Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ଭଞ୍ଜ କଳା ମଣ୍ଡପ ରେ ଭଞ୍ଜ ମାଟିର କଳାକାର ଙ୍କୁ ଅଣଦେଖା, ଅଭିଯୋଗ ଆଣିଲେ ଦାସକାଠିଆ କଳାକାର ସଙ୍ଘ |

28-Nov-2025

*ଭଞ୍ଜ କଳାମଣ୍ଡପ ରେ ଭଞ୍ଜ ମାଟିର କଳାକାରଙ୍କୁ ଅଣଦେଖା* ଅଭିଯୋଗ ଆଣିଲେ ଦାଶକାଠିଆ କଳାକାର ସଙ୍ଘ

ବେଗୁନିଆପଡା -ଦାସକାଠିଆ ଓଡ଼ିଶାର ଅନ୍ୟତମ ମୌଳିକ ଲୋକକଳା। ଏହାର ପ୍ରାଚୀନତା ଏବଂ ମୌଳିକତା ଅନ୍ୟ କୌଣସି ଲୋକକଳା ରେ ଦେଖାଯାଏ ନାହିଁ। ବର୍ତ୍ତମାନର ଆଧୁନିକ ତଥା ବୈଷୟିକ ଯୁଗରେ ଏହାହିଁ ଏକମାତ୍ର ଶୃଙ୍ଖଳିତ ଓ ଶାନ୍ତ ଲୋକକଳା। ପାଲା ଭଳି ଗାୟକ ଗାୟକ ମଧ୍ୟରେ ଅସଭ୍ୟ ଗାଳିଗୁଲଜ, କଟାକ୍ଷ, ଅଶାଳୀନ ପୁରାଣ ତର୍ଜମା ଏବଂ ବାଦ ବିବାଦ ଏଥିରେ କୁତ୍ରାପି  ଦେଖାଯାଏ ନାହିଁ। ପାଲା ଭଳି ଅସାସ୍ତ୍ରୀୟ ପୁରାଣ ବର୍ଣ୍ଣନା, ଏଥିରେ ନାହିଁ। ବରଂ କାବ୍ୟର ଷଢରସ, ଏବଂ ନାଟକର ନବରସ କୁ ଦାସକାଠିଆ କଳାକାର ମାନେ ବିଭିନ୍ନ ଭଙ୍ଗୀରେ ପରିବେଷଣ କରି ଏହାର ସାସ୍ତ୍ରୀୟ ଗରିମା ଏ ପର୍ଯ୍ୟନ୍ତ ବଜାୟ ରଖିଛନ୍ତି। ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା କବଚ ଦାସକାଠିଆ, କହିଲେ ଅତ୍ୟୁକ୍ତି ହେବନାହିଁ। ସମୟ ସହ ତାଳ ଦେଇ ନପାରି ଓଡ଼ିଶା ତଥା ଦକ୍ଷିଣ ଓଡ଼ିଶାର ଅନେକ ଲୋକକଳା ବିଲୁପ୍ତ ହୋଇଗଲାଣି, ପ୍ରାୟ ଲୋକକଳା ନିଜସ୍ଵ ମୌଳିକତା ହରାଇଥିଲେ ହେଁ, ଦାସକାଠିଆ ବିଲୁପ୍ତି ସ୍ରୋତରେ ପଡ଼ି ମଧ୍ୟ ତା`ର ମୌଳିକତା ଅକ୍ଷୁର୍ଣ୍ଣ ରଖିଛି। 
କିନ୍ତୁ ଦୁଃଖର ବିଷୟ ଯେ ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି ପ୍ରାଚୀନ ଲୋକକଳା ଆଜି ବିସ୍ମୃତି ଗର୍ଭକୁ ଚାଲିଯିବାକୁ ବସିଲାଣି। ସରକାରୀ ଅଧିକାରୀଙ୍କ  ବୈମାତୃକ ମନୋଭାବ ପୋଷଣ ଓ  *ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ* ଦ୍ବାରା ଆୟୋଜିତ ଦୁଇ ଦିନିଆ *ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ଉତ୍ସବ-୨୦୨୪ ଓ ୨୦୨୫* ରେ ଦାସକାଠିଆ କଳାକାରଙ୍କୁ ଉଚିତ୍ ସମ୍ମାନ ନଦେବା ବାସ୍ତବରେ ଓଡ଼ିଶାର ଅଗଣିତ ଦାସକାଠିଆ ପ୍ରେମୀ, ବୁଦ୍ଧିଜୀବୀ ତଥା ସମସ୍ତ ଦାସକାଠିଆ କଳାକାରଙ୍କୁ ବ୍ୟଥିତ କରିଛି........
ଏହାର ପ୍ରତିବାଦ ସ୍ବରୂପ *ନିଖିଳ ଉତ୍କଳ ଦାସକାଠିଆ କଳାକାର ସଂଘ* ର ସାଧାରଣ ସମ୍ପାଦକ ଗାୟକ  ଦୁର୍ଗା ପ୍ରସାଦ ଦାଶ ଗଭୀର କ୍ଷୋଭ ପ୍ରକାଶ କହିଛନ୍ତି ଯେ ଭଞ୍ଜ କଳାମଣ୍ଡପ ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ଉତ୍ସବ ଓଡିଶା ସଙ୍ଗୀତ ଏକାଡେମୀ ଦ୍ୱାରା ଆୟୋଜିତ ମଞ୍ଚ ତରଫରୁ ୧୦ ଦଳ ପାଲା କଳାକାରଙ୍କ ସହ ମାତ୍ର ୨ ଦଳ ଦାସକାଠିଆ କଳାକାରଙ୍କୁ ପରିବେଷଣ ର ସୁଯୋଗ  ଓ ୧୨ ଜଣ ପାଲା କଳାକାରଙ୍କୁ ସମ୍ବର୍ଦ୍ଧନା ସ୍ଥଳେ ମାତ୍ର ୨ ଜଣ ଦାସକାଠିଆ କଳାକାରଙ୍କୁ ସମ୍ବର୍ଦ୍ଧନା ଅତ୍ୟନ୍ତ ନିନ୍ଦନୀୟ। ଦାସକାଠିଆ କଳାକାରଙ୍କୁ ଉଚିତ୍ ସମ୍ମାନ ପ୍ରଦାନ ଆମର ମୌଳିକ ଦାବି ଏହା ସରକାରଙ୍କ ସମ୍ମୁଖରେ ଉପସ୍ଥାପନ କରୁଛୁ, ଏବଂ ଏଥିରେ ସଂସ୍କୃତି ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି  ଏହାର ତୁରନ୍ତ ସମାଧାନ କରନ୍ତୁ,  ଏହାହିଁ ଅନୁରୋଧ, ନଚେତ୍ ପ୍ରତିବାଦର ସ୍ବର ତୀବ୍ର ହେବ ବୋଲି ଦାଶକାଠିଆ ଗାୟକ  ଦୁର୍ଗା ପ୍ରସାଦ ଦାଶ ମତବ୍ୟକ୍ତ କରିଛନ୍ତି।

News Comment

You Might Also Like

BACK TO TOP