Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ସମାଜ ସେଵୀ ବୃନ୍ଦାବନ ଜେନାଙ୍କୁ ଭାବ ବିହ୍ଵଳ ଶ୍ରଦ୍ଧା ଞ୍ଜଳୀ ଜ୍ଞାପନ |

04-Jun-2026

ସମାଜସେବୀ ବୃନ୍ଦାବନ ଜେନାଙ୍କୁ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି

ଓଡ଼ିଶା ଜନମତ, ଯାଜପୁର  (ପ୍ରଦୀପ କୁମାର ମଲ୍ଲିକ): ବିଂଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ଗ୍ରାମର ବିଶିଷ୍ଟ ସମାଜସେବୀ, ନିରପେକ୍ଷ ଓ ଦକ୍ଷ ନିଷ୍ପତ୍ତିକାରୀ, ସ୍ପଷ୍ଟବାଦୀ ବ୍ୟକ୍ତିତ୍ୱ ତଥା ଗ୍ରାମର ଶିକ୍ଷା, ସ୍ୱାସ୍ଥ୍ୟ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଦୀର୍ଘଦିନ ଧରି ଜଡିତ ରହିଥିବା ଦିବଙ୍ଗତ ବୃନ୍ଦାବନ ଜେନାଙ୍କ ଏକାଦଶାହ ଅବସରରେ ଏକ ଗମ୍ଭୀର ଓ ଭାବବିହ୍ୱଳ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ସିଂହପୁରସ୍ଥିତ ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି।ଶିକ୍ଷାବିତ ତଥା ବର୍ଷୀୟାନ ବ୍ୟକ୍ତିତ୍ୱ କୃଷ୍ଣ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼. ପଦ୍ମଚରଣ ଧଳ ମୁଖ୍ୟ ଅତିଥି, ବିଂଝାରପୁର ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ପୁରୁଷୋତ୍ତମ ବେହେରା ମୁଖ୍ୟ ବକ୍ତା ଏବଂ ଶିକ୍ଷାବିତ ନିରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦିବଙ୍ଗତ ବୃନ୍ଦାବନ ଜେନାଙ୍କ ଜୀବନ ଦର୍ଶନ, ସାମାଜିକ ଅବଦାନ ଓ ମାନବିକ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ।ବକ୍ତାମାନେ କହିଥିଲେ ଯେ, ବୃନ୍ଦାବନ ଜେନା କେବଳ ଜଣେ ସମାଜସେବୀ ନୁହେଁ, ବରଂ ଗ୍ରାମର ସାମାଜିକ ସଚେତନତା, ଶିକ୍ଷାର ପ୍ରସାର ଓ ଜନକଲ୍ୟାଣମୂଳକ କାର୍ଯ୍ୟରେ ଜଣେ ପ୍ରେରଣାଦାୟୀ ପଥପ୍ରଦର୍ଶକ ଥିଲେ। ତାଙ୍କର ସରଳ ଜୀବନଶୈଳୀ, ସ୍ପଷ୍ଟ ମତାମତ ଓ ସମାଜ ପ୍ରତି ନିଷ୍ଠା ଆଗାମୀ ପିଢ଼ି ପାଇଁ ଆଦର୍ଶ ହୋଇ ରହିବ।ଏହି ସଭାରେ ଯୁବ ସରପଞ୍ଚ ଶଶାଙ୍କ ଶେଖର ଖିଲାର, ମେଘନାଦ ମହାଳିକ, ସୁଶାନ୍ତ କୁମାର ନାୟକ, ପ୍ରଦୀପ କୁମାର ଜେନା, କଳାକର ପାତ୍ର, ସୁବାଷ ଚନ୍ଦ୍ର ପ୍ରଧାନ, ଶ୍ରୀହରି ସାହୁ, ନାରାୟଣ ଦାସ, ଚନ୍ଦ୍ରମଣି ନାୟକ, ଭରତ ଚନ୍ଦ୍ର ନାୟକ, ମଳୟ କୁମାର ଥାଟୋଇ, ବିପିନ ବିହାରୀ ଜେନା ଓ ପ୍ରଦୀପ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଦିବଙ୍ଗତ ବୃନ୍ଦାବନ ଜେନାଙ୍କ ବହୁମୁଖୀ ସୁଗୁଣ, ସମାଜ ପ୍ରତି ତାଙ୍କର ଅବଦାନ ଓ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ସଂଯୋଜନା ଓ ସହାୟତା କରିଥିଲେ ହିମାଂଶୁ ନାୟକ ଓ ସୀତାଂଶୁ ନାୟକ |ସଭା ଶେଷରେ ଉପସ୍ଥିତ ସମସ୍ତଙ୍କ ବକ୍ତବ୍ୟରେ ଏକ ସ୍ପଷ୍ଟ ଭାବନା ପ୍ରତିଫଳିତ ହୋଇଥିଲା ଯେ, ସିଂହପୁର ମାଟି ଜଣେ ସୁଯୋଗ୍ୟ, ନିଷ୍ଠାବାନ ଓ ଜନହିତୈଷୀ ବ୍ୟକ୍ତିଙ୍କୁ ହରାଇଛି। ତାଙ୍କ ସ୍ମୃତି ଓ ଆଦର୍ଶ ଆଗାମୀ ଦିନରେ ସମାଜକୁ ସଦା ପ୍ରେରଣା ହୋଇ ରହିବ |

News Comment

You Might Also Like

BACK TO TOP