Breaking
News
Breaking
News
23-Jul-2026
୩୬୦୦ ଲିଟର ପୋଚ ଓ ୨୦୦ ଲିଟର ରନ୍ଧା ଦେଶୀ ମଦ ନଷ୍ଟ କଲା ନନ୍ଦପୁର ପୋଲିସ ଓ ଅବକାରୀ ବିଭାଗ |
ଓଡିଶା ଜନ ମତ ବ୍ୟୁରୋ,
କିଛି ଲୋକ ବହୁ ବେଆଇନ କାରବାର ରେ ଅର୍ଥ ଲାଭ କରିବାର ନିଶା ତାଙ୍କୁ ଏତେ ପାଗଳ କରିଦିଏ ଯେ ସେମାନେ ତାଙ୍କର ଭବିଷ୍ୟତ କୁ ମଧ୍ୟ ଭୁଲିଯାଆନ୍ତି | ଏବଂ ଶେଷରେ ଜେଲ ରେ ସଜ୍ଜା କାଟନ୍ତି ||ଏପରି ଏକ ଅପରାଧିକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ନନ୍ଦପୁର ଥାନା ଅଧୀନ ବନମାଳିପୁଟ ପଞ୍ଚାୟତର ବିମାରିପୁଟ ଗ୍ରାମରେ ଥିବା ଏକ ଦେଶୀ ମଦ ଭାଟି ଉପରେ ଅବକାରୀ ବିଭାଗ ଓ ନନ୍ଦପୁର ପୋଲିସ ମିଳିତ ଭାବେ ଚଢାଉ କରିଛନ୍ତି।ଚଢାଉ ସମୟରେ ପ୍ରାୟ ୩୬୦୦ ଲିଟର ପୋଚ ଏବଂ ୨୦୦ ଲିଟର ରନ୍ଧା ଦେଶୀ ମଦ ଜବତ କରାଯାଇ ସ୍ଥଳରେ ନଷ୍ଟ କରାଯାଇଥିଲା। ଏହା ସହ ମଦ ପ୍ରସ୍ତୁତିରେ ବ୍ୟବହୃତ ଡ୍ରମ୍, ପାତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଧ୍ୱଂସ କରାଯାଇଥିଲା।ଏହି ମିଳିତ ଚଢାଉରେ ନନ୍ଦପୁର ଅବକାରୀ ବିଭାଗର ସୁଧିର କୁମାର ନାୟକ, ରାଜୁ ଖିତି ଓ ତାଙ୍କ ଟିମ୍ ସାମିଲ ଥିବାବେଳେ, ନନ୍ଦପୁର ଥାନା ଅଧିକାରୀ ତ୍ରିନାଥ ତୋଟାପାଡ଼ିଆଙ୍କ ନେତୃତ୍ୱରେ ଏଏସଆଇ ଗୁପ୍ତେଶ୍ୱର ଗୌଡ଼, ହାବିଲଦାର ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ ପୋଲିସ ଟିମ୍ ଅଂଶଗ୍ରହଣ କରିଥିଲେ।ଅବୈଧ ଦେଶୀ ମଦ କାରବାର ବିରୋଧରେ ଆଗାମୀ ଦିନରେ ମଧ୍ୟ ଏଭଳି ମିଳିତ ଚଢାଉ ଜାରି ରହିବ ବୋଲି ସମ୍ପୃକ୍ତ ବିଭାଗ ସୂଚନା ଦେଇଛି।
BACK TO TOP