Breaking News

ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||     

ଟ୍ରାଫିକ ସମସ୍ୟା ଯୋଗୁଁ ବାଲିମେଳା ଦୈନିକ ବଜାର ରେ ଯାତ୍ରୀ ହନ୍ତସନ୍ତ |

05-Aug-2026

ବଜାରକୁ ଜିନିଷ କିଣିବାକୁ ଯାଇ  ଦୁର୍ଦଶା ଭୋଗୁଛନ୍ତି ଲୋକେ, ବାକିମେଳା ଦୈନିକ ବଜାରରେ ଟ୍ରାଫିକ ସମସ୍ୟା  ବିପର୍ଯ୍ୟସ୍ତ  |

ଓଡିଶା ଜନ ମତ ବ୍ୟୁରୋ, 

ପାର୍କିଂ ସ୍ଥାନ ଚି଼ହ୍ନଟ ପାଇଁ ବାରମ୍ବାର ଦାବି ପରେ ବି ଶୁଣୁନି ଏନଏସି କତୃପକ୍ଷଆଜି ଠାରୁ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ନିର୍ବାହୀ ଅଧିକାରୀ  |ମାଲକାନଗିରି ଜିଲ୍ଲା ବାଲିମେଳା ସହରର ବିଭିନ୍ନ ଜନ ଗହଳି ସ୍ଥାନ ମାନଙ୍କରେ ହେଉଥିବା ବେଆଇନ ଗାଡି ପାର୍କିଂ ଯୋଗୁ ସହରର ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଛି।ଦୀର୍ଘ ଦିନ ଧରି ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ପରେ ବି ବାଲିମେଳା ଏନଏସି କତୃପକ୍ଷଙ୍କ ତରଫରୁ ଏନେଇ କୌଣସି ପଦକ୍ଷପ ଗ୍ରହଣ କରାଯାଉନାହିଁ।ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।ସୂଚନାଯୋଗ୍ୟ, ଗତ ୧୮୮୪ରେ ବାଲିମେଳାକୁ ଏନଏସିର ମାନ୍ୟତା ପ୍ରଦାନ କରାଯାଇଥିଲା।କିନ୍ତୁ ସ୍ଥାନୀୟ ଲୋକଙ୍କ କହିବାନୁସାରେ ସହରରେ ଥିବା ଦୈନିକ ବଜାର ଆରମ୍ଭ ହେବା ଦିନ ଠାରୁ ପ୍ରାୟ ୫୦ ବର୍ଷରୁ ଉର୍ଦ୍ଧ ଦିନବିତିଗଲାଣି। କିନ୍ତୁ ବାଲିମେଳା ଏନଏସି କତୃପକ୍ଷ ସହରରେ ହେଉଥିବା ଭିଡକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ସ୍ଥାନରେ ଟ୍ରାଫିକ ପୋଷ୍ଟ କିମ୍ବା ଗଡି ପାର୍କିଂ ପାଇଁ ସ୍ଥାୟୀ ବ୍ୟବସ୍ଥା କରାଯାଇନାହିଁ।ଫଳରେ ପ୍ରତି ରବିବାର ଦିନ ହେଉଥିବା ସାପ୍ତାହିକ ହାଟ ଦିନ ପାଇଁ ବଢୁଛି ଯନ୍ତ୍ରଣା।ପ୍ରତି ରବିବାର ଦୈନିକ ବଜାରରେ ବସୁଛି ସାପ୍ତାହିକ ହାଟ।ଏହି ହାଟକୁ ବାଲିମେଳା ସହର ସମେତ ଆଖ ପାଖ ଅଞ୍ଚଳରୁ ଶତାଧିକ ଚାଷୀ ଓ ବ୍ୟବସାୟୀ ପନି ପରିବା, ମାଛ,ମାଂସ 
ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରୀ ପାଇଁ ଆସିଥାନ୍ତି।ଲୋକେ ବିଭିନ୍ନ ଜିନିଷ କିଣିବା ପାଇଁ ମଧ୍ୟ ଏହି ହାଟକୁ ଆସିଥାନ୍ତି।ଫଳରେ ବଜାରରେ ସେମାନଙ୍କର ସାଇକେଲ, ମୋଟର ସାଇକେଲ, ଅଟୋ, ପିକପ ଓ ଅନ୍ୟାନ୍ୟ ଗାଡି ଗୁଡିକୁ ରଖିବାକୁ କୌଣସି ପାର୍କିଂ ସୁବିଧା ନଥିବାରୁ 
