Breaking News

ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||     

ଉସ୍ତାଳୀ ସ୍ଥିତ 1200ବର୍ଷରୁ ଉର୍ଦ୍ଧ ସମୟର ଲକ୍ଷ୍ମୀ ନାରାୟଣ ମୂର୍ତ୍ତୀ |

31-Jul-2026

ଇରିହାସର ଆଇନାରେ ଉସ୍ତାଳୀ ସ୍ଥିତ 1200 ବର୍ଷରୁ ଊର୍ଧ୍ଵ ସମୟର ଲକ୍ଷ୍ମୀ ନାରାୟଣ ମୂର୍ତ୍ତି।

କଲ୍ୟାଣୀ ଦେବୀଙ୍କ ଦ୍ୱାରା ଭଂଗାଯାଇଥିବା ଲକ୍ଷ୍ମୀ ନାରାୟଣ ମନ୍ଦିରର ଭଗ୍ନାଂଶ ଏବେ ବି ପଡିଛି।

ଉସ୍ତାଳୀ ଗ୍ରାମବାସୀଙ୍କ ଦ୍ୱାରା ମୂର୍ତ୍ତି ସ୍ଥାପନ ସହ ନୂତନ ମନ୍ଦିର ନିର୍ମାଣ ପାଇଁ ପ୍ରୟାସ।

ଓଡିଶା ଜନମତ, ବେଗୁନିଆପଡା : : 31/07/26 :

