Breaking News

ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||      ଖଲାଡ଼ି ଠାରେ " ବିଶ୍ୱ ଆଦିବାସୀ ମେଳା "ଅନୁଷ୍ଠିତ ||   (09-Aug-2026)       ||      ସ୍ବର୍ଗତ ରଞ୍ଜନ କୁମାର ଦଳେଇ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (09-Aug-2026)       ||      ସ୍ୱାମୀ କୁ ମାରିବା ପାଇଁ ପ୍ରେମିକ ଙ୍କ ପାଖକୁ ଭିଡିଓ କଲ ରେ ମେସେଜ କଲେ ସ୍ତ୍ରୀ |   (09-Aug-2026)       ||      କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||      ନାଚୁଣୀ ପୋଲିସ କୁ ବଡ଼ ସଫଳତା ,9, 250 ଗ୍ରାମ ଗଂଜେଇ ଜବତ ସହ ଜଣେ ଗିରଫ |   (08-Aug-2026)       ||      ପୋଲସରା କଲେଜରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (08-Aug-2026)       ||      ପୋଲିସ ଗାଡି ଓ ବୁଲେଟ ମୁହାଁ ମୁହିଁ ଧକ୍କା ବୁଲେଟ ୠଦୁଇ ଓ ପୋଲିସ ର ଦୁଇ ଆହତ |   (08-Aug-2026)       ||     

ଅଭିନେତ୍ରୀ ନିକିତା ହତ୍ୟା ମାମଲାରେ ସ୍ୱାମୀଙ୍କୁ ଆଜୀବନ ସଜ୍ଜା ଦେଲେ କୋର୍ଟ |

27-Feb-2026

ସ୍ୱାମୀ ଲିପନ୍ ସାହୁଙ୍କ  ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ, ତାଙ୍କ ଅଭିନେତ୍ରୀ ସ୍ତ୍ରୀ ହତ୍ୟା ମାମଲାରେ,

ଦଶ ଦିଗପାଳ, ହୋମନିଆଁ, ଓ ବ୍ରାହ୍ମଣ ଙ୍କ ମନ୍ତ୍ର ଧ୍ଵନିରେ ବାହାହୋଇ ଥିବା ସ୍ୱାମୀ ଜେ ପୁଣି ନିଜ ସ୍ତ୍ରୀର ହତ୍ୟା କାରୀ ହୋଇଯିବ ତାହା କଳ୍ପନା ର ବାହାରେ, ଏପରି କିଛି ଅମଣିଷ ସ୍ୱାମୀଙ୍କ ପାଇଁ ସମାଜ ଆଜି କଳୁଷିତ ହୋଇଯାଉଛି |କିନ୍ତୁ ଆଇନ ସେମାନଙ୍କୁ କେବେବି ଛାଡ଼ୁନାହିଁ | ତାଙ୍କୁ ଉପଯୁକ୍ତ ଦଣ୍ଡ ଦେଉଛି | ଏପରି ଜଣେ ଅଭିନେତ୍ରୀ ସ୍ତ୍ରୀକୁ ମାରି ଦେଇଥିବା ବ୍ୟକ୍ତି ଙ୍କୁ କୋର୍ଟ ଆଜୀବନ କାରାଦଣ୍ଡଦେଶ ଦେଇଛି  |  ତାହା ହେଉଛି 
 ବହୁଚର୍ଚ୍ଚିତ ଟେଲି ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ ନିକିତା ସନ୍ଦେହଜନକ ଭାବେ ଛାତରୁ ଖସି ପ୍ରାଣ ହରାଇବା ଘଟଣାରେ ସ୍ୱାମୀ ଲିପନ ସାହୁଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଛି । କଟକ ତୃତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ ଲକ୍ଷ୍ମୀପ୍ରିୟା ରାୟଚୌଧୁରୀ ଆଜି ଏହି ମାମଲାର ରାୟ ପ୍ରକାଶ କରି ଏହା ଏକ ହତ୍ୟା ବୋଲି ମତଦେବା ସହ ଲିପନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଦାଲତ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଲିପନଙ୍କ ମା’ ଅର୍ଥାତ୍ ନିକିତାଙ୍କ ଶାଶୂ କୁନ୍ତଳା ସାହୁ ଏବଂ ଶ୍ୱଶୁର ଲିଙ୍ଗରାଜ ସାହୁଙ୍କୁ ଖଲାସ କରିଦେଇଛନ୍ତି । ୨୦୧୬ ମସିହା ନଭେମ୍ବର ୨୫ରେ ନିକିତା ଓ ଲିପନ ବିବାହ କରିଥିଲେ । ନିକିତା ଧାରାବାହିକ ଅଭିନେତ୍ରୀ ଭାବେ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ । ବିବାହ ପରେ ନିକତାଙ୍କୁ ଶାଶୂଘର ପକ୍ଷରୁ ଉଭୟ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଥିଲା । ଅଭିନୟରୁ ସେ କରୁଥିବା ଆୟକୁ ଶାଶୂଘର ଲୋକ ନେଇଯିବା ସହ ଅଧିକ ଯୌତୁକ ଦାବି କରୁଥିଲେ । କିନ୍ତୁ ନିକିତାଙ୍କ ବାପଘର ଏହି ଦାବିକୁ ପୂରଣ କରିପାରୁନଥିଲେ । ଏହି ସମୟ ମଧ୍ୟରେ ସେ ଗର୍ଭବତୀ ମଧ୍ୟ ହୋଇଥିଲେ । ସେତେବେଳେ ମଧ୍ୟ ଶାଶୂ, ଶ୍ୱଶୁରଙ୍କ ପ୍ରରୋଚନାରେ ଲିପନ ତାଙ୍କୁ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଥିଲା । ୨୦୧୮ ଅଗଷ୍ଟରେ ସେ ଭୁନେଶ୍ୱରର ଏକ ହସ୍ପିଟାଲରେ ଶିଶୁ ପୁତ୍ର ଜନ୍ମ ଦେଇଥିଲେ । କିନ୍ତୁ ଶାଶୂଘର ଲୋକେ କେହି ତାଙ୍କୁ ଦେଖିବାକୁ ମଧ୍ୟ ଆସିନଥିଲେ । ନିକିତାଙ୍କ ଅନୁରୋଧ କ୍ରମେ ଲିପୁନ ତାଙ୍କୁ ଶାଶୂଘରକୁ ନେଇଥିଲେ । କିନ୍ତୁ ସେଠାରେ ପୁଣି ନିର୍ଯାତନା ଆରମ୍ଭ ହୋଇଥିଲା । ୨୦୧୯ ଜାନୁଆରୀ ୪ ତାରିଖରେ ସଂଧ୍ୟାରେ ନିକିତାଙ୍କୁ ଲିପନ ଛାତ ଉପରକୁ ଡାକି ନେଇଥିଲେ । କିନ୍ତୁ ରାତି ପ୍ରାୟ ୧୦ଟା ୧୫ସମୟରେ ନିକିତା ଛାତରୁ ତଳକୁ ଗଳି ପଡ଼ିଥିଲେ । ଗୁରୁତର ଅବସ୍ଥାରେ ନିକିତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରଦିନ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ ଲିପନ ଏବଂ ତାଙ୍କ ପିତା, ମାତାଙ୍କ ନାମରେ ଚାଉଳିଆଗଞ୍ଜ ଥାନାରେ ଏତଲା ଦାଏର କରିଥିଲେ ନିକିତାଙ୍କ ବାପା । ମାମଲାର ତଦନ୍ତ କରି ପୁଲିସ୍ ଲିପନ ଏବଂ ତାଙ୍କ ପରିବାର ଲୋକଙ୍କ ନାମରେ ମାମଲା ରୁଜୁ କରିବା ସହ ଚାର୍ଜସିଟ୍ ମଧ୍ୟ ଦାଖଲ କରିଥିଲା । ବିଭିନ୍ନ ସାକ୍ଷ୍ୟ ଏବଂ ପ୍ରମାଣକୁ ଆଧାର କରି ଅଦାଲତ ଏହା ଏକ ହତ୍ୟା ମାମଲା ବୋଲି ମତଦେବା ସହ ଲିପନକୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଅଦାଲତ ତାଙ୍କ ଆଦେଶରେ କହିଛନ୍ତି ଯେ, ଯଦିଓ ଏହି ଘଟଣାରେ କେହି ପ୍ରତ୍ୟକ୍ଷଦର୍ଶୀ ନାହାନ୍ତି କିନ୍ତୁ ଉଭୟଙ୍କୁ ଶେଷ ଥର ପାଇଁ ପଡ଼ୋଶୀମାନେ ଦେଖିଥିଲେ । ଅପରପକ୍ଷରେ ଲିପନ, ନିକିତାଙ୍କ ମୃତ୍ୟୁ ସମ୍ପର୍କରେ କୌଣସି ସ୍ପଷ୍ଟ ଜବାବ ରଖିପାରିନାହାନ୍ତି । ଯେହେତୁ ଲିପନ, ନିକିତାଙ୍କ ମୃତ୍ୟୁ ସମ୍ପର୍କରେ ସ୍ପଷ୍ଟ ଉତ୍ତର ରଖିପାରିନାହାନ୍ତି । ଏବଂ ନିକିତାଙ୍କ ମୃତ୍ୟୁ ପୂର୍ବରୁ ଉଭୟଙ୍କୁ ଶେଷଥର ପାଇଁ ଏକତ୍ର ଦେଖିବାକୁ ମିଳିଛି ସେହି ଆଧାରରେ ଅଦାଲତ ଲିପନକୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ବୋଲି ଆଦେଶରେ ଉଲ୍ଲେଖ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଏମ୍. ସ୍ୱାଇଁ ଏବଂ ନିକିତାଙ୍କ ପରିବାର ପକ୍ଷରୁ ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର ମାମଲା ପରିଚାଳନା କରୁଥିଲେ ।

News Comment

You Might Also Like

BACK TO TOP