Breaking News

ଶୁଣିଲାନି ପ୍ରଶାସନ, ଘର ଉଛେଦ ପରେ ଗଛ ମୂଳହିଁ ଭରସା |    (25-Aug-2026)       ||      ଅତିଶୀଘ୍ର ଶ୍ରୀମନ୍ଦିର ରେ ଆରମ୍ଭ ହେବ ଧାଡି ଦର୍ଶନ |    (25-Aug-2026)       ||      ଛେଳି ଚୋରିକରି ବୋଲରା ଗାଡ଼ିରେ ନେଉଥିଲା ବେଳେ ପୋଲିସ ଦ୍ୱାରାତିନି ଗିରଫ ||   (25-Aug-2026)       ||      ବର୍ଷା ଯୋଗୁଁ ଭାଙ୍ଗିଲା ନୂଆବନ୍ଧ,, ଚାଷ ଜମି ହେଲା ବାଲିଚର |    (25-Aug-2026)       ||      ଲଡଶ ରେ ଶେଷ ମୁହୂର୍ତ୍ତ ରେ ଟିମ ଇଣ୍ଡିଆ ର ଦମ ଦେଖି ପ୍ରଶଂସା କଲେ ଗୃହ ମନ୍ତ୍ରୀ |    (25-Aug-2026)       ||      ମେଡିକାଲ ଆଗରେ ଜବର ଦଖଲ ଉଛେଦ ଯୋଗୁଁ ବ୍ୟବସାୟୀ ଙ୍କ ଉଜୁଡି ଗଲା ବେଉସା |    (25-Aug-2026)       ||      ବେଆଇନ ଭାବେ ଚାଲୁଥିବା ସ୍କୁଲ ବସକୁ ଜବତ କଲେ କଟକ ଆର ଟି ଓ ବିଭାଗ ଅଧିକାରୀ |    (24-Aug-2026)       ||      ଭିଜିଲାନ୍ସ ହାତରେ ଧରା ପଡିଲେଅବସର ପ୍ରାପ୍ତ ସିନିଏର ରେଭେନ୍ୟୁ ଆସିଷ୍ଟାଣ୍ଡ ଅଧିକାରୀ |    (24-Aug-2026)       ||      ବାଣପୁର ବ୍ଲକରେ ଜିଲ୍ଲା ପାଳ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (24-Aug-2026)       ||      ବଡ଼ ମାଣିଝୋଲା ନଦୀରୁ ନିଖୋଜ ଛାତ୍ର ଙ୍କ ମୃତ ଦେହ ଉଦ୍ଧାର |   (24-Aug-2026)       ||      ଦିଗିପଡି ଗାଁରେ ଲଗାଣ ବର୍ଷା ରେ ମାଟି ଅତଡ଼ା ଖସି ରାସ୍ତାରେ ବିରାଟ ଗର୍ତ୍ତ ||   (24-Aug-2026)       ||      ବାଲିଗୁଡା ନିର୍ବାଚନ ମଣ୍ଡଳୀ ରପୂର୍ବତନ ବିଧାୟକ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ |    (24-Aug-2026)       ||      ଶ୍ରାବଣ ଶେଷ ସୋମବାର ରେ କନ୍ଧମାଳ ଜଳେଶ୍ୱର ରେ କାଉଡିଆ ଙ୍କ ପ୍ରବଳ ଭିଡ଼ |    (24-Aug-2026)       ||      ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି, ରମ୍ଭା ଅଞ୍ଚଳରେ ଏବେବି ଚାଲିଛି କଙ୍ଗାରୁ କୋର୍ଟ |   (24-Aug-2026)       ||      ପରଲୋକରେ ବରିଷ୍ଟ ବିଜେପି କର୍ମୀ ରମେଶ ଚନ୍ଦ୍ର ମିଶ୍ର, ଶୋକବ୍ୟକ୍ତ କଲେ ବହୁ ବ୍ୟକ୍ତି ବିଶେଷ |    (24-Aug-2026)       ||      ପଦ୍ମନାଭ ସାହୁଙ୍କ ଦ୍ୱାଦଶାହ ଦିବସରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (24-Aug-2026)       ||      ଛାତ ଉପରେ ମାଙ୍କଡ଼ ଆକ୍ରମଣ ରେ ତଳେ ପଡି ଯୁବତୀ ଗୁରୁତର,    (24-Aug-2026)       ||      ପାକିସ୍ତାନ ର ପୂର୍ବତନ କ୍ରିକେଟ ଅଧିନାୟକ ଙ୍କ ଉତ୍ତମ ଚିକିତ୍ସା ପାଈଁ ପାକ ସରକାର ଙ୍କୁ ଚିଠି ଲେଖିଲେ ବହୁ ଅଧିନାୟକ |    (24-Aug-2026)       ||      ତାରିଣୀ ଗଣ ନାଟ୍ୟ ଓ ନିଶା ମହାରଣଙ୍କଅଭିନୀତ ଅନୁସନ୍ଧାନ ମୂଳକ ନାଟକ "ନିଶା, ନିଶା, ରାତି ` |    (24-Aug-2026)       ||      ଦୀର୍ଘ ଅଢେଇ ବର୍ଷ ପରେ ମଧ୍ୟ ଆଦର୍ଶ ହଷ୍ଟେଲ କାମ ସରୁନି |    (24-Aug-2026)       ||     

