା ପଦଯାତ୍ରାରେ ଋଷିକୂଲ୍ୟା କ୍ରିୟାନୁଷ୍ଠାନ କମିଟିର ସଂଯୋଜକ ଭାଲ ଚନ୍ଦ୍ର ଷଡଙ୍ଗୀ, ଋଷିକୂଲ୍ୟା ରୟତ ମହାସଂଘ ସମ୍ପାଦକ ସୀମାଞ୍ଚଳ ନାହାକ,ସମାଜ ସେଵୀ ପ୍ରଫୁଲ ସାମନ୍ତରାୟ ଏଆଇକେଏମଏସ ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଜୀବନ ଜୀବିଳା ସୁରକ୍ଷା ମଞ୍ଚ ଆବାହକ ଅରୁଣ ଜେନା, ସାମାଜିକ କର୍ମୀ ଆଦିତ୍ୟ ରଥ, ଅଧ୍ୟାପକ ଋତୁ କିଶୋର ବେହେରା, ଆଦିବାସୀ ନେତା ରାଜେନ୍ଦ୍ର ମଲିକ, ସମାଜସେବୀ ଟୁନା ଦୋରାଙ୍କ ସମେତ ଶତାଧିକ ଲୋକ ସାମିଲ ହୋଇଥିଲେ। କ୍ରିୟାନୁଷ୍ଠାନ କମିଟିର ଏହି ଯାତ୍ରା ଆସନ୍ତା ୨୫ ତାରିଖ ଦିନ ବିଭିନ୍ନ ବ୍ଳକର ଶତାଧୂକ ଗ୍ରାମ ପରିକ୍ରମା ପରେ ଗଞ୍ଜାମ ବ୍ଲକର ପୁରୁଣା ବନ୍ଧରେ ଥିବା ଋଷିକୂଲ୍ୟା ନଦୀର ମୁହାଣରେ ଶେଷ ହେବ।

News Comment

You Might Also Like

BACK TO TOP