Breaking News

ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||     

ଯୁବତୀ ହତ୍ୟା ଘଟଣା ର ଫର୍ଦ୍ଦାଫାଶ, ଆନ୍ଦ୍ର ପ୍ରଦେଶ ରୁ ଗିରଫ କଲା ଚାନ୍ଦିଲି ପୋଲିସ |

31-Jul-2026

ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଯୁବତୀ ହତ୍ୟା ଘଟଣାର ପର୍ଦ୍ଦାଫାଶ, ଆନ୍ଧ୍ରପ୍ରଦେଶରୁ ଅଭିଯୁକ୍ତ ଗିରଫ

ଓଡିଶା ଜନମତ ରାୟଗଡ଼ା, ୩୧/୭,

କାମେଶ୍ୱର କରକରିଆ :-------

ରାୟଗଡ଼ା ଜିଲ୍ଲାର ଚାନ୍ଦିଲି ଥାନା ଅଞ୍ଚଳରେ ଘଟିଥିବା ବହୁଚର୍ଚ୍ଚିତ ଜଣେ ଯୁବତୀଙ୍କ ହତ୍ୟାକାଣ୍ଡର ରହସ୍ୟ ଉପରୁ ପର୍ଦ୍ଦା ଉଠାଇଛି ପୋଲିସ। ଦୀର୍ଘ ପ୍ରାୟ ଏକ ମାସର ତଦନ୍ତ ପରେ ଆନ୍ଧ୍ରପ୍ରଦେଶରୁ ଜଣେ ବିବାହିତ ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଏନେଇ ଶୁକ୍ରବାର ରାୟଗଡ଼ା ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ରାଜ ପ୍ରସାଦ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ନଗର ପୋଲିସ କମିଶନରେଟ୍ ଅନ୍ତର୍ଗତ କଞ୍ଚାରପାଲେମ୍ ଗାଙ୍ଗନ୍ନା ନଗରର ବୋଲିସେଟି ସୁରେଶ କୁମାର (୩୦)।ସୂଚନା ଅନୁସାରେ, ଗତ ଜୁନ୍ ୧୭ ତାରିଖରେ ରାୟଗଡ଼ା ସହର ନିକଟସ୍ଥ ଖଲିଗୁଡ଼ାର ଏକ ହ୍ୟୁଣ୍ଡାଇ ଶୋ’ରୁମ୍ ନିକଟରେ ଥିବା ଖାଲି ଜମିରୁ ଏକ ଦୁର୍ଗନ୍ଧଯୁକ୍ତ ବ୍ୟାଗ୍ ଉଦ୍ଧାର କରିଥିଲା ଚାନ୍ଦିଲି ପୋଲିସ। ବ୍ୟାଗ୍ ଖୋଲିବା ପରେ ସେଥିରୁ ଜଣେ ଅଜଣା ଯୁବତୀଙ୍କ ଗଳିତ ମୃତଦେହ ମିଳିଥିଲା। ଏହାକୁ ନେଇ ଚାନ୍ଦିଲି ଥାନାରେ କେସ୍ ନଂ–୧୯୮ ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା।
ପ୍ରଥମେ ମୃତ ଯୁବତୀଙ୍କ ପରିଚୟ ମିଳିନଥିବାରୁ ପୋଲିସ ସୋସିଆଲ ମିଡିଆ ଓ ଗଣମାଧ୍ୟମ ଜରିଆରେ ଫଟୋ ପ୍ରକାଶ କରିଥିଲା। କୌଣସି ଦାବିଦାର ଆଗକୁ ନଆସିବାରୁ ଆଇନଗତ ପ୍ରକ୍ରିୟା ଅନୁଯାୟୀ ଡିଏନ୍‌ଏ ଓ ଜୈବିକ ନମୁନା ସଂରକ୍ଷଣ କରି ମୃତଦେହର ସତ୍କାର କରାଯାଇଥିଲା। ଘଟଣାର ତଦନ୍ତ ପାଇଁ ସିଡବ୍ଲ୍ୟୁଆର୍ ରେଞ୍ଜ ଡିଆଇଜି, କ୍ରାଇମ୍ ବ୍ରାଞ୍ଚ ଓ ସିଏଡବ୍ଲ୍ୟୁର ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ରାୟଗଡ଼ା ସହର ଓ ଚାନ୍ଦିଲି ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ ସହ ରାୟଗଡ଼ା ସାଇବର ସେଲ୍‌ର ସହଯୋଗରେ ଅଭିଯୁକ୍ତଙ୍କ ଗତିବିଧିକୁ ଟ୍ରାକ୍ କରାଯାଇଥିଲା। ଏହାପରେ ଗତ ଜୁଲାଇ ୩୦ ତାରିଖ ସନ୍ଧ୍ୟାରେ ଅଭିଯୁକ୍ତଙ୍କୁ ଆନ୍ଧ୍ରପ୍ରଦେଶରୁ ଗିରଫ କରାଯାଇଥିଲା। ପୋଲିସର କହିବା ଅନୁଯାୟୀ, ମୃତ ଯୁବତୀ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ଅଞ୍ଚଳର ବାସିନ୍ଦା ଥିଲେ ଏବଂ ଅଭିଯୁକ୍ତଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ଯୁବତୀ ବିବାହ ପାଇଁ ଚାପ ପକାଇବାରୁ ଅଭିଯୁକ୍ତ ତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିବା ପୋଲିସ ଦାବି କରିଛି। ପରେ ମୃତଦେହକୁ ଏକ ବ୍ୟାଗ୍‌ରେ ଭର୍ତ୍ତି କରି ଗାଡ଼ି ଯୋଗେ ଆନ୍ଧ୍ରପ୍ରଦେଶରୁ ଆଣି ରାୟଗଡ଼ାରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିବା ତଦନ୍ତରୁ ଜଣାପଡ଼ିଛି। ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇ ବିଚାରବିଭାଗୀୟ ହାଜତକୁ ପଠାଯାଇଛି। ଘଟଣାର ଅଧିକ ଫୋରେନ୍‌ସିକ୍ ଯାଞ୍ଚ ଓ ପ୍ରମାଣ ସଂଗ୍ରହ ପ୍ରକ୍ରିୟା ଜାରି ରହିଥିବା ଏସ୍‌ପି ରାଜ ପ୍ରସାଦ ସୂଚନା ଦେଇଛନ୍ତି।ସାମ୍ବାଦିକ ସମ୍ମିଳନୀରେ ରାୟଗଡ଼ା ଏସ୍‌ଡିପିଓ ଗୌରହରି ସାହୁ, ଚାନ୍ଦିଲି ଥାନା ଆଇଆଇସି ଉତ୍ତମ କୁମାର ସାହୁ ଓ ଏସ୍‌ଆଇ ଆଶୁତୋଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

News Comment

You Might Also Like

BACK TO TOP