Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ଠିକାଦାର ଓ ଇଞ୍ଜିନିଏର ମିଶି କୋଟି କୋଟି ଟଙ୍କା ଠକି ନେଇଗଲେ ଜଳ ସମ୍ପଦ ବିଭାଗ କାମରୁ |

23-Jul-2026

 ୮ କୋଟି ୮୦ ଲକ୍ଷ ଟଙ୍କା ନିମ୍ନ ମାନର କାମ କରି  ଚଳୁ କରିଦେଲେ | 

ଓଡିଶା ଜନ ମତ ବ୍ୟୁରୋ ,

  କିଛି ଠିକାଦାର ଙ୍କ ମନମୁଖୀ କାର୍ଯ୍ୟ ଓ ଇଞ୍ଜିନିଏର ଙ୍କ ସହ ମିଶି ଲୋକଙ୍କ ପାଈଁ ଆସିଥିବା କାମକୁ  ନିମ୍ନ ମାନର କରି କୋଟି କୋଟି ଟଙ୍କା ଠକି ନିଅନ୍ତି | ଏପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜଳସମ୍ପଦ ବିଭାଗ ରେ ମହା ଘୋଟାଲା। ସରକାର ଓ ଜନସାଧାରଣଙ୍କୁ ବୋକା ବନାଉଛନ୍ତି ଇଞ୍ଜିନିୟର।ଇଞ୍ଜିନିୟର ଓ ଠିକାଦାର ଙ୍କ ମଧୁ ଚନ୍ଦ୍ରିକରେ କିଭଳି ଚଳୁ ହେଲା ୮ କୋଟି ୮୦ ଲକ୍ଷ ଟଙ୍କା। ସରକାରଙ୍କ ଯୋଜନା ହେଉଛି ବାଟବଣା, ସଧାରଣ ଲୋକଙ୍କ ଯୋଜନାକୁ ଦିନ ଦ୍ୱିପ୍ରହରରେ ଲୁଟି ଖାଇଯାଉଛନ୍ତି କୋଟି କୋଟି ଟଙ୍କା। ଏଭଳି ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ବର ଜଳସମ୍ପଦ ବିଭାଗରେ।ବାଲେଶ୍ବର ଜଳସମ୍ପଦ ବିଭାଗ ଇଞ୍ଜିନିୟର, ସରକାର ଓ ଜନତାଙ୍କ ବିଶ୍ବାସ ସହ ଖେଳ ଖେଳି ଜନ ସାଧାରଙ୍କ ଟିକସ ପଇସାକୁ ଠିକାଦାର ଙ୍କ ସହ ହାତ ମିଳାଇ ପୁଞ୍ଜିପତି ହେବା ନିଶାରେ ଆତ୍ମସାତ କରିଥିବା ଘଟଣା ନଜରକୁ ଆସିଛି। ବାଲେଶ୍ବର ଜଳସମ୍ପଦ ବିଭାଗର ତତ୍କାଳୀନ ଏସ.ଇ., ଏସ.ଡ଼ି.ଓ. ଓ ଜେ.ଇ. ମିଳିତ ଷଡଯନ୍ତ୍ର କରି ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଅଧୀନ ଇଞ୍ଚୁଡ଼ି ଗ୍ରାମପଞ୍ଚାୟର ଇଞ୍ଚୁଡି଼ ଲୁଣାବନ୍ଧ ଉନ୍ନତିକରଣ ନିମନ୍ତେ ୨୦୨୩ ଓ ୨୦୨୪ ମସିହା ଆର୍ଥିକ ବର୍ଷରେ ୮କୋଟି ୮୦ ଲକ୍ଷ ଟଙ୍କାର ଟେଣ୍ଡର ପ୍ରସ୍ତୁତ କରି ଠିକାଦାର ଶ୍ରୀ ବିଶ୍ଵଜିତ ସାହୁଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା । ଉକ୍ତ କାର୍ଯ୍ୟଟି ୨୦୨୩ ଡିସେମ୍ବରରୁ ଆରମ୍ଭ ହୋଇ ୨୦୨୬ ଜାନୁଆରୀ ମାସ ପର୍ଯ୍ୟନ୍ତ କାର୍ଯ୍ୟ ଚାଲିଥିଲା ଯେଉଁଠି କି କାର୍ଯ୍ୟ ଶେଷ କରିବାର ସମୟ ଅବଧି ତା ୨୧.୧୦.୨୦୨୪ ରିଖ ରହିଥ‌ିବା ବେଳେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନଥିଲା। ଯାହାକି ଏହି କାର୍ଯ୍ୟର କୌଣସି ଅତିରିକ୍ତ ସମୟ ପାଇଁ  ଆବେଦନ ନକରି ତା ୨୦.୦୧.୨୦୨୬ ରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଠିକାଦାର ଅଫିସରଙ୍କୁ ଖୁସି କରାଇ ୧୩ ଲକ୍ଷ ବକେୟା ରଖି ସମ୍ପୂର୍ଣ ବିଲ ଉଠାଇ ନେଇଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏହି କାର୍ଯ୍ୟ ସମ୍ପର୍କରେ ଇଞ୍ଚୁଡ଼ି ଗ୍ରାମର ଶ୍ରୀ ସୁକାନ୍ତ ଜେନା ଆର.