Breaking News

ଛତ୍ରପୁର ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ଠାରେ 2027ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ |    (22-Oct-2026)       ||      ସରକାରୀ ଜାଗାକୁ ଜବରଦଖଲ କରିଥିବା ବ୍ୟକ୍ତିଙ୍କୁ ଉଛେଦ କେବେ |    (22-Oct-2026)       ||      ଟିଭିକେ ନେତା ବିଜୟ ପରେ ଆଉଜଣେ ଷ୍ଟାର ରାଜନୀତି ଗଢିବେ ଧନୁଷ ||   (22-Oct-2026)       ||      1000 କିମି ପାଦରେ ଚାଲି ହାର୍ଦିକ ପାଣ୍ଡ୍ୟା ଙ୍କ ସହ ଭେଟ ହେଲେ ତାଙ୍କର ଜଣେ ଫେନ |   (22-Oct-2026)       ||      U P S C ରେ 16ନଂ ରେଙ୍କରେ କମାଲ କଲେ ଦାରିଙ୍ଗିବାଡ଼ି ଝିଅ ମୋଲାଲିସା ସାହୁ |   (21-Oct-2026)       ||      ଜନ ଆନ୍ଦୋଳନ କାରି ଯୁବ ନେତାଙ୍କ ଗିରଫକୁ ତୀବ୍ର ନିନ୍ଦା |   (21-Oct-2026)       ||      ଖୋର୍ଦ୍ଧା ବଡି ଜୋନ ପକ୍ଷରୁ 22ତମ ରାବଣ ପୋଡି ଉତ୍ସବ ଅନୁଷ୍ଠିତ |   (21-Oct-2026)       ||      ଖୋର୍ଦ୍ଧା ତୋଟା ପଡା ଶିଶୁଆ ହତ୍ୟା କାଣ୍ଡ ର 48ଘଣ୍ଟା ମଧ୍ୟରେ ଫର୍ଦ୍ଦା ଫାଶ କଲା ପୋଲିସ |   (21-Oct-2026)       ||      ଦୁଇ କିମି ରାସ୍ତାରେ 26,ଗୋଟି ହମ୍ପସ ଦୁର୍ଘଟଣା ବଢୁଛି, ପ୍ରତିକାର ଦାବି |   (21-Oct-2026)       ||      ଦଶହରା ରେ ଖମ୍ବ ସ୍ଥାପନ, ତିନି ମାସପରେ ମା ମଙ୍ଗଳା ଙ୍କ ଯାତ୍ରା |   (21-Oct-2026)       ||      ରଣ ଝାଲୀ ରୋଡ଼ ନିକଟରେ ଅଟୋ ଧକ୍କାରେ ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା |   (19-Oct-2026)       ||      ତନ୍ତ୍ର ପୀଠ ଦକ୍ଷିଣ କାଳୀଙ୍କ ସରିଲା ଷୋଡଶ ଉପଚାର ପୂଜା ||   (19-Oct-2026)       ||      ଖଲ୍ଲିକୋଟ ବାଡ଼ ଯାତ୍ରାକୁ ପୁରିଲା 75 ବର୍ଷ, ଧୁମ, ଧାମ ରେ ପାଳନ ହେଉଛି ସାହି ଯାତ୍ରା |   (19-Oct-2026)       ||      ଝରକା ସଂରକ୍ଷିତ ଜଙ୍ଗଲରୁ ଶାଳ କାଠ ବୋଝେଇ ପିକପ ଭେନ ଜବତ, 3ଅଟକ ||   (19-Oct-2026)       ||      ଦୟାନିଧି ପୁର ଶାସନ ରେ ଥିବା କନକ ଦୁର୍ଗା ମହା ଗୌରୀ ବେଶ ରେ ଦର୍ଶନ ଦେଲେ |    (19-Oct-2026)       ||      ମା ତାରା ତାରିଣୀ ଙ୍କ ପୀଠରେ ସରିଲା ଷୋଡଶ ଦିନ ପୂଜା, ଆଜି ମହାକାଳୀ ବେଶରେ ଦର୍ଶନ ଦେବେ ମାଆ |   (19-Oct-2026)       ||      ତାରା ତାରିଣୀ ଙ୍କ ପୀଠରେ ଚାଲିଥିବା ଷୋଡଶ ଦିନାତ୍ମକ ପୂଜା ଶେଷ |    (19-Oct-2026)       ||      ନିଜ ଗାଁ କୁ ଫେରିଲା ମୃତ ଦେହ ଦାଦନ ଖଟିବାକୁ ଯାଇ ଶବ ହୋଈ ଫେରିଲେ |   (18-Oct-2026)       ||      ଖଲ୍ଲିକୋଟ ବ୍ଳକ କଂଗ୍ରେସ ର କର୍ମକର୍ତ୍ତା ଓ ନେତୃତ୍ୱ ମଣ୍ଡଳୀ ଙ୍କ ସମୀକ୍ଷା ବୈଠକ ||   (18-Oct-2026)       ||      କହ୍ନେଇ ପୁର ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହାତ୍ସବ "ସୁରଭି -26`ଅନୁଷ୍ଠିତ |   (18-Oct-2026)       ||     

