Breaking News

72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||     

ଭାଟ କୁମରଡ଼ା କଲେଜ ନିକଟରେ ସ୍କୁଟି କୁ ଧକ୍କାଦେଲା ହାଇୱା, ସ୍କୁଟି ଚାଳକ ମୃତ ||

02-Jul-2026

ସ୍କୁଟି କୁ ଧକ୍କାଦେଲା ମୋରମ ବୋଝେଇ ହାଇୱା ।

 ଓଡିଶା ଜନ ମତ  ବ୍ୟୁରୋ, 

ପୁରୁଷୋତ୍ତମପୁର (୨/୭) :  ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମୁରଡ଼ା ତଥା ୩୨ ନଂ  ଜାତୀୟ ରାଜପଥ  ବାସୁଦେବ ସେଠୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟରେ  ଗୁରୁବାର ଅପରାହ୍ନ ୧୨ ଘଣ୍ଟା ସମୟରେ ମୋରମ ବୋଝେଇ ହାଇୱା ଧକ୍କାରେ  ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ  ସହଯୋଗୀ ଜଣଙ୍କ ଗୁରୁତର ଆହତ ହୋଇଥିବାର ସୂଚନା ମିଳିଛି ।  ତେବେ ମୃତକ ଜଣକ ହେଲେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ନାଇଡ଼ୁପୋଲୀ ଗ୍ରାମର ବାବୁ ସାସମଲ (୪୮) ପିତା ଗୋବିନ୍ଦ ସାସମଲ ଏବଂ ଅନ୍ୟ ଗୁରୁତର ଆହତ ଜଣକ ହେଲେ ପଙ୍କଜ ସ୍ବାଇଁ (୪୫) । ସୂଚନା ଅନୁସାରେ ସ୍କୁଟି ନଂ ( ଓଡ଼ି ୦୭ ଏ ଭି  ୯୭୧୦) ତାରା ତାରିଣୀ ଛକ ଅଭିମୁଖେ ଯାଉଥିବାବେଳେ ସମାନ ଦିଗରେ ଭାବନ୍ଧ ରୁ ମୋରମ ବୋଝେଇ ହାଇୱା ନଂ  (ଓଡ଼ି ୦୪ ଏଲ୍ ୦୪୪୮)  ଗାଡ଼ି  ପଛରୁ ସ୍କୁଟି କୁ ଧକ୍କା ଦେଇଥିଲା । ଫଳରେ ହାଇୱା ଚକା ତଳେ ଚାପି ହୋଇ ସ୍କୁଟି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା  ଏବଂ ପଛରେ ବସିଥିବା ସହଯୋଗୀ ଜଣଙ୍କ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ  ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ପଠାଯାଇଥିବାର ସୂଚନା ମିଳିଛି । ତେବେ ଦୁର୍ଘଟଣା ପରେ  ହାଇୱା ଚାଳକ ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ନେଇ  ସୂଚନା ମିଳିଛି। ଘଟଣାର ଖବର ପାଇ ପୁରୁଷୋତ୍ତମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି  ଘଟଣାର ତଦନ୍ତ ଆରମ୍ଭ କରିଥିବାର ସୂଚନା ମିଳିଛି ।  ପ୍ରତିଦିନ ସହ ସହ ହାଇୱା, ଟିପର ବାଲି, ମୋରମ ବୋଝେଇ ଗାଡ଼ି ଏହି ରାସ୍ତା ଦେଇ  ଗମନାଗମନ କରୁଥିବା ବେଳେ ବାରମ୍ବାର  ଏହି ମାର୍ଗରେ ଅନେକ ସମୟରେ ଏଭଳି ସଡ଼କ ଦୁର୍ଘଟଣା ଘଟିଚାଲିଛି  ତଥାପି ପ୍ରଶାସନ ଏହା ପ୍ରତି ନିରବ ସାଜିଛି।  ନିକଟରେ ବାସୁଦେବ ସେଠୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଥିବା ବେଳେ  ପ୍ରତେକ ଦିନ ଅନେକ ଛାତ୍ର ଛାତ୍ରୀ ଏହି ବିଦ୍ୟାଳୟ କୁ ପାଠ ପଢ଼ିବା ପାଇଁ ଆସୁଛନ୍ତି  । ତେବେ  ଏଭଳି ଘଟଣା ବାରମ୍ବାର ଘଟୁଥିବାବେଳେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେବା ସହ ସେହି ଅଞ୍ଚଳରେ ତୀବ୍ର ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଛି ।  ସ୍ଥାନୀୟ ଲୋକେ ଘଟଣାକୁ ବିରୋଧ କରି  ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଯାହାଫଳରେ ଅନେକ ସମୟ ଧରି ବ୍ରହ୍ମପୁର ରୁ ପୁରୁଷୋତ୍ତମପୁର ଯିବା ମୁଖ୍ୟ ରାସ୍ତାରେ ଯାତାୟତ ସେବା  ବାଧାପ୍ରାପ୍ତ ହୋଇଛି ।  ତେବେ ଘଟଣାସ୍ଥଳରେ ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ଭାଟକୁମୁରଡ଼ା ରାଜସ୍ୱ ନିରୀକ୍ଷକ  ଶଙ୍କର ବେହେରା , ପୁରୁଷୋତ୍ତମପୁର ଥାନା ଭାରପ୍ରାପ୍ତ ଅଧିକାରୀ  କୁଳମଣି ସେଠୀ ଉପସ୍ଥିତ ରହି ଲୋକକୁ ବୁଝାଶୁଝା କରିବା ସହ ସ୍ଥିତି କୁ ନିୟନ୍ତ୍ରଣ କରିବା କୁ ଚେଷ୍ଟା ଚଲାଇଛନ୍ତି।ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଥିବାବେଳେ ଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ତହସିଲଦାର ଘରୁ ୩୦ ହଜାରଟଙ୍କା ସହାୟତା ପ୍ରଦାନ କରିଛନ୍ତି। ରେଡକ୍ରସ୍‌ରୁ ପୋଲିସ ଗାଡ଼ି ସହ ମୃତଦେହକୁ ଜବ ଦହକୁ ଜବତ କରିବା ସହ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପୁରୁଷୋତ୍ତମପୁର ପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି।

News Comment

You Might Also Like

BACK TO TOP