Breaking
News
Breaking
News
01-Jan-2025
ଖଲ୍ଲିକୋଟ : ସି ଆର୍ ସି ସିଙ୍କ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନବ ବର୍ଷର ଶୁଭେଚ୍ଛା ଜ୍ଞାପନ,
ଓଡିଶା ଜନମତ ବ୍ୟୁରୋ,
ଖଲ୍ଲିକୋଟ ବ୍ଲକରେ କାର୍ଯ୍ୟରତ ସି ଆର୍ ସି ସି ସାମୂହିକ ଭାବେ ସମ୍ମିଳିତ ହୋଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସଦ୍ୟସ୍ମାନ ପଣ୍ଡା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଷମା ଶବରଙ୍କୁ ଫୁଲତୋଡ଼ା ସହିତ ଉତ୍ତରୀୟ ପ୍ରଦାନ କରି ନବ ବର୍ଷ-୨୦୨୫ର ଶୁଭେଚ୍ଛା ଶୁଭକାମନା ଜଣାଇଥିଲେ । ଉଭୟ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସି ଆର୍ ସି ସି ମାନେ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ସୂଚାରୁରୂପେ ସମ୍ପାଦନ କରିବାକୁ ମତବ୍ୟକ୍ତ କରିଥିଲେ । ଏପ୍ରକାର ଶୁଭେଚ୍ଛା ଉତ୍ସବରେ ସି ଆର୍ ସି ସି କୃଷ୍ଣଚନ୍ଦ୍ର ପରିଡ଼ା, ପ୍ରଶାନ୍ତ କୁମାର ସେଠୀ, ପ୍ରଜ୍ଞା କୁମାର ପଟ୍ଟନାୟକ, ପବିତ୍ର ବେହେରା, ପ୍ରକାଶ ଚନ୍ଦ୍ର ସେଠୀ, ପବନା ସ୍ୱାଇଁ, ରାଜେନ୍ଦ୍ର ପ୍ରସାଦ ପଣ୍ଡା, ପ୍ରମୋଦ କୁମାର ପ୍ରଧାନ, ସୁଶୀଳ କୁମାର ପଣ୍ଡା, ନିରଞ୍ଜନ ଗୁରୁ, ଲିପନ ପଣ୍ଡା, ନିରଞ୍ଜନ ସେଠୀ, ରବୀନ୍ଦ୍ର କୁମାର ନାହାକ, ଶୁଭେନ୍ଦୁ ରାଉତ, ଡକ୍ଟର ଦ୍ବାରିକାନାଥ ମହାରଣା ପ୍ରମୁଖ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହିତ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା ଜଣାଇଥିଲେ ।
BACK TO TOP