ଖଲ୍ଲିକୋଟ ଡ଼ି ଆଇ ଇ ଟି ପକ୍ଷରୁ ଅନ୍ତର୍ଜାତୀୟ ମାତୃ ଭାଷା ଦିବସ ପାଳିତ |

21-Feb-2026

ଡି ଆଇ ଇ ଟି ପକ୍ଷରୁ ​ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

      ଓଡିଶା ଜନ ମତ ବ୍ୟୁରୋ, 

​ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଗଞ୍ଜାମ, ଖଲ୍ଲିକୋଟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଆନୁଷ୍ଠାନିକ ରୀତିରେ ପାଳିତ ହୋଇଯାଇଛି । ଏହି ଅବସରରେ "ବହୁଭାଷୀ ଶିକ୍ଷାରେ ଯୁବ ସ୍ୱର" ପ୍ରସଙ୍ଗ ଆଧାରରେ ଏକ ଅର୍ଥପୂର୍ଣ୍ଣ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମାତୃଭାଷାର ମହତ୍ତ୍ୱ,  ବହୁଭାଷା ଶିକ୍ଷାର ପ୍ରାସଙ୍ଗିକତା, ଆଦୃତି, ସ୍ୱତନ୍ତ୍ରତା ଏବଂ ଯୁବକମାନଙ୍କର ଭୂମିକା ଉପରେ ସାରଗର୍ଭକ ଆଲୋଚନା ହୋଇଥିଲା ।
​ଅନୁଷ୍ଠାନର ଅଧ୍ୟକ୍ଷ ତଥା ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ସନ୍ତୋଷ କୁମାର ପରିଡ଼ା ଆୟୋଜିତ ଉତ୍ସବକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ଅଧ୍ୟକ୍ଷ ଡକ୍ଟର ପରିଡା ଉଦବୋଧନରେ ମତବ୍ୟକ୍ତ କରିଥିଲେ ଯେ ମାତୃଭାଷା କେବଳ ଯୋଗାଯୋଗର ମାଧ୍ୟମ ନୁହେଁ, ଏହା ଆମ ଚିନ୍ତା-ଚେତନା, ଭାବ ଆଦାନ ପ୍ରଦାନ, ସଂସ୍କୃତି ଓ ପରିଚୟର ମୂଳାଧାର । ବହୁଭାଷୀ ଶିକ୍ଷା ମାଧ୍ୟମରେ ଯୁବକମାନେ ବିଶ୍ୱମଞ୍ଚରେ ନିଜ ସ୍ଥିତିକୁ ସୁଦୃଢ଼ୀକରଣ କରିପାରିବେ ବୋଲି ସେ ଅଭିହିତ କରିଥିଲେ । ପ୍ରସଙ୍ଗର ଉଦ୍ଦେଶ୍ୟ ବ୍ୟାଖ୍ୟା କରି କହିଥିଲେ ଯେ ଯୁବ ସମାଜ ମଧ୍ୟରେ ମାତୃଭାଷା ପ୍ରତି ଗର୍ବବୋଧ ଓ ଦାୟିତ୍ୱବୋଧ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଲକ୍ଷ୍ୟ ଆଭିମୁଖ୍ୟ । ମୁଖ୍ୟ ଅତିଥି ଭାବରେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ଡ. ଅଜିତ କୁମାର ମୁନି ତାଙ୍କ ଉଦବୋଧନରେ ବହୁଭାଷା ଶିକ୍ଷା ଯୁବକମାନଙ୍କ ବୁଦ୍ଧିମତା, ସୃଜନଶୀଳତା ଓ ସାମାଜିକ ସମନ୍ଵୟକୁ ମଜବୁତ କରେ ବୋଲି କହିଥିଲେ । ସେ କହିଥିଲେ ଯେ ଯୁବ ସ୍ୱରକୁ ଗୁରୁତ୍ୱ ଦେବା ମାନେ ଭବିଷ୍ୟତ ଶିକ୍ଷାକୁ ଦୃଢ଼ୀଭୂତ  କରିବା ।
​ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ନବୀନ କୁମାର ପ୍ରମାଣିକ ଉତ୍ସବର ସଂଯୋଜନା କରିଥିବା ବେଳେ ଅନୁପମା ଦାସ ମଞ୍ଚ ପରିଚାଳନା କରିଥିଲେ । ଉତ୍ସବ ଆରମ୍ଭରୁ ଶିକ୍ଷକ ପ୍ରଶିକ୍ଷକ ମୁକ୍ତି କାନ୍ତ ବେହେରା ଏକ ଭକ୍ତିମୟ ବିଷ୍ଣୁ ବନ୍ଦନା କରିଥିଲେ ଏବଂ ଅନୁଷ୍ଠାନର ଗୁରୁ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଏକ ସୁନ୍ଦର ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଅନୁଷ୍ଠାନ ତରଫରୁ ଦୁଇଦିନ ଧରି ଭାଷଣ ପ୍ରତିଯୋଗିତା ଏବଂ ସୃଜନାତ୍ମକ ଲିଖନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଆଜି ଅତିଥିମାନଙ୍କ ଦ୍ୱାରା କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା ।
​ଏହି ଅବସରରେ ଅନୁଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ଡ. ନିହାରିକା ସମନ୍ତରାୟ, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ପ୍ରଜ୍ଞା ପରିମିତା, ଶିକ୍ଷକ ପ୍ରଶିକ୍ଷିକା ଲିପିଶ୍ରୀ ଦେବୀ, ଜୟନ୍ତୀ ବେହେରା, କଲ୍ୟାଣୀ କୁମାରୀ ଗୌଡ଼, ଶିକ୍ଷକ ପ୍ରଶିକ୍ଷକ ମୁକ୍ତି କାନ୍ତ ବେହେରା, ନବୀନ କୁମାର ପ୍ରମାଣିକ, ସୁକୁମାର ଟୁଡୁ, ଶିକ୍ଷକ ପ୍ରଶିକ୍ଷିକା ଗାୟତ୍ରୀ ସ୍ଵାଇଁ, ଅନୁପମା ଦାସ, ବବିତା ସିଂ ନାୟକ, ସେକ୍ସନ ଅଧିକାରୀ ପ୍ରବେଶ କୁମାର ପଟ୍ଟନାୟକ, କନିଷ୍ଠ କିରାଣୀ ଆଶିଷ ରଞ୍ଜନ ସେଠୀ, କନିଷ୍ଠ ସହାୟିକା ନିରୁ ପ୍ରଧାନ, ଲକ୍ଷ୍ମୀଶଙ୍କର ଗୌଡ଼ ଏବଂ ଅନୁଷ୍ଠାନର ସମସ୍ତ ଗୁରୁ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ଶିକ୍ଷକ ପ୍ରଶିକ୍ଷିକା ଅନୁପମା ଦାସ ।

News Comment

You Might Also Like

BACK TO TOP