Breaking News

ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା |   (01-Mar-2026)       ||      ପୋଲସରା ରେ ପ୍ରବୋଧନ ତାଲିମ ଶିବିର ଅନୁଷ୍ଠିତ |    (01-Mar-2026)       ||      କୋଦଳାରେ ଚାଲିଛି ଠାକୁରଙ୍କ ଦୋଳ ଉତ୍ସବ | ବାଣ ଯାତ୍ରା ବନ୍ଦ ପାଇଁ ନିଷ୍ପତି |    (01-Mar-2026)       ||      ଝୁଲନ୍ତା ଅବସ୍ଥାରେ ଯୁବକ ଙ୍କ ମୃତ ଦେହ ଉଦ୍ଧାର |    (01-Mar-2026)       ||      ଯେଉଁଠି ପୋଲିସ କୁ ଦିନରେ ଆକ୍ରମଣ, ସେଠାରେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେବ |    (01-Mar-2026)       ||      ରାସ୍ତାରେ ଅଟକାଇ ଲୁଟିନେଲେ 10ହଜାର ଟଙ୍କା |    (01-Mar-2026)       ||      ବର୍ତ୍ତମାନ A I ଯୁଗରେ ବି ପୁରୁଣାକୁ ମନେ ପକାଇ ଶଗଡ଼ ରେ ଆସିଲା କନିଆଁ |    (01-Mar-2026)       ||      ହାଇୱା ଧକ୍କାରେ ଜଣେ ଛାତ୍ର, ମୃତ, ଜଣେ ଛାତ୍ରୀ ଗୁରୁତର |    (28-Feb-2026)       ||      ବୁଲେଟ, ସ୍କୁଟି ମୁହାଁମୁହିଁ ଧକ୍କା, ଜଣେ ମୃତ, ତିନି ଗୁରୁତର,    (28-Feb-2026)       ||      ହୁକ୍କା ଆଡ୍ଡା ଉପରେ ଚଢ଼ାଉ କଲା ବ୍ରହ୍ମପୁର ଟାଉନ ଥାନା ପୋଲିସ |    (28-Feb-2026)       ||      ଖଲ୍ଲିକୋଟ, ଡ଼ି ଆଇ ଇ ଟି ପକ୍ଷରୁ ବିଜ୍ଞାନ ଦିବସ-- 2026 ଆୟୋଜିତ |    (28-Feb-2026)       ||      ମୋଟର ସାଇକେଲ ଲୁଟେରା ଗିରଫ, ତିନି ମୋଟର ସାଇକେଲ ଜବତ,   (28-Feb-2026)       ||      ପଲିଶ୍ରୀ ବିଜ୍ଞାନ ମହିଳା ମହାବିଦ୍ୟାଳୟ ର +3ଶେଷ ବର୍ଷ ଛାତ୍ରୀ ମାନଙ୍କୁ ଅଭିନନ୍ଦନ ||   (28-Feb-2026)       ||      ଅଟୋ, ସ୍କୁଟି ମୁହାଁ ମୁହିଁ ଧକ୍କା ଫଳରେ ଜଣେ ମୃତ ଜଣେ ଗୁରୁତର |    (28-Feb-2026)       ||      ଗଞ୍ଜେଇ ତେଲ ଚୋରି ଘଟଣାରେ ପାଞ୍ଚ ଅଭିଯୁକ୍ତ କୁ ଗିରଫ କଲା ପଡୁଆ ପୋଲିସ |    (28-Feb-2026)       ||      ଅବକାରୀ ବିଭାଗ ଦ୍ୱାରା ଗଛିତ ବିଦେଶୀ ମଦ ଜବତ, ଜଣେ ଗିରଫ ଓ କୋର୍ଟ ଚାଲାଣ |    (28-Feb-2026)       ||      ଗତକାଲି କଟକ ରେ ଭୁକମ୍ପ ର ଝଟକା |    (28-Feb-2026)       ||      ଅଭିନେତ୍ରୀ ନିକିତା ହତ୍ୟା ମାମଲାରେ ସ୍ୱାମୀଙ୍କୁ ଆଜୀବନ ସଜ୍ଜା ଦେଲେ କୋର୍ଟ |    (27-Feb-2026)       ||      ବାହାଘର ପାଇଁ କନ୍ୟା ଘର ଗାଁ କୁ ଯାଇ ବରଯାତ୍ରୀ ଙ୍କ ଉନ୍ମତ କାଣ୍ଡ |    (27-Feb-2026)       ||      ନିଶା ମାଫିଆ ଗିରଫ, ତିନି ଗ୍ରାମ ହିରୋଇନ ଜବତ ||   (27-Feb-2026)       ||     