ଭଞ୍ଜ କିଶୋର ମହାରଣା :--ମାସେ ନୁହେଁ କି ବର୍ଷେ ନୁହେଁ। ପାଖାପାଖି 1200 ବର୍ଷରୁ ଊର୍ଧ୍ଵ  ତଳର ଲକ୍ଷ୍ମୀ ନାରାୟଣ ଙ୍କର ପ୍ରସ୍ତର ପ୍ରତିମା ଉସ୍ତାଳୀ ନିକଟରେ ଦେଖିବାକୁ ମିଳୁଛି । ଏଠାରେ ସେହି ସମୟର ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିରକୁ ସେହି ସମୟରେ କଲ୍ୟାଣୀ ଦେବୀ ଭାଙ୍ଗି ଦେଇଥିବା ଇତିହାସରୁ ଜଣାଯାଏ। ବେଗୁନିଆପଡା ଠାରୁ ଚିଙ୍ଗୁଡ଼ି ଖୋଲ ଯିବା ବେଳେ ଉସ୍ତାଳୀ ପଡେ। ଉସ୍ତାଳୀ ଠାରୁ ପ୍ରାୟ ଗୋଟିଏ କିଲୋମିଟର ଗଲେ ଏହି ସ୍ଥାନ ପ୍ରତୀୟ ମାନ ହୋଇଥାଏ। ଇତିହାସକୁ ଅବଲୋକନ କଲେ ଜଣାଯାଏ ଯେ କଂଗୋଦ ମଣ୍ଡଳ( ଧଉଳି ଠାରୁ ଚିଲିକା କୁଳ ଦେଇ ଋଷିକୂଲ୍ୟା ନଦୀ ତଟ ଦେଶ ପର୍ଯ୍ୟନ୍ତ ) ର ରାଜଧାନୀ ଥିଲା ବଙ୍କାଡ଼ ଗଡ଼। ଯାହାକି ଏବେ ଏସିଆ ମହାଦେଶର ସର୍ବ ବୃହତ ଶାଗୁଆନ ଜଙ୍ଗଲ ନିକଟ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ପୁଞ୍ଜିୟାମା ଠାରେ ଅବସ୍ଥିତ। କଂଗୋଦ ମଣ୍ଡଳରେ ସେହି ସମୟରେ ଜ୍ୟେଷ୍ଠ ଭାଇ ଧର୍ମରାଜ ଓ ସାନ ଭାଇ ମଧ୍ୟମ ରାଜ ଙ୍କ ମଧ୍ୟରେ ଯୁଦ୍ଧ ହେବା ପରେ ସାନ ଭାଇ ମଣ୍ଡଳ ଛାଡି ଚାଲିଯାଇଥିଲେ। ଧର୍ମରାଜ ଙ୍କ ପତ୍ନୀ କଲ୍ୟାଣୀ ଦେବୀ ସେତେବେଳେ ଧାର୍ମିକ ପରମ୍ପରରେ ଦୀକ୍ଷିତ ଥିଲେ। ଯୁଦ୍ଧ ପରେ ବଙ୍କାଡ଼ ଗଡ଼ ଠାରୁ ରାଜଧାନୀ ଉଠି ଗଂଜାଗଡ଼କୁ ସ୍ଥାନାନ୍ତର ହୋଇଥିଲା। ପରେ କୋଦଳାଙ୍କ ମଣ୍ଡଳ ଗଠିତ ହୋଇଥିଲା। ସେହି ସମୟରେ ଖଲ୍ଲିକୋଟ ରାଜା ଦୁର୍ଗା ପ୍ରସନ୍ନ ଖଲ୍ଲିକୋଟ ବ୍ଲକ ସ୍ଥିତ ଝାଡ଼େଶ୍ୱର ନିର୍ମାଣ କରିବା ସହ ସେଇଠି ମୁକ୍ତେଶ୍ଵର ପୂଜା ପାଉଥିଲେ। ଏହା ଖ୍ରୀଷ୍ଟପୂର୍ବ 7ମ ଓ 8ମ ଶତାବ୍ଦୀ ପୂର୍ବରୁ ହୋଇଥିବା ବେଳେ ଝଡ଼େଶ୍ୱର ସ୍ଥିତ  ମୁକ୍ତେଶ୍ଵର ଙ୍କ ନିକଟକୁ ଲୋକ ଯିବାରେ ଅସୁବିଧା ହେଉଥିଲା। ପରବର୍ତ୍ତୀ ମୁହୁର୍ତରେ କୋଦଳା ଠାରେ ଶ୍ରୀ ଦଣ୍ଡେଶ୍ୱର ଏକ ଲତା ବୁଦା ଆଢୁଆଳରେ ଆବିର୍ଭାବ ହେବା ପରେ ଏଠାରେ ଦଣ୍ଡି ସନ୍ୟାସୀ ତାଙ୍କର ପୂଜାର୍ଚନା କରୁଥିଲେ। ଓ ଏହି ମନ୍ଦିର କଲ୍ୟାଣୀ ଦେବୀଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା ଓ ଏହି ଶିବ ଲିଙ୍ଗକୁ ନାସିଚନ୍ଦ୍ରଙ୍କ ଶିଷ୍ୟ ପ୍ରବୋଧ ଚନ୍ଦ୍ର ପ୍ରତିଷ୍ଠା କରିଥିଲେ। ପରେ ପ୍ରବୋଧ ଚନ୍ଦ୍ର ଯେତେବେଳେ ଝାଡ଼େଶ୍ୱର ଆସିଥିଲେ ସେହି ସମୟରେ କଲ୍ୟାଣୀ ଦେବୀ ତାଙ୍କଠାରୁ ଦୀକ୍ଷା ଗ୍ରହଣ କରିବା ସହ  ବିଭିନ୍ନ ବିଷ୍ଣୁ ମନ୍ଦିର (ଲକ୍ଷ୍ମୀ ନାରାୟଣ ମନ୍ଦିର) ଗୁଡିକୁ ଭାଙ୍ଗି ଶିବ ମନ୍ଦିର ଓ ଶିବ ଲିଙ୍ଗକୁ ପ୍ରତିଷ୍ଠା କରି  ପୂଜାର୍ଚନା କରିବା ଦିଗରେ ପ୍ରୟାସ ଜାରି ରଖିଥିଲେ। ସେହି ସମୟରେ ସେ ପାଖାପାଖି 500  ବିଷ୍ଣୁ ମନ୍ଦିର ଭାଙ୍ଗିଥିବା କଥା ଶୁଣାଯାଏ। ସେହି 7ମ ଓ 8ମ ଶତାବ୍ଦୀ ମଧ୍ୟ ଭାଗରେ ଏହି ଉସ୍ତାଳୀ ଠାରେ ଏହି ମନ୍ଦିରକୁ ଭାଙ୍ଗିଥିବାର ଅନୁମାନ କରାଯାଏ। ଏଠାରେ ଲକ୍ଷ୍ମୀ ନାରାୟଣଙ୍କ ପ୍ରତିମା ସହ ମନ୍ଦିରର ଭଗ୍ନ ଅଂଶ ଏବେ ପର୍ଯ୍ୟନ୍ତ ଇତସ୍ତତ ହୋଇ ପଡିରହିଥିବା ବେଳେ ଉସ୍ତାଳୀ ଗ୍ରାମବାସୀଙ୍କ ପକ୍ଷରୁ ଏଗୁଡିକୁ ପୁନଃରୁଦ୍ଧାର କରାଯାଇଛି। ଏକ ଗଛ ମୂଳେ ପ୍ରତିମାଙ୍କୁ ଅସ୍ଥାୟୀ ଭାବେ ପୂଜା କରାଯାଉଥିବା ବେଳେ ସେହି ସମୟରେ ଥିବା ମନ୍ଦିରର ଚୁଳ କୁ ସ୍ମାରକୀ ଭାବେ  ରଖାଯାଇଛି। ବର୍ତ୍ତମାନ ଏଠାରେ ନୂତନ ଭାବେ ମନ୍ଦିର କାର୍ଯ୍ୟ ଚାଲିଥିବାବେଳେ ମନ୍ଦିର ସମ୍ପୂର୍ଣ୍ଣ ହେଲେ ଏହି ପ୍ରସ୍ତର ପ୍ରତିମାଙ୍କୁ ମନ୍ଦିର ଭିତରେ ଅବସ୍ଥାପିତ କରାଯିବ ବୋଲି ଜଣାପଡିଛି। ମୋଟ ଉପରେ କହିବାକୁ ଗଲେ ଦୀର୍ଗ 1200 କିମ୍ବା ତାଠାରୁ ଅଧିକ ବର୍ଷର ଭଗ୍ନ ମନ୍ଦିରର ଇତିହାସ ଆଜିପର୍ଯ୍ୟନ୍ତ ଲୋକଲୋଚନକୁ ଆସିପାରିନାହିଁ କି ପ୍ରତ୍ନତତ୍ୱ ବିଭାଗ ଏହା ଉପରେ କୌଣସି ପଦକ୍ଷେପ ନେଇନାହିଁ।

News Comment

You Might Also Like

BACK TO TOP