Breaking
News
Breaking
News
17-Dec-2025
ବିଧାୟକ ହୋଇ କ୍ରୀଡା ମନ୍ତ୍ରୀ ହେବାକୁ ଇଚ୍ଛାରଖିଛନ୍ତି ଅଲମ୍ପିୟାନ ଦୂତୀ ଚାନ୍ଦ,
ଓଡିଶା ଜନ ମତ ବ୍ୟୁରୋ,
ସରକାର କ୍ରୀଡ଼ାବିତ ମାନଙ୍କ ପାଇଁ ସବୁବେଳେ ସହଯୋଗ ର ହାତ ବଢ଼ାଇ ତାଙ୍କୁ ବହୁ ସୁଯୋଗ ପ୍ରଦାନ କରିଥାନ୍ତି | ଅଲିମ୍ପିଆନ୍ ସ୍ପ୍ରିଟର୍ ଦୂତୀ ଚାନ୍ଦ ପ୍ରତିଦ୍ଵନ୍ଦିତାମୂଳକ ଆଥଲେଟିକ୍ସରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଲୋକସେବା ଓ କ୍ରୀଡ଼ା ବିକାଶ ତାଙ୍କର ଦୀର୍ଘମିଆଦୀ ଲକ୍ଷ୍ୟ ।ଏକ ସାକ୍ଷାତକାରରେ ଦୂତୀ ତାଙ୍କ ଭବିଷ୍ୟତ ଯୋଜନା ବିଷୟରେ କହିଛନ୍ତି । ସମାଜସେବା ଏବଂ କ୍ରୀଡ଼ା ବିକାଶ ପାଇଁ ରାଜନୀତି ଏକ ପ୍ରଭାବଶାଳୀ ମାଧ୍ଯମ ବୋଲି ସେ ବିଶ୍ଵାସ କରନ୍ତି ।ଦୂତୀ କହିଛନ୍ତି, “ ରାଜନୀତି ବିନା ସମାଜସେବା କରାଯାଇପାରିବ ନାହିଁ । ଜନସେବା ପାଇଁ ସମ୍ବଳ ଏବଂ ଜନସାଧାରଣଙ୍କ ସହ ଯୋଡ଼ିହେବା ଆବଶ୍ୟକ ।” ସେ ତାଙ୍କ ପାରିବାରିକ ପୃଷ୍ଠଭୂମି ବିଷୟରେ ମଧ୍ୟ କହିଛନ୍ତି ଯେ ତାଙ୍କ ମା’ ଦୁଇଥର ସରପଂଚ ଥିଲେ ଏବଂ ବିଧାୟକ ହେବାକୁ ଇଚ୍ଛା ରଖୁଥିଲେ । ସେ ମା’ଙ୍କ ସ୍ଵପ୍ନ ପୂରଣ କରିବାକୁ ଚାହାଁନ୍ତି ।ତେବେ, ସେ ସ୍ପଷ୍ଟ କରିଛନ୍ତି ଯେ ସେ ସକ୍ରିୟ ଭାବରେ ପ୍ରତିଦ୍ବନ୍ଦିତା କରୁଥିବା ପର୍ଯ୍ୟନ୍ତ କେବେହେଲେ ଟ୍ରାକ୍ ଛାଡିବେ ନାହିଁ । “ କ୍ରୀଡ଼ା ମୋର ବୃତି ଏବଂ ନିଶା । ମାତ୍ର କ୍ରୀଡ଼ା ଜୀବନ ସବୁଦିନ ପାଇଁ ନୁହେଁ । ଅବସର ପରେ ମୁଁ ରାଜନୀତି ମାଧ୍ୟମରେ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବାକୁ ଚାହୁଁଛି, ” ସେ କହିଛନ୍ତି । ୨୦୦୬ରୁ ୨୦୨୨ ମଧ୍ୟରେ ସେ ଅନେକ ସଫଳତା ହାସଲ କରିଛନ୍ତି, ଯେପରିକି ୱାର୍ଚ୍ଚ ୟୁନିଭରସିଟି ଗେମ୍ସରେ ସ୍ଵର୍ଣ୍ଣ ପଦକ, ଦୁଇଥର ଅଲିମ୍ପିକ୍ସରେ ଭାରତର ପ୍ରତିନିଧୂତ୍ଵ, ନିଜର ଜାତୀୟ ରେକର୍ଡ଼ ଭଙ୍ଗ ଏବଂ ଅର୍ଜୁନ ପୁରସ୍କାର ଲାଭ କରିଛନ୍ତି ।ରାଜନୈତିକ ଦଳ ସହ ଯୋଡ଼ିହେବା ପ୍ରସଙ୍ଗରେ ଦୂତୀ କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ କୌଣସି ଦଳ ସ୍ଥିର କରିନାହାଁନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶ ତାଙ୍କୁ ଅନୁପ୍ରାଣିତ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା
ରେ କ୍ରୀଡ଼ାର ପ୍ରୋତ୍ସାହନରେ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିଛନ୍ତି । ଓଡ଼ିଶାର ବିକାଶ ପାଇଁ ପ୍ରତିବଦ୍ଧ ଥିବା ଦଳରେ ଯୋଗଦେବେ ବୋଲି କହିଛନ୍ତି । ନିର୍ବାଚନ ଲଢ଼ିବା ବିଷୟରେ ପଚରାଯିବାରୁ ସେ କହିଛନ୍ତି ଯେ ବର୍ତମାନ କୌଣସି ନିର୍ଦ୍ଦିଷ୍ଟ ନିର୍ବାଚନମଣ୍ଡଳୀର ନାମ ଦେବା ଶୀଘ୍ର ହେବ । କିନ୍ତୁ ନିଜ ଜିଲା ଯାଜପୁରର ବରୀ ବିଧାନସଭା ନିର୍ବାଚନମଣ୍ଡଳୀ ଉପରେ ସେ ଧ୍ୟାନ ଦେବାକୁ ଇସାରା ଦେଇଛନ୍ତି || ତେବେ ରାଜ୍ୟ ସରକାର ଦୂତୀ ଚାନ୍ଦ ଙ୍କ ଏହି ଇଚ୍ଛା କୁ କେବେ ପୂର୍ଣ୍ଣ କରୁଛନ୍ତି ତାହା ସମୟ ସ୍ଥିର କରିବ |
BACK TO TOP