ଲୋକେ ମୂଖ୍ୟ ରାସ୍ତା ପାର୍ଶ୍ୱରେ ଗାଡି ପାର୍କିଂ କରୁଥିବା ଯୋଗୁ ଲୋକେ ଯାତାୟତ କରବା ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଇଛନ୍ତି।ସହରର ଦୈନିକ ବଜାରରେ ଅଧିକାଂଶ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ହୋଲସେଲ ଦୋକାନ ରହିଛି।ପ୍ରତିଦିନ ବଡ ବଡ କେତୋଟି ଟ୍ରକ, ପିକପ, ଅଟୋ ଓ ଅନ୍ୟାନ୍ୟ ଭାରୀ ଯାନ ଆଳୁ, ପିଆଜ, ଅଣ୍ଡା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ବଜାରକୁ ଆସୁଛି ଏବଂ ଏଠାରୁ ପୁଣି ଏହି ସାମଗ୍ରୀ ଗୁଡିକ ଗାଡ଼ିରେ ଲୋଡ଼ ହୋଇ ବିଭିନ୍ନ ଦୋକାନ ଗୁଡିକୁ ଯୋଗାଇ ଦେବା ପାଇଁ ପୁନର୍ବାର ଲୋଡ଼ କରି ନିଆଯାଉଛି।କିନ୍ତୁ ଜନ ଗହଳି ସମୟରେ କେତେଜଣ ବ୍ୟବସାୟୀ ଉକ୍ତ ସାମଗ୍ରୀ ବୋଝଇ ଗାଡି ଗୁଡିକୁ ନିଜ ନିଜ ଦୋକାନ ସମ୍ମୁଖ ମୂଖ୍ୟ ରାସ୍ତାରେ ରଖି ଲୋଡ଼ ଏବଂ ଅନଲୋଡ଼ କରୁଛନ୍ତି।ଫଳରେ ମୂଖ୍ୟ ରାସ୍ତା ଘଣ୍ଟା ଘଣ୍ଟା ଧରି ଅବରୋଧ ହୋଇ ରହୁଛି।ଏଥିଯୋଗୁ ପ୍ରତିଦିନ ବଜାରକୁ ବିଭିନ୍ନ ଜିନିଷ କିଣିବାକୁ ଯାଉଥିବା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏନେଇ କେତେଜଣ ସ୍ଥାନୀୟ ଲୋକ ପୋଲିସକୁ ଫୋନ କରି ଅଭିଯୋଗ କରିବା ପରେ ପୋଲିସ ପହଁଞ୍ଚି ସେମାନଙ୍କୁ ତାଗିଦ କରିବା  ପରେ ବି କେହି ତାଙ୍କ କଥା ମାନୁନଥିବା ସ୍ଥାନୀୟ. ଲୋକେ ଅଭିଯୋଗ କରିଛନ୍ତି।ଏହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ସହରର ଗୋପବନ୍ଧୁ ଛକ, ଆମ୍ବେଦକର ଛକ, କାଳୀଛକ, ଦୈନିକ ବଜାର ଛକ, ପାୱାର ହାଉସ ଛକ, ନାଲ୍ଲା ଛକଗୁଡିକରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ।ଫଳରେ ଲୋକେ ବିଭିନ୍ନ ସ୍ଥାନରେ ମନ ଇଚ୍ଛା ଗାଡି ପାର୍କିଂ କରୁଥିବାରୁ ଟ୍ରାଫିକ ସମସ୍ୟା ହେଉଥିବା ଯୋଗୁ ସହରବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଟ୍ରାଫିକ ସମସ୍ୟା ଯୋଗୁ ବିଭିନ୍ନ ସମୟରେ ଛୋଟ ବଡ ଦୁର୍ଘଟଣା ଘଟି ଲୋକଙ୍କ ଧନ ଜୀବନ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି।ଏ ସମ୍ପର୍କ ବାଲିମେଳା ଏନଏସି ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ଦୋରାଙ୍କୁ ଗତ ବର୍ଷ ନଭେମ୍ବର ମାସରେ ଅଞ୍ଚଳବାସୀ ଅଭିଯୋଗ କରିବା ପରେ ସେ କହିଥିଲେ ଯେ, ଟ୍ରକ କିମ୍ବା ବଡ ଭାରୀଯାନ ଗୁଡ଼ିକରୁ ବଜାରରେ ସାମଗ୍ରୀ ଲୋଡ଼ ଆଉ ଅନଲୋଡ଼ କରିବା ପାଇଁ ସ୍ଥାନୀୟ ପୋଲିସ ସହିତ ଆଲୋଚନା କରି ସମୟ ଧାର୍ଯ୍ୟ କରାଯିବ। ଯଦି କୌଣସି ବ୍ୟବସୟୀ ଏହି ନିୟମକୁ ଉଲଂଘନ କରିବେ ତେବେ ସେମାନଙ୍କ ଠାରୁ  ମୋଟା ଅଙ୍କର ଜୋରିମାନା  ଆଦାୟ କରାଯିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ଦୋରା ଆଜକୁ ପ୍ରାୟ ୮ ମାସ ପୂର୍ବେ ଅଞ୍ଚଳବାସୀଙ୍କୁ ପ୍ରତିଶୃତି ଦେଇଥିଲେ। କିନ୍ତୁ ବିଡମ୍ବନାର ବିଷୟ ଏହିକି ଯେ, ଦୀର୍ଘ ବର୍ଷ ଧରି ଅଞ୍ଚଳ ବାସୀଙ୍କ ପକ୍ଷରୁ କରାଯାଇଥିବା ଦାବିକୁ  ବାଲିମେଳା ଏନଏସି କତୃପକ୍ଷଙ୍କ  ଆଦୌ ଗୁରୁତ୍ୱର ସହ ନେଉନଥିବା ଏବଂ ଏହାର ସ୍ଥାୟୀ ସମାଧାନ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଏବଂ ବିଭାଗ ପକ୍ଷରୁ ବାରମ୍ବର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମିଥ୍ୟା ପ୍ରତିଶୃତି ଦିଆଯାଉଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ଏ ସମ୍ପର୍କରେ ବାଲିମେଳା ଏନଏସି  ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ଦୋରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ,ବିଭାଗ ପକ୍ଷରୁ ଗାଡି ପାର୍କିଂ ପାଇଁ ଦୁର୍ଗା ପଡିଆ ସ୍ଥାନ ଚିନ୍ହଟ କରାଯାଉଛି।ଏନେଇ ଆଜି ମୁଁ ଥାନା ଅଧିକାରୀଙ୍କ ସହ ଆଲୋଚନା କରିବି। ପ୍ରତିଦିନ ସକାଳ ୭ ଟାରୁ ରତି ୯ ମଧ୍ୟରେ ଦୈନିକ ବଜାର ଭିତରକୁ କୌଣସି ବ୍ୟବସୟୀ ଦୋକାନ ସମ୍ମୁଖରେ ଗାଡି ରଖି ଜିନିଷ ଲୋଡ଼ ଅନଲୋଡ଼ ନ କରିବା ପାଇଁ ବିଭାଗ ପକ୍ଷରୁ ଆଜି ନୋଟିସ ଜରାଯିବ। ବିଭାଗର ଏହି ନିୟମକୁ ଉଲଂଘନ କରୁଥିବା ବ୍ୟବସାୟୀଙ୍କ ଠାରୁ ଜୋରିମାନା ଆଦାୟ କରାଯିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ଦୋରା କହିଛନ୍ତି।

News Comment

You Might Also Like

BACK TO TOP