Breaking
News
Breaking
News
05-Jan-2025
ଆସନ୍ତା କାଲି ଠାରୁ ଆରମ୍ଭ ହେବ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ,
ଓଡିଶା ଜନମତ ବ୍ୟୁରୋ,
ଭୁବନେଶ୍ୱର: ଜାନୁଆରି 06 ତାରିଖ ରୁ ୧୨ ତାରିଖ ମଧ୍ୟରେ ପଞ୍ଚମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ପାଳିତ ହେବ। ଚିଲିକାର ସୌନ୍ଦର୍ଯ୍ୟ, ଜୈବ ବିବିଧତା ସୁରକ୍ଷା ଓ ଗୋଷ୍ଠୀ ପରିଚାଳିତ ସଂରକ୍ଷଣର ଗରିମାମୟ ଐତିହ୍ୟକୁ ଋଦ୍ଧିମନ୍ତ କରିବାକୁ ଆୟୋଜିତ ହେଉଥିବା ଏହି ଉତ୍ସବକୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦ୍ଘାଟନ କରିବେ । ଆନ୍ତର୍ଜାତିକ ପକ୍ଷୀ ବିଶାରଦ ଅସାଦ ରହମାନୀ, ସୁରେଶ କୁମାର, ବନ୍ୟପ୍ରାଣୀ ଫଟୋଗ୍ରାଫର ଧୃତିମାନ ମୁଖାର୍ଜୀ ସମ୍ମାନିତ ଅତିଥ୍ ଭାବେ ଯୋଗଦେବେ । ଉତ୍ସବ ସମୟରେ ଭୁବନେଶ୍ୱରରେ ଅନୁଷ୍ଠିତ ସମ୍ମିଳନୀରେ ଯୋଗଦେଇଥିବା ପ୍ରବାସୀ ମାନଙ୍କୁ ନନ୍ଦନକାନନ, ସାତପଡ଼ା, ଚିଲିକାର ବରକୂଳକୁ ବୁଲାଇ ନିଆଯିବ | ଯଦି ସେମାନେ ଆଉ କେଉଁଠିକୁ ଯିବାକୁ ଇଚ୍ଛା କରୁଥିବେ ସେହି ସ୍ଥାନକୁ ମଧ୍ୟ ବନ ବିଭାଗ ସେମାନଙ୍କୁ ସହଯୋଗ କରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ରେଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ସେମାନଙ୍କୁ ନିଆଯିବ ବୋଲି କହିଛନ୍ତି | ଜାନୁଆରି ୭ରୁ ୧୨ ମଧ୍ୟରେ ପ୍ରତିଦିନ ସକାଳ ସାଢ଼େ ୧୦ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ମଧ୍ୟରେ ବନ୍ୟପ୍ରାଣୀ ଡକ୍ୟୁ ମେଣ୍ଟାରି ଚଳଚ୍ଚିତ୍ର, ଫଟୋ ପ୍ରଦର୍ଶନା ଓ ଚିତ୍ରକଳା ପ୍ରଦର୍ଶନୀ ଆଞ୍ଚଳିକ ବିଜ୍ଞାନ ସଂଗ୍ରହାଳୟଠାରେଅନୁଷ୍ଠିତ ହେବ | ବନ ଉତ୍ସବ ସମ୍ପର୍କରେ ସେ କହିଲେ ପୂର୍ବରୁ ପଞ୍ଜୀକ ରଣ କରିଥିବା ୬୦ ଜଣ ଫଟୋଗ୍ରାଫର ୬ରୁ ୮ ତାରିଖ ମଙ୍ଗଳାଯୋଡ଼ିରେ ଫଟୋ ଗ୍ରାଫି କରି ବାର ସୁଯୋଗ ପାଇବେ। ପକ୍ଷୀ ଚିତ୍ର ପ୍ରଦର୍ଶନ, ବିକେ ଆର୍ଟ୍ସ କଳିଙ୍ଗ ଧଉଳି, ଖଲ୍ଲିକୋଟ ମହାବିଦ୍ୟାଳୟ, ଓ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ,ର ଛାତ୍ର, ଛାତ୍ରୀ ଙ୍କ ଦ୍ୱାରାପ୍ରତକ୍ଷ ଚିତ୍ରକଳା, ପୋଷ୍ଟର ପ୍ରଦର୍ଶନ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟିବ | ଉତ୍ସବରେ ଗ୍ରାମବାସୀ,ଓଡିଶା ର ବନ୍ୟ ପ୍ରାଣୀ ଫୋଟଗ୍ରାଫର, ଓସ୍କୁଲ ଛାତ୍ର, ଛାତ୍ରୀ ଯୋଗ ଦେବେ |
ଜାନୁଆରି ୮ରୁ ୧୦ ମଧ୍ୟରେ ଫରେଷ୍ଟ ପାର୍କ, ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର ଓ ଆନନ୍ଦବନଠାରେ ସକାଳ ୬ଟାରୁ ୮.୩୦ ପର୍ଯ୍ୟନ୍ତ ପକ୍ଷୀ ନିରୀକ୍ଷଣ ପଦଯାତ୍ରା ଅନୁଷ୍ଠିତ ହେବ । ଏହାବ୍ୟତୀତ ୧୦ ତାରିଖ ରାତିରୁ ୧୧ ତାରିଖ ଯାଏଁ ଚିଲିକାର ବରକୂଳ ଠାରେ ଓଡ଼ିଶା ବାର୍ଡ କନ୍କ୍ଲେଭ ଅନୁଷ୍ଠିତ ହେବ। ଓଡ଼ିଶାର ପକ୍ଷୀ ନିରୀକ୍ଷକ ଓ ଗବେଷକମାନେ ଆଲୋଚନା କରିବେ ଏବଂ ନଳବଣ ବୁଲିବା ପାଇଁ ଯିବେ ବୋଲି ମନ୍ତ୍ରୀ ସିଂଖୁଣ୍ଟିଆ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ (ବନ୍ୟପ୍ରାଣୀ) ପ୍ରେମ୍ କୁମାର ଝା, ନନ୍ଦନକାନନର ନିର୍ଦ୍ଦେଶକ ତଥା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ମୁଖ୍ୟ କାର୍ଯ୍ୟନିର୍ବାହୀ ଭି ନାୟାର, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଦେବେନ୍ ପ୍ରଧାନ, ଧରମ ହାଁସଦା ପ୍ରମୁଖ ଉପସ୍ଥିତ ରହିଥିଲେ।
BACK TO TOP