Breaking News

ନିଜ ଗାଁ କୁ ଫେରିଲା ମୃତ ଦେହ ଦାଦନ ଖଟିବାକୁ ଯାଇ ଶବ ହୋଈ ଫେରିଲେ |   (18-Oct-2026)       ||      ଖଲ୍ଲିକୋଟ ବ୍ଳକ କଂଗ୍ରେସ ର କର୍ମକର୍ତ୍ତା ଓ ନେତୃତ୍ୱ ମଣ୍ଡଳୀ ଙ୍କ ସମୀକ୍ଷା ବୈଠକ ||   (18-Oct-2026)       ||      କହ୍ନେଇ ପୁର ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହାତ୍ସବ "ସୁରଭି -26`ଅନୁଷ୍ଠିତ |   (18-Oct-2026)       ||      ଖଲ୍ଲିକୋଟ ମାର୍ଦରାଜ ବଂଶର ପ୍ରତିଷ୍ଠିତ ଦେବୀ ମା ବହୁତି ଙ୍କ ପୀଠରେ ନବରାତ୍ରି ମହୋତ୍ସବ |   (18-Oct-2026)       ||      ଟ୍ରାଫିକ ସମସ୍ୟା ର ସମାଧାନ ପାଈଁ ପଦ୍ମପୁର ରେ ପୋଲିସ ଓ ଓକିଲ ସଙ୍ଘର ଆଲୋଚନା |   (18-Oct-2026)       ||      ରାୟଗଡା ଜିଲ୍ଲା 326ନଂ ଜାତୀୟ ରାଜପଥ ଗୁମ୍ମା ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା |   (17-Oct-2026)       ||      ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଓ ଚଳ ଚଞ୍ଚଳ କଲ୍ୟାଣସିଂହ ପୁର ସହର |    (17-Oct-2026)       ||      ହିଞ୍ଜିଳି କଲେଜ ଗଣ୍ଡଗୋଳ କୁ ନେଇ ବିଜେଡିର ଥାନା ଆଗରେ ଧାରଣା ||   (17-Oct-2026)       ||      ସରସ୍ବତୀ ଶିଶୁମନ୍ଦିର ରେ ଅଭିଭାବକ ଓ ଅଭିଭାବିକା ଙ୍କ ବୈଠକ ଅନୁଷ୍ଠିତ |    (17-Oct-2026)       ||      କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||      ପୋକ ସାଲୁବାଲୂ ଚାଉଳରେ ରନ୍ଧା ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ |   (16-Oct-2026)       ||      ପୋଲସରା ରେ ବ୍ଳକ ସ୍ତରୀୟ ପୋଷଣ ମାସ-- 26 କାର୍ଯ୍ୟକ୍ରମ ଅନୁଷ୍ଠିତ |   (16-Oct-2026)       ||      ରାୟଗଡା ଜିଲ୍ଳାର ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା କଲେ ହସ୍ତତନ୍ତ ବୟନ ବିଭାଗ କମିଶନର |    (16-Oct-2026)       ||      ରାୟଗଡା ଜିଲ୍ଳାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ରାୟଗଡା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||     

ଅଭିନେତ୍ରୀ ନିକିତା ହତ୍ୟା ମାମଲାରେ ସ୍ୱାମୀଙ୍କୁ ଆଜୀବନ ସଜ୍ଜା ଦେଲେ କୋର୍ଟ |

27-Feb-2026

ସ୍ୱାମୀ ଲିପନ୍ ସାହୁଙ୍କ  ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ, ତାଙ୍କ ଅଭିନେତ୍ରୀ ସ୍ତ୍ରୀ ହତ୍ୟା ମାମଲାରେ,