ଟି.ଆଇ. ମାଧ୍ୟମରେ ସୂଚନା ପାଇଁ ଆବେଦନ କରିଥିଲେ। ପରେ ସମ୍ପୂର୍ଣ୍ଣ ତଥ୍ଯ ବିଭାଗରୁ ଜାଣିବାକୁ ପାଇଥିଲେ ଓ ପରେ ପରେ ଇଞ୍ଚୁଡ଼ି ଗ୍ରାମର ଗ୍ରାମବାସୀମାନେ ବାଲେଶ୍ବର ଜଳସମ୍ପଦ କାର୍ଯ୍ୟାଳୟରେ ପହଞ୍ଚି ଅଧିକାରୀଙ୍କୁ ନପାଇ ସେଠାରେ ହୋହାଲ୍ଲା କରିଥିଲେ । ତା ୦୭.୦୪.୨୦୨୪ ରିଖରେ ଗ୍ରାମବାସୀ ଜଳସମ୍ପଦ ବିଭାଗର ଏସ.ଇ.ଙ୍କୁ ନିମ୍ନମାନର କାର୍ଯ୍ୟର ଅନିୟମିତତା ବିଷୟରେ ଦରଖାସ୍ତ ମାଧ୍ୟମରେ ଅବଗତ କରିଥିଲେ ।ଏହା ସହିତ ଗ୍ରାମବାସୀମାନେ ବାଲେଶ୍ବର ଜିଲ୍ଲାପାଳ, ଭିଜିଲାନ୍ସ ଏସ.ପି.ଙ୍କ ଦ୍ବାରସ୍ଥ ହେବା ସହିତ କୋଟି କୋଟି ଟଙ୍କାର ଘୋଟାଲା ଓ ନିମ୍ନମାନର କାର୍ଯ୍ୟ ଏବଂ କାର୍ଯ୍ୟର ବିଳମ୍ବ ବିଷୟରେ ଜଣାଇବା ସହିତ ଦୁର୍ନୀତିର ପର୍ଦ୍ଦାଫାସ କରିବାକୁ ଅନୁରୋଧ କରିଥିବା ନେଇ ସୂଚନା ମିଳିଛି । ସେତେବେଳେ ଥିବା କନିଷ୍ଠ ଯନ୍ତ୍ରୀ  ଅଶୋକ କୁମାର ଦାସ ଓ ତତ୍କାଳୀନ ଅଧୀକ୍ଷଣ ଯନ୍ତ୍ରୀ ଏହି ସବୁ କାର୍ଯ୍ୟର କାର୍ପଟଦାର ଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।ବିଭିନ୍ନ ଦିଗରୁ ଚାପ ସୃଷ୍ଟି ହେବା ପରେ ଉକ୍ତ କାର୍ଯ୍ୟ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ଦାସ କଥା ପଦାକୁ ଆସିବା ଭୟରେ ଧରାଧରି କରି ବଦଳି ହୋଇଯାଇଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଏହି ଘୋଟାଲାରେ ପୂର୍ବତନ ଏସ.ଇ. ସମ୍ପୃକ୍ତ ଥିବା କହିଛନ୍ତି। ଉକ୍ତ କାର୍ଯ୍ୟରେ ହୋଇଥିବା ଘୋଟାଲାର ପର୍ଦାଫାଶ ନହେଲେ ଆଗାମୀ ଦିନରେ ଗ୍ରାମବାସୀମାନେ ମୁଖ୍ୟମନ୍ତ୍ରୀଙ୍କ ବାସଗୃହ ସମ୍ମୁଖରେ ଧାରଣା ଦେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଇଞ୍ଚୁଡି଼ ଗ୍ରାମର ଶ୍ରୀଯୁକ୍ତ ଗୋବର୍ଦ୍ଧନ ଦାସ। ଏହି କାର୍ଯ୍ୟର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଘଟଣାର ପର୍ଦ୍ଦାଫାଶ ହୋଇପାରିବ। ବାଲେଶ୍ବର ଜଳ ସମ୍ପଦ ବିଭାଗର ଏହି ଗୋଟିଏ ଘୋଟାଲା ନୁହେଁ ଆହୁରି ଅନେକ ଲମ୍ବା ଫର୍ଦ୍ଦ ଯୋଡ଼ି ହୋଇଛି ଯାହାର ଧିରେ ଧିରେ ଖୋଲିବ ଗୁମର।  ଗତ ସରକାର ସମୟରେ କୋଟି କୋଟି ଟଙ୍କା ଘୋଟାଲାରେ ସଂମ୍ପୃକ୍ତ ଅଛନ୍ତି ଅଧିକାରୀ ଗଣ। ତେଣୁ ଅଧିକାରୀ ମାନଙ୍କ ଉପରେ ଭିଜିଲାନ୍ସ ତଦନ୍ତ ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି।

News Comment

You Might Also Like

BACK TO TOP