Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ଭାରସାମ୍ୟ ହରାଇ ଗାଜଲ ବାଡ଼ି ଘାଟିରେ ରାସ୍ତା ତଳକୁ ଖସିଲା କେଣ୍ଟେନର |

13-Sep-2026

ଗାଜଲବାଡ଼ି ଘାଟିରେ ପୁଣି ଦୁର୍ଘଟଣା: ଭାରସାମ୍ୟ ହରାଇ  ରାସ୍ତା ତଳକୁ ଖସିଲା କଣ୍ଟେନର

ଓଡିଶା ଜନମତ,ବାଲିଗୁଡ଼ା, ତା, ୧୩/୯,

ସଞ୍ଜୟ କୁମାର ପାଣିଗ୍ରାହୀ :-----

 ଦାରିଙ୍ଗବାଡ଼ିରୁ ବ୍ରହ୍ମପୁରକୁ ସଂଯୋଗ କରୁଥିବା ଏନ୍‌ଏଚ୍‌-୫୯ର ଗାଜଲବାଡ଼ି ଘାଟି ପୁଣି ଥରେ ଦୁର୍ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି। ଘାଟିର ଅତ୍ୟନ୍ତ ଅଣଓସାରିଆ ଓ ତୀକ୍ଷ୍ଣ ବୁଲାଣିରେ ଏକ ବଡ଼ କଣ୍ଟେନର ଟ୍ରକ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସି ଯାଇଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କଣ୍ଟେନରରେ ଥିବା ଚାଳକ ଓ ଅନ୍ୟ କର୍ମଚାରୀମାନେ ସୁରକ୍ଷିତ ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଦିଲ୍ଲୀରୁ ମାଲ୍‌ ନେଇ ଏକ ବଡ଼ କଣ୍ଟେନର ଟ୍ରକ୍‌ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଦେଇ ବାଲିଗୁଡ଼ା, ଦାରିଙ୍ଗବାଡ଼ି ହୋଇ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଗାଜଲବାଡ଼ି ଘାଟିର ୧୩ ନମ୍ବର ବୁଲାଣି ନିକଟରେ ହଠାତ୍‌ ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତାକଡ଼କୁ ଚାଲିଯାଇ କ୍ୟାଣ୍ଟିନ ଭିତରକୁ ପଶିଥିଲା। ଦୁର୍ଘଟଣା ପରେ ରାସ୍ତାରେ ଯାତାୟାତ କରୁଥିବା ଅନ୍ୟ ଯାତ୍ରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଚାଳକ ଓ କର୍ମଚାରୀମାନଙ୍କୁ ଉଦ୍ଧାର କରିଥିବା ବେଳେ ଚିକିତ୍ସା ପାଇଁ ସୋରଡ଼ା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ଜଣାପଡ଼ିଛି। ଗାଜଲବାଡ଼ି ଘାଟି ରାସ୍ତାର ଅତ୍ୟଧିକ ତୀକ୍ଷ୍ଣ ବୁଲାଣି ଓ ଅଣଓସାରିଆ ରାସ୍ତା ଭାରୀଯାନ ଚଳାଚଳ ପାଇଁ ବିପଜ୍ଜନକ ହୋଇପଡ଼ିଛି। ବିଶେଷକରି ବାହାର ରାଜ୍ୟରୁ ଆସୁଥିବା ଭାରୀଯାନ ଚାଳକମାନେ ଘାଟିର ବାସ୍ତବ ସ୍ଥିତି ସମ୍ପର୍କରେ ଅବଗତ ନଥିବାରୁ ବୁଲାଣିରେ ଗାଡ଼ି ନିୟନ୍ତ୍ରଣ କରିବା କଷ୍ଟକର ହେଉଥିବା ଅଭିଯୋଗ ରହିଛି। ଫଳରେ ବାରମ୍ବାର ଦୁର୍ଘଟଣା ଘଟି ଜନଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ବାହାର ରାଜ୍ୟର ଅନେକ ଭାରୀଯାନ ଚାଳକ ଗୁଗଲ୍‌ ମ୍ୟାପ୍‌ ଉପରେ ଅତ୍ୟଧିକ ନିର୍ଭର କରି ଏହି ଘାଟି ରାସ୍ତାରେ ପ୍ରବେଶ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ମ୍ୟାପ୍‌ରେ ରାସ୍ତା ଦେଖାଯାଉଥିଲେ ମଧ୍ୟ ଏହାର ତୀକ୍ଷ୍ଣ ବୁଲାଣି, ରାସ୍ତାର ପ୍ରସ୍ଥ ଓ ବିପଦପୂର୍ଣ୍ଣ ଭୌଗୋଳିକ ସ୍ଥିତି ସମ୍ପର୍କରେ ଚାଳକମାନେ ପୂର୍ବରୁ ଜାଣିପାରୁନଥିବାରୁ ସମସ୍ୟା ଆହୁରି ଜଟିଳ ହେଉଛି। ଗାଜଲବାଡ଼ି ଘାଟି ରାସ୍ତାର ସମ୍ପ୍ରସାରଣ ଓ ସରଳୀକରଣ ପାଇଁ ୭୪୨ କୋଟି ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିବା ଏବଂ ଆବଶ୍ୟକ ଫରେଷ୍ଟ କ୍ଲିୟାରାନ୍ସ ପ୍ରକ୍ରିୟା ଶେଷ ହୋଇଥିବା କୁହାଯାଉଛି। ତେବେ ଟେଣ୍ଡର ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇନଥିବାରୁ ରାସ୍ତା ସମ୍ପ୍ରସାରଣ କାମ ଆରମ୍ଭ ହୋଇପାରୁନଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଗୋଟିଏ ସପ୍ତାହ ମଧ୍ୟରେ ଘାଟିରେ ଦୁଇଟି ଦୁର୍ଘଟଣା ଘଟିବା ପରେ ଭାରୀଯାନ ଚଳାଚଳ ଉପରେ ରହିଥିବା କଟକଣା କେତେଦୂର କାର୍ଯ୍ୟକାରୀ ହେଉଛି, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଦୁର୍ଘଟଣା ରୋକିବା ପାଇଁ ଘାଟିରେ ଆବଶ୍ୟକ ସତର୍କତାମୂଳକ ସୂଚନାଫଳକ, ଗତି ନିୟନ୍ତ୍ରଣ ବ୍ୟବସ୍ଥା ଓ ଭାରୀଯାନ ଚଳାଚଳ ଉପରେ କଡ଼ା ନଜର ସହିତ ଦୀର୍ଘମିଆଦୀ ରାସ୍ତା ସମ୍ପ୍ରସାରଣ କାମକୁ ତ୍ୱରାନ୍ୱିତ କରିବାକୁ ଦାବି ହେଉଛି। ଗାଜଲବାଡ଼ି ଘାଟିରେ ଦୁର୍ଘଟଣାର ପୁନରାବୃତ୍ତି ଏବେ କେବଳ ଏକ ଦୁର୍ଘଟଣାର ଘଟଣା ନୁହେଁ, ବରଂ ଏହି ବିପଜ୍ଜନକ ରାସ୍ତାର ସୁରକ୍ଷା ବ୍ୟବସ୍ଥା ଓ ଭିତ୍ତିଭୂମି ବିକାଶ ପ୍ରତି ଏକ ବଡ଼ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି।

News Comment

You Might Also Like

BACK TO TOP