Breaking News

ନିଜ ପୈତୃକ ଗାଁ ଉତ୍ତରାଖଣ୍ଡ ର ପୀଥୋରାଗଡ଼ଜିଲ୍ଲା ରେ ରିଷଭ ପନ୍ତ ଙ୍କ ପାଇଁ ତାଙ୍କ ମା ଘର କରିବେ |   (12-Aug-2026)       ||      ଶୌଚାଳୟ ଅକାମି ଲୋକେ ହନ୍ତ ସନ୍ତ |    (12-Aug-2026)       ||      ପ୍ରଥମ ପୋଷ୍ଟିଙ୍ଗ ରେ କୋଟିଏ ଟଙ୍କା ର ଲାଞ୍ଚ ନେଇ ସିବିଆଇ ଜାଲରେ ଏସିପି |   (11-Aug-2026)       ||      ଗଞ୍ଜେଇ ଚୋରା ଚାଲାଣ ବେଳେ ଗିରଫ କଲା ପୋଲିସ |    (11-Aug-2026)       ||      ନିଜକୁ ଅବକାରୀ ଅଧିକାରୀ କହି ମଦ ଦୋକାନ ଯାଞ୍ଚ ବେଳେ ପୋଲିସ ଦ୍ୱାରା ଗିରଫ!|    (11-Aug-2026)       ||      ଦୁଇ ବାଇକ ସାମନା, ସାମାନି ଧକ୍କା 3 ଗୁରୁତର |    (11-Aug-2026)       ||      ନୂତନ ଧାନ ସଂଗ୍ରହ ନୀତି କୁ ପରିବର୍ତ୍ତନ ପାଇଁ ଦାବୀ |   (11-Aug-2026)       ||      ଛତ୍ରପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୱତ ପରିଷଦ ଆଲୋଚନା ଅନୁଷ୍ଠିତ |    (11-Aug-2026)       ||      ସ୍ତ୍ରୀକୁ ହତ୍ୟା ଘଟଣାରେ ସ୍ୱାମୀକୁ ଆଜୀବନ ଜେଲ |   (11-Aug-2026)       ||      ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀ ମେଡିକାଲ ନାମ କରଣ ନିଷ୍ପତି କୁ ସ୍ୱାଗତ କଲେ ଜିଲ୍ଲା ବାସୀ |    (11-Aug-2026)       ||      ମନରେଗା କାମରେ ଦୁର୍ନୀତି ନେଇ ବିଡ଼ିଓ ଙ୍କ ଦ୍ୱାରସ୍ତ ହେଲେ ତିରିଡା ଗ୍ରାମ୍ୟ ସଭାପତି ||   (11-Aug-2026)       ||      ପୋଲସରା ମହାବିଦ୍ୟାଳୟ ରେ ଇ- ଗ୍ରନ୍ଥାଗାର ସହିତ ଅତିରିକ୍ତ ଗୃହ କୁ ଉଦଘାଟନ କଲେ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ |    (11-Aug-2026)       ||      ସ୍କାଉଟ ଓଗାଇଡ଼ସ ର ଦୀକ୍ଷାନ୍ତ ଦିବସ ସମାରୋହ |   (11-Aug-2026)       ||      ସ୍ୱାଧୀନତା ଦିବସ ପୂର୍ବରୁ ଖଲ୍ଲିକୋଟ ବିଜେପିର ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ |    (11-Aug-2026)       ||      ପିତା ମାତାଙ୍କ ମୃତ୍ୟୁ ପରେ ବେସାହାରା ହେଲେ ଚାରି କୁନି ଚୁଆ |    (11-Aug-2026)       ||      ପ୍ରଭୁ ଗୋରେଖ ନାଥ ଙ୍କ ପୀଠରେ ଅପର୍ଯ୍ୟାପ୍ତ କାଉଡିଆ ଙ୍କ ଭିଡ଼ ,|    (11-Aug-2026)       ||      ବସ ଦୁର୍ଘଟଣାରେ ଅଟୋ ଚାଳକ ମୃତ, ଓଜଣେ ଗୁରୁତର |    (11-Aug-2026)       ||      ସାର୍ଟିଫିକେଟ ବନ୍ଧା ପଡିଥିବାରୁ ମିଳିଲାନି ଚାକିରୀ, ସ୍ୱାମୀ ସ୍ତ୍ରୀ ଦୁହେଁ ଏବେ ଦିନ ମଜୁରିଆ    (11-Aug-2026)       ||      ଜିଲ୍ଲପାଳ ଙ୍କ ଆହ୍ୱାନ " ଘରେ ଘରେ ତ୍ରିରଙ୍ଗା "କାର୍ଯ୍ୟକ୍ରମ ରେ ସାମିଲ ହୁଅନ୍ତୁ |   (11-Aug-2026)       ||      ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ରେଯୁବ ରେଡ଼କ୍ରସ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ |    (11-Aug-2026)       ||     