ଦଶ ଦିଗପାଳ, ହୋମନିଆଁ, ଓ ବ୍ରାହ୍ମଣ ଙ୍କ ମନ୍ତ୍ର ଧ୍ଵନିରେ ବାହାହୋଇ ଥିବା ସ୍ୱାମୀ ଜେ ପୁଣି ନିଜ ସ୍ତ୍ରୀର ହତ୍ୟା କାରୀ ହୋଇଯିବ ତାହା କଳ୍ପନା ର ବାହାରେ, ଏପରି କିଛି ଅମଣିଷ ସ୍ୱାମୀଙ୍କ ପାଇଁ ସମାଜ ଆଜି କଳୁଷିତ ହୋଇଯାଉଛି |କିନ୍ତୁ ଆଇନ ସେମାନଙ୍କୁ କେବେବି ଛାଡ଼ୁନାହିଁ | ତାଙ୍କୁ ଉପଯୁକ୍ତ ଦଣ୍ଡ ଦେଉଛି | ଏପରି ଜଣେ ଅଭିନେତ୍ରୀ ସ୍ତ୍ରୀକୁ ମାରି ଦେଇଥିବା ବ୍ୟକ୍ତି ଙ୍କୁ କୋର୍ଟ ଆଜୀବନ କାରାଦଣ୍ଡଦେଶ ଦେଇଛି  |  ତାହା ହେଉଛି 
 ବହୁଚର୍ଚ୍ଚିତ ଟେଲି ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ ନିକିତା ସନ୍ଦେହଜନକ ଭାବେ ଛାତରୁ ଖସି ପ୍ରାଣ ହରାଇବା ଘଟଣାରେ ସ୍ୱାମୀ ଲିପନ ସାହୁଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଛି । କଟକ ତୃତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ ଲକ୍ଷ୍ମୀପ୍ରିୟା ରାୟଚୌଧୁରୀ ଆଜି ଏହି ମାମଲାର ରାୟ ପ୍ରକାଶ କରି ଏହା ଏକ ହତ୍ୟା ବୋଲି ମତଦେବା ସହ ଲିପନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଦାଲତ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଲିପନଙ୍କ ମା’ ଅର୍ଥାତ୍ ନିକିତାଙ୍କ ଶାଶୂ କୁନ୍ତଳା ସାହୁ ଏବଂ ଶ୍ୱଶୁର ଲିଙ୍ଗରାଜ ସାହୁଙ୍କୁ ଖଲାସ କରିଦେଇଛନ୍ତି । ୨୦୧୬ ମସିହା ନଭେମ୍ବର ୨୫ରେ ନିକିତା ଓ ଲିପନ ବିବାହ କରିଥିଲେ । ନିକିତା ଧାରାବାହିକ ଅଭିନେତ୍ରୀ ଭାବେ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ । ବିବାହ ପରେ ନିକତାଙ୍କୁ ଶାଶୂଘର ପକ୍ଷରୁ ଉଭୟ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଥିଲା । ଅଭିନୟରୁ ସେ କରୁଥିବା ଆୟକୁ ଶାଶୂଘର ଲୋକ ନେଇଯିବା ସହ ଅଧିକ ଯୌତୁକ ଦାବି କରୁଥିଲେ । କିନ୍ତୁ ନିକିତାଙ୍କ ବାପଘର ଏହି ଦାବିକୁ ପୂରଣ କରିପାରୁନଥିଲେ । ଏହି ସମୟ ମଧ୍ୟରେ ସେ ଗର୍ଭବତୀ ମଧ୍ୟ ହୋଇଥିଲେ । ସେତେବେଳେ ମଧ୍ୟ ଶାଶୂ, ଶ୍ୱଶୁରଙ୍କ ପ୍ରରୋଚନାରେ ଲିପନ ତାଙ୍କୁ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଥିଲା । ୨୦୧୮ ଅଗଷ୍ଟରେ ସେ ଭୁନେଶ୍ୱରର ଏକ ହସ୍ପିଟାଲରେ ଶିଶୁ ପୁତ୍ର ଜନ୍ମ ଦେଇଥିଲେ । କିନ୍ତୁ ଶାଶୂଘର ଲୋକେ କେହି ତାଙ୍କୁ ଦେଖିବାକୁ ମଧ୍ୟ ଆସିନଥିଲେ । ନିକିତାଙ୍କ ଅନୁରୋଧ କ୍ରମେ ଲିପୁନ ତାଙ୍କୁ ଶାଶୂଘରକୁ ନେଇଥିଲେ । କିନ୍ତୁ ସେଠାରେ ପୁଣି ନିର୍ଯାତନା ଆରମ୍ଭ ହୋଇଥିଲା । ୨୦୧୯ ଜାନୁଆରୀ ୪ ତାରିଖରେ ସଂଧ୍ୟାରେ ନିକିତାଙ୍କୁ ଲିପନ ଛାତ ଉପରକୁ ଡାକି ନେଇଥିଲେ । କିନ୍ତୁ ରାତି ପ୍ରାୟ ୧୦ଟା ୧୫ସମୟରେ ନିକିତା ଛାତରୁ ତଳକୁ ଗଳି ପଡ଼ିଥିଲେ । ଗୁରୁତର ଅବସ୍ଥାରେ ନିକିତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରଦିନ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ ଲିପନ ଏବଂ ତାଙ୍କ ପିତା, ମାତାଙ୍କ ନାମରେ ଚାଉଳିଆଗଞ୍ଜ ଥାନାରେ ଏତଲା ଦାଏର କରିଥିଲେ ନିକିତାଙ୍କ ବାପା । ମାମଲାର ତଦନ୍ତ କରି ପୁଲିସ୍ ଲିପନ ଏବଂ ତାଙ୍କ ପରିବାର ଲୋକଙ୍କ ନାମରେ ମାମଲା ରୁଜୁ କରିବା ସହ ଚାର୍ଜସିଟ୍ ମଧ୍ୟ ଦାଖଲ କରିଥିଲା । ବିଭିନ୍ନ ସାକ୍ଷ୍ୟ ଏବଂ ପ୍ରମାଣକୁ ଆଧାର କରି ଅଦାଲତ ଏହା ଏକ ହତ୍ୟା ମାମଲା ବୋଲି ମତଦେବା ସହ ଲିପନକୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଅଦାଲତ ତାଙ୍କ ଆଦେଶରେ କହିଛନ୍ତି ଯେ, ଯଦିଓ ଏହି ଘଟଣାରେ କେହି ପ୍ରତ୍ୟକ୍ଷଦର୍ଶୀ ନାହାନ୍ତି କିନ୍ତୁ ଉଭୟଙ୍କୁ ଶେଷ ଥର ପାଇଁ ପଡ଼ୋଶୀମାନେ ଦେଖିଥିଲେ । ଅପରପକ୍ଷରେ ଲିପନ, ନିକିତାଙ୍କ ମୃତ୍ୟୁ ସମ୍ପର୍କରେ କୌଣସି ସ୍ପଷ୍ଟ ଜବାବ ରଖିପାରିନାହାନ୍ତି । ଯେହେତୁ ଲିପନ, ନିକିତାଙ୍କ ମୃତ୍ୟୁ ସମ୍ପର୍କରେ ସ୍ପଷ୍ଟ ଉତ୍ତର ରଖିପାରିନାହାନ୍ତି । ଏବଂ ନିକିତାଙ୍କ ମୃତ୍ୟୁ ପୂର୍ବରୁ ଉଭୟଙ୍କୁ ଶେଷଥର ପାଇଁ ଏକତ୍ର ଦେଖିବାକୁ ମିଳିଛି ସେହି ଆଧାରରେ ଅଦାଲତ ଲିପନକୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ବୋଲି ଆଦେଶରେ ଉଲ୍ଲେଖ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଏମ୍. ସ୍ୱାଇଁ ଏବଂ ନିକିତାଙ୍କ ପରିବାର ପକ୍ଷରୁ ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର ମାମଲା ପରିଚାଳନା କରୁଥିଲେ ।

News Comment

You Might Also Like

BACK TO TOP