ପୁରୁଷୋତ୍ତମପୁର ବ୍ଳକରେ ସପ୍ତମ ତମ ସାଧରଣ ସମିତି ବୈଠକ ଅନୁଷ୍ଠିତ ||

18-Jan-2025

ପୁରୁଷୋତ୍ତମପୁର ବ୍ଲକରେ  ସପ୍ତମ ତମ ସାଧାରଣ ପଞ୍ଚାୟତ ସମିତିବୈଠକ ଅନୁଷ୍ଠିତ |

                  ଓଡିଶା  ଜନମତ  ବ୍ୟୁରୋ, 

ପୁରୁଷୋତ୍ତମପୁର ବ୍ଲକ ବୈଠକ ହଲରେ ସପ୍ତମ ତମସାଧାରଣ ବୈଠକ ଅଧକ୍ଷା ପିଙ୍କି ବେହେରା ଓ ବିଡ଼ିଓ ମନୋଜ କୁମାର ନାୟକ ଙ୍କ ମିଳିତସଂଯୋଜନା ରେ  ଅନୁଷ୍ଠିତ ହୋଇ ଥିଲା | ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ  ଆସ୍କା ସାଂସଦ  ଅନୀତା ଶୁଭ ଦର୍ଶିନୀ ଓ ସମ୍ମାନିତ  ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପୁର୍ଣ ଚନ୍ଦ୍ର ସେଠୀ,  ବ୍ଲକ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ସାବତ,  ବ୍ଲକ ଉପାଧକ୍ଷା ମମତା ବାରିକ, ଓ କବିସୂର୍ଯ୍ୟ ନଗର  ବିଧାୟକ ଙ୍କ   ଅନୁପସ୍ଥିତି ରେ ତାଙ୍କ ଅନୁମତି ପ୍ରତିନିଧି  ସୀତାରାମ ପାଣିଗ୍ରାହୀ, ମଞ୍ଚାସିନ ଥିଲେ |  13ମାସ ପରେ ଅନୁଷ୍ଠିତ ବୈଠକ ର ଆରମ୍ଭରେ କିଛି ସମୟ ପାଇଁ  ବିଧାୟକ ଙ୍କ ପ୍ରତିନିଧିକେଉଁ ପ୍ରକ୍ରିୟାରେଓ କେଉଁ ଅଧିକାର ବଳରେ  ବୈଠକ  ମଞ୍ଚରେ ବସିବା ର ନିୟମ, କାନୁନ, ରହିଛି ତାହାକୁ  ନେଇ ସରପଞ୍ଚ ଓ ସମିତି ସଭ୍ୟ ମାନ ଙ୍କ ମଧ୍ୟରେ  ତୁମୁଳ ହଟଗୋଳ ଓ ଯୁକ୍ତିତର୍କ ହୋଇଥିଲା | ତେବେ ମାନ୍ୟବର ସାଂସଦ ଓ ବିଧାୟକ ଙ୍କ ହସ୍ତକ୍ଷେପ ପରେ ତାହା ଶାନ୍ତ ପଡି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା | ନିର୍ବାଚନ ଆଚରଣ ଵିଧି ଲାଗୁ ହେବାର 6ମାସ ପୂର୍ବରୁ ଏବଂ ନିର୍ବାଚନ ସରିବାର ତିନି ଚାରି ମାସ ପର୍ଯ୍ୟନ୍ତ  ନିର୍ବାଚିତ ବିଧାୟକ ଙ୍କ ସହିତ ସହଯୋଗ କରି ବୈଠକ କରିବାରେ ପ୍ରାୟ ଦୁଈ ମାସ ଡେରି ହୋଇ ଯାଇଥିବାରୁ ଏବଂ ମଝିରେ ଥରେ ବୈଠକ ବାତିଲ ହୋଇ ଯାଇଥିବା ଯୋଗୁଁ ଏହା ହୋଇ ପାରି ନଥିଲା | ତେବେ ଜନ ପ୍ରତିନିଧି  ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ମାନେ ନିଜ ପଞ୍ଚାୟତ ର ଉର୍ନ୍ନୟନ କାର୍ଯ୍ୟ ନିମନ୍ତେ ଉପସ୍ଥିତ ହୋଇ ଥିଲା ବେଳେ କେବଳ ବିଧାୟକ ପ୍ରତିନିଧି ଙ୍କ ବିଷୟ ନେଇ ଏକଘଣ୍ଟା ସମୟ ବିତିଯାଇ ଥିଲା | ଏହିବୈଠକ ରେ ଜିପିଓ ମୀନ କେତନ ବେହେରା ପୁର୍ବ ବୈଠକ ର  ନିର୍ଧାରଣ ପଠନ କରିଥିଲେ |  ସେମଧ୍ୟରେ ପୂର୍ବତନ ଅଧିବେଶନ ଉପରେ ଆଲୋଚନା ସହିତ ବିଭିର୍ନ୍ନ ଉର୍ନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କ  ଯଥା କେନ୍ଦ୍ର ଅର୍ଥ କମିଶନ ଓ ରାଜ୍ୟ ଅର୍ଥ କମିଶନ ଅନୁଦାନ ଯୋଜନା ପ୍ରସ୍ତୁତି,  ଗ୍ରାମୀଣ ପାନୀୟ ଜଳ ଯୋଗାଣ ବିଷୟ ଏବଂ ସମନ୍ୱୟ ଶିଶୁ ମହିଳା ବିକାଶ, କୃଷି, ଉଦ୍ୟାନ, ପଶୁ ସମ୍ପଦ, ମାଛ ଚାଷ, ଜଙ୍ଗଲ ଓ ମୂର୍ତ୍ତିକା ସଂରକ୍ଷଣ, ବିଦ୍ୟୁତ, ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି,  ଶିକ୍ଷା ଓସ୍ୱାସ୍ଥ୍ୟ, ଖାଦ୍ୟ ଯୋଗାଣ, ଗ୍ରାମୀଣ ଆବାସ ଯୋଜନା,ଜଳସେଚନ ଓକ୍ଷୁଦ୍ର ଜଳସେଚନ, ଉପରେ  ଆଲୋଚନା ହୋଇଥିଲା  | ବୈଠକ ରେ ଭତ୍ତା ଉପରେ ସରପଞ୍ଚ ଙ୍କ ପ୍ରଶ୍ନ ଉପରେ ମୋଟ19ହଜାର 872  ଭତ୍ତା  ବଣ୍ଟନ ହୋଇ ଥିବାର ବିଏସ ଏସ ଓ କାହ୍ନୁ ଚରଣସୋରେନ  ମତ ଦେଇଥିଲେ ପୁରୁଷୋତ୍ତମ ପୁର ରେ ସେଣ୍ଟ୍ରାଲ ସ୍କୁଲ ପାଇଁ ସରସିଙ୍ଗି ସରପଞ୍ଚ ମନୋଜ କୁମାର ଦାଶ ସାଂସଦ ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସାଂସଦ କେନ୍ଦ୍ର ଶିକ୍ଷା ମନ୍ତ୍ରୀ  ଙ୍କୁ ଏହା ଉପରେ ଜଣାଇ ଛନ୍ତି ଏବଂ ହେବାର ଆଶା ବହୁତ ବୋଲି କହିଥିଲେ | କେ ଏନ ପୁର ସରପଞ୍ଚ ରାଜଲକ୍ଷ୍ମୀ ବେହେରା  ମହିଳା ସମିତିସଭ୍ୟ ଓ ମହିଳାସରପଞ୍ଚ ମାନଙ୍କ ପାଇଁ ଏକ ପ୍ରତୀକ୍ଷା ଗୃହ କରିବା ପାଇଁ ପ୍ରସ୍ତାବ ଉପରେ ବିଧାୟକ ଏବଂ ସାଂସଦ କୌଣସି ଫଣ୍ଡ ରୁ କିଛି ଦିନ ମଧ୍ୟରେ ଗୃହ କରିବାକୁ ବିଡ଼ିଓ ଙ୍କୁ ନିର୍ଦ୍ଧେଶ ଦେଇଥିଲେ |  ସମା ସମିତି ସଭ୍ୟ  ରିଙ୍କୀ ବେହେରା ବୃଦ୍ଧ, ବୃଦ୍ଧା ଙ୍କୁ ହାତରେ ଭତ୍ତା ପ୍ରଦାନ ପାଇଁ ପ୍ରସ୍ତାବ ଦେବା ପରେ ଏମପି  ଉତ୍ତର ଦେଇ ଥିଲେ କି ଜିଲ୍ଲା ପାଳଙ୍କୁ ଏହା ଉପରେ ଅବଗତ କରା ଯାଇଛି  | ଏହାସହ ରାସନ କାର୍ଡ 3ବର୍ଷ ହେଲା କାର୍ଯ୍ୟ କାରି ହୋଇ ପାରିନି ଉତ୍ତର ରେ ବିଡ଼ିଓ  ଏବେ ନୂଆଁରାସନ ଦେବା ପାଇଁ ସରକାର  ତୁରନ୍ତ ବ୍ୟବସ୍ତା କରୁଛନ୍ତି ବୋଲି କହିଥିଲେ | ସିଏଚ ନୁଆଁଗା ର ସମିତି ସଭ୍ୟା ଆଭା ପରିଡା ଯଉଗଡ଼ ର ଦ୍ଵାର ଓ ରକ୍ଷଣା ବେକ୍ଷଣ ଉପରେ ପ୍ରଶ୍ନପଚାରି ଥିଲେ, ଏହା ଉପରେ ଏମପି  ମୋତେ ତାର ଚିଠି ଲେଖି ଦେଲେ ମୂଁ ଚେଷ୍ଟା କରିବି ବୋଲି କହିଥିଲେ |  ଆଛୁଲି ସରପଞ୍ଚ ସୁଧାକର ଗୌଡ଼  ଯଉଗଡ଼ ମହୋତ୍ସବ କାହିଁକି କରାଯାଉ ନାହିଁ ତା ଉପରେ ସମସ୍ତ ଙ୍କ  ଦୃଷ୍ଟି ଆକର୍ଷଣ କରିଥିଲେ  |  ଖଲ୍ଲିକୋଟ ବିଧାୟକଙ୍କ ମତ ସମସ୍ତେ ମିଳି ମିଶି ସହଯୋଗ କରିଲେ  ମହୋତ୍ସବ ହୋଇ ପାରିବ ବୋଲି କହିଥିଲେ |  ସୁନାଥର ସରପଞ୍ଚ ଅନିଲ କୁମାର ନାହାକ ଧାନ ମଣ୍ଡି ଖୋଲା ଯାଉନି ବୋଲି କହିଲା ପରେ ଯୋଗାଣ ଅଧିକାରୀ ନୀଳିମା ମହାନ୍ତି ଏହାଉପରେ  ଆଜି ବ୍ୟବସ୍ତା କରା ଯାଉଛି ବୋଲି କହିଥିଲେ | ଆଛୁଲି ସମିତି ସଭ୍ୟା ବିନୋଦିନୀ ପଣ୍ଡା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତିଯୋଜନା ଉପରେ ଠକେଇ ହୋଇ ଥିବାର ଅଭିଯୋଗ ପରେ ଏହା  ଉପରେ ଜିପିଓ ଙ୍କୁ   ରେଜୁଲେସନ କରିବାକୁ ଖଲ୍ଲିକୋଟ ବିଧାୟକ ଓ ବିଡ଼ିଓ କହିଥିଲେ | ସୁନାଥର  ସରପଞ୍ଚ ଅନିଲ କୁମାର ନାହାକ ଗ୍ରାମରେନାମ ନଥିବା ପୋଖରୀ ରେ ଗଛ ଲଗାଇ ଅର୍ଥ ଆତ୍ମସାତ  ହେଉଛି ବୋଲି  ମୂର୍ତ୍ତିକା ସଂରକ୍ଷଣ ବିଭାଗ ଉପରେ ଅଭିଯୋଗ କରିଥିଲେ  | ଏହାଉପରେ ବିଭୀଗୀୟ ଅଧିକାରୀ  ସାଂସଦ ଙ୍କ ପ୍ରଶ୍ନ ରେ ଠିକ ଉତ୍ତର ଦେଇନପାରି ତୁତୁ, ମେଁମେ ହୋଇଥିଲେ  |  ବିଡ଼ିଓ ମନୋଜ ନାୟକ କହିଥିଲେ କି  ପ୍ରଧାନ ମନ୍ତ୍ରୀ ଅମୃତସରୋବର ଯୋଜନା ରେ ପ୍ରତିପଞ୍ଚାୟତ ରେ 3ଗୋଟିପୋଖରୀ ଖୋଳି ତାର ଫାଇଦା ନେବାକୁ ନିର୍ଦ୍ଧେଶ ଥିବାରୁ ତା ଉପରେ ସବୁ ସରପଞ୍ଚ ପୋଖରୀ ଖୋଳିବାଜୁ କହିଥିଲେ |  ବର୍ଷକୁ ବ୍ଳକରେ 6ଲକ୍ଷ ଶ୍ରମ ଦିବସ ସୃଷ୍ଟି ପାଇଁ ଲକ୍ଷ ରଖାଯାଇଥିଲା ବେଳେ ଏହାମାତ୍ର ଏକଲକ୍ଷ ଶ୍ରମ ଦିବସ ସୃଷ୍ଟି ହେଉଥିବା ଦର୍ଶାଇ ବିଡ଼ିଓ ସମସ୍ତ ଜନ ପ୍ରତିନିଧି ଏହାଉପରେ ସହଯୋଗ କରିବାକୁ କହିଥିଲେ | ଏହାସହମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବ୍ୟପକ ହେରଫେର ରୋକି ବାକୁଏବଂ ବିଭାଗୀୟ ଅଧିକାରୀ ଏଥିପାଇଁ ଉତ୍ତର ଦାୟୀ ହେବା ନିମନ୍ତେ ଆଛୁଲି ସମିତି ସଭ୍ୟା ବିନୋଦିନୀ ପଣ୍ଡା ଓ ସୁନାଥର ସରୋଞ୍ଚ ଅନିଲ ନାହାକ ଦାବି କରିଥିଲେ | ଏହା ଉପରେ ମଧ୍ୟ ରେଜୁଲେସନ କରିବାକୁ ବିଡ଼ିଓ ଜିପିଓ ଙ୍କୁ ନିର୍ଦ୍ଧେଶ ଦେଇଥିଲେ | ଉଦ୍ୟାନ ବିଭାଗ ଉପରେ  4235 ଆମ୍ବ ଗଛ ଚାରା  ମଧ୍ୟରୁ 25% ପ୍ରତିଶତ ଲଗାଯାଇଥିବା  ଦାଇତ୍ୱରେ ଥିବା ଅଧିକାରୀ କହିଥିଲେ | ତେବେ ଏହି କାର୍ଯ୍ୟକ୍ରମ ରେ36ନଂ ଜିଲ୍ଲା ପରିଷଦ ସଦସ୍ୟ ଭଜମନବେହେରା, ବରିଷ୍ଟ ଯନ୍ତ୍ରୀ ନାଗ ଭୂଷଣ ଯାଦବ ଙ୍କ ସହ ସମସ୍ତ ଯନ୍ତ୍ରୀ, ସମସ୍ତ ବିଭାଗୀୟ ଅଧିକାରୀ , ବ୍ଲକ ଡେଭଲପମେଣ୍ଟ ଅଧିକାରୀ  ମୀନକେତନ ପାଢ଼ୀ, ବ୍ଲକ ମୁଖ୍ୟ କିରାଣୀ, ସିପି ବରୁଣ ପାତ୍ର, କୋଷାଧକ୍ଷ ଜି କାର୍ତିକେ ଶ୍ୱର ରାଓ ,  ଙ୍କ ସହ ସମସ୍ତ ବ୍ଲକ ଷ୍ଟାଫ,ପିଆଇ ମେମ୍ବର ତାଙ୍କ ପ୍ରତିନିଧି, ଏବଂ ଯୁବ ନେତା  ନିର୍ମଳ ଚନ୍ଦ୍ର ସାହୁ, ଓ ଜଗତବନ୍ଧୁ ପଣ୍ଡା, ଇନ୍ଦ୍ରଜିତ ନାୟକ, ଅକ୍ଷୟପ୍ରଧାନ ଏବଂ କିଛି ସହଯୋଗୀ ଓ  ବ୍ଲକ ଷ୍ଟାଫ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ | ଶେଷରେ ବରିଷ୍ଟ ନେତା ତଥା ଭାଟକୁମରଡ଼ା  ସମିତି ସଭ୍ୟ  କୋରନାଥ ସ୍ବାଇଁ ସବୁ ଅଧିକାରୀ ମାନେ ପୂର୍ବରୁ କରୁଥିବା ମନମୁଖୀ କାର୍ଯ୍ୟ କୁ ଛାଡି  ସମସ୍ତ ଜନ ପ୍ରତିନିଧି ତଥା ଲୋକଙ୍କୁ  ଠିକଭାବେ ସହଯୋଗ କରିବାକୁ କହି ଉପସ୍ଥିତ ମଞ୍ଚାସିନ ଅତିଥି ମାନଙ୍କୁ ଧନ୍ୟବାଦ ଦେବା ପରେ ବୈଠକ ଶେଷ ହୋଇ ଥିଲା  |

News Comment

You Might Also Like

BACK TO TOP