ଖଲ୍ଲିକୋଟ ଡ଼ି ଆଇ ଇ ଟି ପକ୍ଷରୁ ଅନ୍ତର୍ଜାତୀୟ ମାତୃ ଭାଷା ଦିବସ ପାଳିତ |

21-Feb-2026

ଡି ଆଇ ଇ ଟି ପକ୍ଷରୁ ​ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

      ଓଡିଶା ଜନ ମତ ବ୍ୟୁରୋ, 

​ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଗଞ୍ଜାମ, ଖଲ୍ଲିକୋଟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଆନୁଷ୍ଠାନିକ ରୀତିରେ ପାଳିତ ହୋଇଯାଇଛି । ଏହି ଅବସରରେ "ବହୁଭାଷୀ ଶିକ୍ଷାରେ ଯୁବ ସ୍ୱର" ପ୍ରସଙ୍ଗ ଆଧାରରେ ଏକ ଅର୍ଥପୂର୍ଣ୍ଣ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମାତୃଭାଷାର ମହତ୍ତ୍ୱ,  ବହୁଭାଷା ଶିକ୍ଷାର ପ୍ରାସଙ୍ଗିକତା, ଆଦୃତି, ସ୍ୱତନ୍ତ୍ରତା ଏବଂ ଯୁବକମାନଙ୍କର ଭୂମିକା ଉପରେ ସାରଗର୍ଭକ ଆଲୋଚନା ହୋଇଥିଲା ।
​ଅନୁଷ୍ଠାନର ଅଧ୍ୟକ୍ଷ ତଥା ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ସନ୍ତୋଷ କୁମାର ପରିଡ଼ା ଆୟୋଜିତ ଉତ୍ସବକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ଅଧ୍ୟକ୍ଷ ଡକ୍ଟର ପରିଡା ଉଦବୋଧନରେ ମତବ୍ୟକ୍ତ କରିଥିଲେ ଯେ ମାତୃଭାଷା କେବଳ ଯୋଗାଯୋଗର ମାଧ୍ୟମ ନୁହେଁ, ଏହା ଆମ ଚିନ୍ତା-ଚେତନା, ଭାବ ଆଦାନ ପ୍ରଦାନ, ସଂସ୍କୃତି ଓ ପରିଚୟର ମୂଳାଧାର । ବହୁଭାଷୀ ଶିକ୍ଷା ମାଧ୍ୟମରେ ଯୁବକମାନେ ବିଶ୍ୱମଞ୍ଚରେ ନିଜ ସ୍ଥିତିକୁ ସୁଦୃଢ଼ୀକରଣ କରିପାରିବେ ବୋଲି ସେ ଅଭିହିତ କରିଥିଲେ । ପ୍ରସଙ୍ଗର ଉଦ୍ଦେଶ୍ୟ ବ୍ୟାଖ୍ୟା କରି କହିଥିଲେ ଯେ ଯୁବ ସମାଜ ମଧ୍ୟରେ ମାତୃଭାଷା ପ୍ରତି ଗର୍ବବୋଧ ଓ ଦାୟିତ୍ୱବୋଧ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଲକ୍ଷ୍ୟ ଆଭିମୁଖ୍ୟ । ମୁଖ୍ୟ ଅତିଥି ଭାବରେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ଡ. ଅଜିତ କୁମାର ମୁନି ତାଙ୍କ ଉଦବୋଧନରେ ବହୁଭାଷା ଶିକ୍ଷା ଯୁବକମାନଙ୍କ ବୁଦ୍ଧିମତା, ସୃଜନଶୀଳତା ଓ ସାମାଜିକ ସମନ୍ଵୟକୁ ମଜବୁତ କରେ ବୋଲି କହିଥିଲେ । ସେ କହିଥିଲେ ଯେ ଯୁବ ସ୍ୱରକୁ ଗୁରୁତ୍ୱ ଦେବା ମାନେ ଭବିଷ୍ୟତ ଶିକ୍ଷାକୁ ଦୃଢ଼ୀଭୂତ  କରିବା ।
​ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ନବୀନ କୁମାର ପ୍ରମାଣିକ ଉତ୍ସବର ସଂଯୋଜନା କରିଥିବା ବେଳେ ଅନୁପମା ଦାସ ମଞ୍ଚ ପରିଚାଳନା କରିଥିଲେ । ଉତ୍ସବ ଆରମ୍ଭରୁ ଶିକ୍ଷକ ପ୍ରଶିକ୍ଷକ ମୁକ୍ତି କାନ୍ତ ବେହେରା ଏକ ଭକ୍ତିମୟ ବିଷ୍ଣୁ ବନ୍ଦନା କରିଥିଲେ ଏବଂ ଅନୁଷ୍ଠାନର ଗୁରୁ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଏକ ସୁନ୍ଦର ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଅନୁଷ୍ଠାନ ତରଫରୁ ଦୁଇଦିନ ଧରି ଭାଷଣ ପ୍ରତିଯୋଗିତା ଏବଂ ସୃଜନାତ୍ମକ ଲିଖନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଆଜି ଅତିଥିମାନଙ୍କ ଦ୍ୱାରା କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା ।
​ଏହି ଅବସରରେ ଅନୁଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ଡ. ନିହାରିକା ସମନ୍ତରାୟ, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ପ୍ରଜ୍ଞା ପରିମିତା, ଶିକ୍ଷକ ପ୍ରଶିକ୍ଷିକା ଲିପିଶ୍ରୀ ଦେବୀ, ଜୟନ୍ତୀ ବେହେରା, କଲ୍ୟାଣୀ କୁମାରୀ ଗୌଡ଼, ଶିକ୍ଷକ ପ୍ରଶିକ୍ଷକ ମୁକ୍ତି କାନ୍ତ ବେହେରା, ନବୀନ କୁମାର ପ୍ରମାଣିକ, ସୁକୁମାର ଟୁଡୁ, ଶିକ୍ଷକ ପ୍ରଶିକ୍ଷିକା ଗାୟତ୍ରୀ ସ୍ଵାଇଁ, ଅନୁପମା ଦାସ, ବବିତା ସିଂ ନାୟକ, ସେକ୍ସନ ଅଧିକାରୀ ପ୍ରବେଶ କୁମାର ପଟ୍ଟନାୟକ, କନିଷ୍ଠ କିରାଣୀ ଆଶିଷ ରଞ୍ଜନ ସେଠୀ, କନିଷ୍ଠ ସହାୟିକା ନିରୁ ପ୍ରଧାନ, ଲକ୍ଷ୍ମୀଶଙ୍କର ଗୌଡ଼ ଏବଂ ଅନୁଷ୍ଠାନର ସମସ୍ତ ଗୁରୁ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ଶିକ୍ଷକ ପ୍ରଶିକ୍ଷିକା ଅନୁପମା ଦାସ ।

News Comment

You Might Also Like

BACK TO TOP