ଆୟ ବାହିର୍ଭୁତ ଟଙ୍କା ଜମାକରୀ ଓଡିଶା ଇତିହାସ ରଚିଲେ ଖଣି ଉପନିର୍ଦେଶକ ଦେବ ବ୍ରତ ମହାନ୍ତି |

26-Feb-2026

ଭିଜିଲାନ୍ସ ଦ୍ୱାରା ରେଡ଼ ବ୍ୟକ୍ତି ଙ୍କ ମଧ୍ୟରେ ଓଡିଶା ଇତିହାସ ରେ ପ୍ରଥମଖଣି ଉପନିର୍ଦେଶକ ଦେବ ବ୍ରତ ମହାନ୍ତି |

  ଓଡିଶା ଜନ ମତ ବ୍ୟୁରୋ,

ଓଡ଼ିଶା ଭିଜିଲାନ୍ସ ବିଭାଗ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ
ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘର ଏବଂ ତାଙ୍କର ବିଭିନ୍ନ ଠିକଣାରେ ଅତର୍କିତ ଚଢ଼ଉ କରିବା ସହ ୪.୨୭ କୋଟି ଟଙ୍କା ନଗଦ ଜବତ କରିଛି ଓଡ଼ିଶା ଇତିହାସରେ ସବୁଠାରୁ ବଡ଼ ଭିଜିଲାନ୍ସ ଚଢ଼ଉ ବୋଲି ଚର୍ଚ୍ଚା ହେଉଥିବା ରାଜ୍ୟ ସରକାରଙ୍କର ଏହି କାର୍ଯ୍ୟାନୁଷ୍ଠାନ ସେତେବେଳେ ଆରମ୍ଭ ହୋଇଥିଲା, ଯେତେବେଳେ ଶ୍ରୀ ମହାନ୍ତି ଗତକାଲି ରାତିରେ ଜଣେ ଲାଇସେନ୍ସପ୍ରାପ୍ତ କୋଇଲା ବିକ୍ରେତାଙ୍କଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିଲୋ ଶ୍ରୀ ମହାନ୍ତିଙ୍କୁ ଗିରଫ କରାଯିବା ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଆବାସିକ ଫ୍ଲାଟ (ଫ୍ଲାଟ ନମ୍ବର ୩୦୨, ନେଚର୍ସ କ୍ରେଷ୍ଟ ଆପାର୍ଟମେଣ୍ଟ, ଶ୍ରୀ ବିହାର, ପଟିଆ, ଭୁବନେଶ୍ବର), ଭଦ୍ରକର ମଠସାହିରେ ଥ‌ିବା ପୈତୃକ ଘର ଏବଂ କଟକରେ ତାଙ୍କ କାର୍ଯ୍ୟାଳୟ ଚାମ୍ବରରେ ଏକକାଳୀନ ଚଢ଼ାଉ କରାଯାଇଥିଲା ।ଶାସନ ବ୍ୟବସ୍ଥାରେ ସମସ୍ୟା ହେଉ ଅବା ଜନସାଧାରଣଙ୍କ ମଧ୍ୟରେ ସଚେତନ‌ତାର ଅଭାବ ହେଉ, ଏହାର ସୁଯୋଗ ନେଇ ଚତୁର ସରକାରୀ ଅଧିକାରୀମାନେ ବେଆଇନ ଭାବେ କୋଟି କୋଟି ଟଙ୍କାର ମାଲିକ ହୋଇଥିବା ନଜିର ରହିଛି କେବଳ ଦେବବ୍ରତ ମହାନ୍ତି ନୁହଁନ୍ତି, ତାଙ୍କ ଭଳି ଆହୁରି ଅନେକ ବାବୁ ମଧ୍ୟ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ି ଜେଲ୍ ଯାଇଛନ୍ତି। ୨୦୨୨ ମସିହା ଏପ୍ରିଲ ୭ ତାରିଖର ଘଟଣା ଭିଜିଲାନ୍ସ ବିଭାଗ ଯେତେବେଳେ ଗଂଜାମ ଜିଲ୍ଲା ଇଂଜନଗର ଏଇ, ଏମ୍‌ଇ କାର୍ତ୍ତିକେଶ୍ବରଙ୍କ ବିଭିନ୍ନ ଠିକଣାରେ ଚଢ଼ଉ କରିଥିଲା ଏହି ସମୟରେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ୨ କୋଟି ୪୧ ଲକ୍ଷ ୬୬ ହଜାର ୨୮୦ ଟଙ୍କା ଜବତ କରିଥିଲୋ | ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୯ଟି ଜାଗାରେ ଚଢ଼ଉ କରି ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ କାନନବିହାର ର ଏଚ୍ଆଇଜି-୧୧୫ରେ ଥିବା ଘରୁ ୨କୋଟି ୩ଲକ୍ଷ 800 ଟଙ୍କା ଜବତ କରାଯାଇଥିଲା ଚଢ଼ଉ ଚଢ଼ଉ ବେଳେ ପ୍ରଶାନ୍ତ ୬ଟି ସିଲ୍ ପେଟି ଓ ଗୋଟିଏ ଆଟାଚି ଭର୍ଭି ଟଙ୍କା ପଡ଼ୋଶୀଙ୍କ ଛାତ ଉପରକୁ ଫିଙ୍ଗି ଦେଇଥିଲୋ ପଡ଼ୋଶୀ ମଧ୍ୟ ଏହି ଟଙ୍କା ପେଟି ଘରକୁ ନେଇ ଯାଇଥିଲୋ ଭିଜିଲାନ୍ସ ଅଧିକାରୀମାନେ ପଡ଼ୋଶୀଙ୍କ ଘର ଭିତରେ ପଶି ଟଙ୍କା ଜବତ କରିଥିଲୋ କୋଟିକୋଟି ଟଙ୍କା ଜବତ ହେବା ପ୍ରଚାର ହେବାପରେ ସ୍ଥାନୀୟ ବାସିନ୍ଦା ଦେଖୁବା ଲାଗି ଘର ବାହାରକୁ ମଧ୍ୟ ଚାଲି ଆସିଥିଲୋ ଖାଲି ଭୁବନେଶ୍ବର ନୁହେଁ, ନବରଙ୍ଗପୁର ସରକାରୀ କ୍ବାଟର୍ସରୁ ଦୁଇଟି ପର୍ଯ୍ୟାୟରେ ୮୮ ଲକ୍ଷ ୯୩ ହଜାର ୩୦୦ ଟଙ୍କା ଜବତ କରାଯାଇଥିଲା। ମୋଟ ୩କୋଟି ୧୨ ଲକ୍ଷ ୩୦ ହଜାର ୮୦୦ ଟଙ୍କା ଜବତ କରାଯାଇଥିଲା। ଏହା ୨୦୨୪ ମସିହା ଜୁନ ୨୩ ତାରିଖର ଘଟଣା ଥିଲା।ଭିଜିଲାନ୍ସ ବିଭାଗ ଗତବର୍ଷ ମେ` ମାସ ୩୦ ତାରିଖରେ ତତ୍‌କାଳୀନ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀର ଏକାକ ଠିକଣାରେ ଚଢ଼ଉ କରିଥିଲା ଏବଂ ଏହି ସମୟରେ ୨କୋଟି ୫୬ ଲକ୍ଷ ଟଙ୍କା ନଗଦ ଜବତ କରିଥିଲା ମାଲକାନଗିର ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ମଧ୍ୟ ଜଣେ କୁବେର ଅଧିକାରୀ ଥିଲେ, ଯାହାଙ୍କ ପାଖରୁ ୨ କୋଟି ୮ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଥିଲା। ଏଥ୍ ସହିତ ତାଙ୍କର ଠାରୁ ୪୨୨ ଗ୍ରାମ୍ ସୁନା ଜବତ କରିଥିଲା ଭିଜିଲାନ୍ସ ଏହା ଥିଲା ଗତବର୍ଷ ଫେବ୍ରୁଆରି ୬ ତାରିଖର ଘଟଣା ୨୦୨୩ ମାର୍ଚ୍ଚ ୩ ତାରିଖ ଅତିରିକ୍ତ ଖଣି ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଯାଇଲୋ ଯାଞ୍ଚ ସମୟରେ ତାଙ୍କର ଠିକଣାରୁ ୧ କୋଟି ୬୪ ଲକ୍ଷ ଟଙ୍କା ଜବତ କରାଯାଇଥିଲା |ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ବନଖଣ୍ଡର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କୁ ଭିଜିଲାନ୍ସ ଗତବର୍ଷ ଜୁଲାଇ ୨୫ ତାରିଖରେ ଗିରଫ କରିଥିଲା ଶ୍ରୀ ନେପାକଙ୍କ ଜୟପୁର ଓ ଭୁବନେଶ୍ବରର ୫ଟି ଠିକଣାରେ ଚଢ଼ଉ କରିଥିଲା ଭିଜିଲାନ୍ସ ଟିମ୍ ଜୟପୁର ଏନ୍‌କେଟି ରୋଡ଼ରେ ଥିବା ୪୦୦୦ ବର୍ଗଫୁଟର ୩ ମହଲା କୋଠା ଓ ଜୟପୁର ଗୋଲଡେନ୍ ହାଇଟ୍ସ ଆପାର୍ଟମେଣ୍ଟରେ ଚଢ଼ଉ କଲା ବେଳେ ଆଚମ୍ବିତ ହୋଇଥିଲେ ଭିଜିଲାନ୍ସ ଅଧିକାରୀ ଆପାର୍ଟମେଣ୍ଟର ୫୧୦ ଓ ୫୧୧ ନଂବର ରୁମ୍‌ରେ ଛାନଭିନ୍ ପରେ ୫୧୦ ନଂ ରୁମ୍‌ରୁ ଏକ ଗୁପ୍ତ ଟ୍ରେଜେରି ମିଳିଥିଲା ଯେଉଁଥିରେ ବଣ୍ଡଲ ବଣ୍ଡଲ ଟଙ୍କା ରଖାଯାଇଥିଲା ୫୦୦ ଓ ୨୦୦ ଟଙ୍କିଆ ନୋଟ୍ ବିଡ଼ା ଦେଖ୍ ସମସ୍ତେ ଚକିତ ହୋଇଯାଇଥିଲେ |  ପୁଳାପୁଳା ଟଙ୍କାବିଡ଼ା ସହିତ ୪ଟି ସୁନା ବିସ୍କୁଟ, ୧୦ ଗ୍ରାମ୍ ଓଜନର ୧୬ଟି ସୁନା କଏନ୍, ସୁନା ହାର, ଚୁଡ଼ି, ମାଳି, ମଙ୍ଗଳସୂତ୍ର ଭଳି ବହୁ ଦାମୀ ଅଳଙ୍କାର ସାମଗ୍ରୀ ଭିଜିଲାନ୍ସ ଜବତ କରିଥିଲା ଜୟପୁର ସହରାଞ୍ଚଳରେ ୨ଟି ମୂଲ୍ୟବାନ ଜମି ସହିତ ଭୁବନେଶ୍ବର ପଟିଆ ରଘୁନାଥପୁରରେ ୧୮୦୦ ବର୍ଗଫୁଟର ୩ ବିଏକେ ଫ୍ଲାଟ୍ ଠାବ କରିଥ୍‌ଲା ଭିଜିଲାନ୍ସା | ଓଡ଼ିଶା ଇତିହାସରେ ସବୁଠାରୁ ବଡ଼ ଭିଜିଲାନ୍ସ ଚଢ଼ାଉ, କଟକ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରୁ ୪ କୋଟିରୁ ଅଧ‌ିକ ନଗଦ ଜବତହୋଇଛି | ସେହିପରି ୨୦୨୨ ମାର୍ଚ୍ଚ ୨୫ ତାରିଖରେ ମାଲକାନଗିରି ଆରଡବ୍ଲ୍ୟୁ ଡିଭିଜନର ଏସ୍‌ଇ ଆଶିଷ କୁମାର ଦାସଙ୍କ ଘରେ ଯାଞ୍ଚ ବେଳେ ଭିଜିଲାନ୍ସ ବିଭାଗକୁ ୧ କୋଟି ୪୦ ଲକ୍ଷ ୧୮ ହଜାର ୭୦ ଟଙ୍କା ମିଳିଥିଲା ଚାରିଛକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ପ୍ରସୂତି ବିଭାଗର ଡାକ୍ତର ସୁକାନ୍ତ ଜେନାଙ୍କ ଘରେ ଭିଜିଲାନ୍ସ ବିଭାଗ ଯେତେବେଳେ ୨୦୨୨ ଫେବ୍ରୁଆରି ୧୬ ତାରିଖରେ ଚଢ଼ଉ କରିଥିଲା, ସେହି ସମୟରେ ୧ କୋଟି ୧୩ ଲକ୍ଷ ୧୬ ହଜାର ୭୨୦ ଟଙ୍କା ନଗଦ ଜବତ କରିଥିଲା କଟକ ଜିଲ୍ଲା ଆଠଗଡ଼ର ପୂର୍ବତନ ଡିଏଫ୍‌ଓ ସୁଧାଂଶୁ ଶେଖର ମିଶ୍ର ୨୦୧୬ ଫେବ୍ରୁଆରି ୨୪ ତାରିଖରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲା ତାଙ୍କର ଠାରୁ କୋଟିଏ ୧ ଲକ୍ଷ ୭୦ହଜାର ଟଙ୍କା ନଗଦ ଜବତ ହୋଇଥିଲା।ଭିଜିଲାନ୍ସ ଦ୍ବାରା କୋଟିପତି ଇଡକଲ୍ ଡେପୁଟି ମ୍ୟାନେଜର ଗୟା ସାନ୍ତରା ଗିରଫ ହୋଇଛନ୍ତି। ୨୦୨୨ ମସିହା ଡିସେମ୍ବର ୨୦-୨୧ ତାରିଖରେ ଚଢ଼ଉ ପରେ ତାଙ୍କ ନିକଟରୁ କୋଟିଏ ୬ ଲକ୍ଷ ୪୪ ହଜାର ୫୦୦ ଟଙ୍କା ନଗଦ ଜବତ ହୋଇଥିଲା କେବଳ ଏତିକି ନୁହେଁ, ଚଢ଼ଉ ବେଳେ କିଲେ ସୁନା ଓ ୬ କିଲୋ ରୁପା ଜବତ ହୋଇଥିଲା। ତେବେ ଆଜି ପର୍ଯ୍ୟନ୍ତ ଅନେକ ବିଜିଲାନ୍ସ ରେଡ଼ ମଧ୍ୟରେ ଦେବବ୍ରତ ମହାନ୍ତି ସବୁଠାରୁ ଆଗରେ  ତାଙ୍କର ଜବତ ଟଙ୍କା ମଧ୍ୟ ଅଧିକ ଅଟେ |

News Comment

You Might Also Like

BACK TO TOP