Breaking
News
Breaking
News
13-Sep-2026
୭ରୁ ୮ ଦିନରେ ପାଇଲଟ୍ ରାମ୍ପ ପ୍ରସ୍ତୁତ, ଶ୍ରୀମନ୍ଦିର ରେ ଧାଡି ଦର୍ଶନ ନିମନ୍ତେ ||
ଓଡିଶା ଜନ ମତ ବ୍ୟୁରୋ,
ବହୁଦିନର ପ୍ରତୀକ୍ଷା ର ଅନ୍ତ ଘଟିବାକୁ ଯାଉଛି ପୁରୀ ଶ୍ରୀମନ୍ଦିର ଭିତରେ | ଭକ୍ତ ଙ୍କ ନିମନ୍ତେ ଶୃଙ୍ଖଳିତଏବଂ ଧାଡ଼ି ଦର୍ଶନ ପାଇଁ ଆସନ୍ତା ୭ରୁ ୮ ଦିନ ମଧ୍ୟରେ ପାଇଲଟ୍ ଫୋଲ୍ଡିଂ ରାମ୍ପ ନିର୍ମାଣ ଶେଷ ହେବ। ଆଇଆଇଟି ଭୁବନେଶ୍ୱରର ମଡେଲ ଅନୁଯାୟୀ ଏହି ରାମ୍ପ ପ୍ରସ୍ତୁତ ହେବ। ପରେ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ମତାମତ ନିଆଯିବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀ ରାଜ ହରିଚନ୍ଦନ ।
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଏହି ରାମ୍ପ ଫୋଲ୍ଡିଂ ବ୍ୟବସ୍ଥାରେ ରହିବ । ଆବଶ୍ୟକ ସମୟରେ ପ୍ରାୟ ୫ ମିନିଟ୍ ମଧ୍ୟରେ ଏହାକୁ ଖୋଲାଯାଇ ପୁଣି ବନ୍ଦ କରାଯାଇପାରିବ । ପ୍ରଥମ ପାଇଲଟ୍ ରାମ୍ପ ନିର୍ମାଣ ଶେଷ ହେବା ପରେ ଶ୍ରୀମନ୍ଦିର ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରତିନିଧିମାନଙ୍କୁ ଏହା ପରିଦର୍ଶନ କରାଯିବ ।
ପରିଦର୍ଶନ ପରେ ମିଳିଥିବା ମତାମତ ଓ ନିଷ୍ପତ୍ତି ଆଧାରରେ ଆବଶ୍ୟକ ସ୍ଥଳେ ରାମ୍ପ ମଡେଲରେ ସଂଶୋଧନ କରାଯିବ । ଅନୁମତି ମିଳିଲେ ପାଇଲଟ୍ ରାମ୍ପକୁ କାର୍ୟ୍ୟକ୍ଷମ କରାଯିବ ବୋଲି ଆଇନମନ୍ତ୍ରୀ କହିଛନ୍ତି ।
ଆଗାମୀ ଦିନରେ ୬ ଥାକିଆ ରାମ୍ପ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ । ପୂର୍ଣ୍ଣ ମଡେଲ ପ୍ରସ୍ତୁତ କରିବାକୁ ପ୍ରାୟ ୩ରୁ ୪ ମାସ ସମୟ ଲାଗିବ ବୋଲି ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଏହା ହେଲେ ଭକ୍ତମାନଙ୍କ ଜଗନ୍ନାଥ ଦର୍ଶନ ରେ କୌଣସି ଅସୁବିଧା ହେବ ନାହିଁ ବୋଲି ଆକଳନ କରାଯାଉଛି |
BACK TO TOP