Breaking
News
Breaking
News
24-Dec-2024
ପୁଷ୍ପା 2 କୁ ଦେଖି ବାକୁ ଯାଇ ଦଳା ଚକଟା ରେ ମୃତ୍ୟୁ ବରଣ କରିଥିବା ମହିଳାଙ୍କୁ ୫୦ ଲକ୍ଷ ଟଙ୍କା ଦେଲେ ପୁଷ୍ପା–୨ ନିର୍ମାତା,
( ଏହି ଘଟଣା ପାଇଁ ଅଲୁ ଅର୍ଜୁନ ଦାୟୀ ନୁହନ୍ତି କହିଲେ ମୃତକଙ୍କ ସ୍ଵାମୀ |
ଓଡିଶା ଜନମତ ବ୍ୟୁରୋ,
ହାଇଦ୍ରାବାଦ, 24/12 : ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ରେ ଦଳାଚକଟାରେ ଜଣେ ମହିଳା ପ୍ରାଣ ହରାଇବା ଘଟଣା ଏବେ ସାରା ଦେଶରେ ଆଲୋଚନାର ପ୍ରମୁଖ ପ୍ରସଙ୍ଗ ପାଲଟିଛି। ପୁଷ୍ପା-୨ ଚଳଚ୍ଚିତ୍ର ନିର୍ମାତା କମ୍ପାନୀ ଆଜି ପୀଡ଼ିତ ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା ରାଶି ଦେଇଛନ୍ତି । ସେପଟେ ଏହି ଘଟଣା ପାଇଁ ଅଭିନେତା ଅଲୁ ଅର୍ଜୁନ ଦାୟୀ ନୁହନ୍ତି ବୋଲି କହିଛନ୍ତି ମୃତକଙ୍କ ସ୍ୱାମୀ। ଏପରିକି ଥାନାରେ କରିଥିବା ଅଭିଯୋଗ ମଧ୍ୟ ଉଠାଇନେବାକୁ ପ୍ରସ୍ତୁତ ଥିବା ସେ କହିଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ମୃତ ମହିଳାଙ୍କ ସ୍ଵାମୀ ଭାସ୍କର କହିଛନ୍ତି ଯେ ଏହି ଦୁର୍ଘଟଣା ପାଇଁ ଆମେ କାହାକୁ ଦୋଷ ଦେଉନାହୁଁ । ଆମ ଭାଗ୍ୟ ଖରାପ ଥିବାରୁ ଏଭଳି ଘଟଣା ଆମ ସହ ଘଟିଲା । ଅଲୁ ଅର୍ଜୁନଙ୍କ ଗିରଫ ପାଇଁ ଆମକୁ ଦାୟୀ କରାଯାଉଛି । କିନ୍ତୁ ତାଙ୍କ ବିରୋଧରେ ଲଢ଼ିବା ପାଇଁ ଆମର ଶକ୍ତିନାହିଁ। ଦୁର୍ଘଟଣା ପରଦିନଠାରୁ ଆମକୁ ଅଭିନେତା ସହଯୋଗ କରୁଛନ୍ତି। ତେବେ ତାଙ୍କ ପୁଅ ଶ୍ରୀ ତେଜ ଅଲୁ ଅର୍ଜୁନଙ୍କର ଜଣେ ବହୁତ ବଡ଼ ପ୍ରଶଂସକ ହୋଇଥିବାରୁ ପୁଅର ଇଛାରେ ସେ ପରିବାରକୁ ନେଇ ସେଠାକୁ ଯାଇଥିଲେ ବୋଲି କହିଛନ୍ତି ମୃତମହିଳାଙ୍କ ସ୍ଵାମୀ | ଘଟଣାକୁ ୨୦ ଦିନ ପୂରିଥିବା ବେଳେ ତାଙ୍କର ୮ ବର୍ଷର ପୁଅଏବେ ମଧ୍ଯ କୋମାରେ ଅଛି । ବେଳେବେଳେ ଆଖୁ ଖୋଲୁ ଥିଲେ ମଧ୍ୟ ସେ କିଛିଜାଣିପାରୁ ନଥିବା ଭାସ୍କର କହିଛନ୍ତି। ପୁଅ ଠିକ ହେବାକୁ ଆଉ କେତେ ଦିନ ଲାଗିବ କିଛି ଜଣାନାହିଁ ବୋଲି କୋହଭରା କଣ୍ଠରେ ସେ କହିଛନ୍ତି।
ପ୍ରକାଶ ଯୋଗ୍ୟ, ପୁଷ୍ପା -୨ ଚଳଚ୍ଚିତ୍ର ନିର୍ମାତା କମ୍ପାନୀ ଆଜି ହାଇଦ୍ରାବାଦ କିମ୍ଭହସ୍ପିଟାଲରେ ପହଞ୍ଚି ମୃତ ମହିଳାଙ୍କ ସ୍ଵାମୀ ଭାସ୍କରଙ୍କୁ 50ଲକ୍ଷ ଟଙ୍କାର ସହାୟତା ମୂଳକ ଚେକ ପ୍ରଦାନ କରି ଛନ୍ତି। ଏହା ପୂର୍ବରୁ ନିଜେ ଅଲୁ ଅର୍ଜୁନ ମୃତକଙ୍କ ପରି ବାରକୁ ୨୫ ଲକ୍ଷଟଙ୍କାଅନୁକମ୍ପାମୂଳକ ରାଶି ଦେଇଥିଲେ। ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁକୁମାର ଓ ତାଙ୍କ ପତ୍ନୀ ତବିତା ଭାସ୍କରଙ୍କୁ ଭେଟି ୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଥିଲେ। ଡିସେମ୍ବର ୪ ତାରିଖରେ ପୁଷ୍ପା-୨ ପ୍ରିମିୟର ଶୋ ସମୟରେହାଇଦ୍ରାବାଦ ର ସନ୍ଧ୍ୟା ଏଟରରେ ଘଟିଥିଲା ଏହି ଦଳାଚକଟା ଘଟଣା। ଥିଏଟରକୁ ଅଲୁ ଅର୍ଜୁନ ଆସିବେ ବୋଲି ପୂର୍ବରୁ କୌଣସି ସୂଚନା ଦିଆଯାଇ ନଥିଲା ବୋଲି ପୁଲିସ ଅଭି ଯୋଗ କରିବା ପରେ ଏହି ଘଟଣା ପାଇଁ ଅନେକ ଅଭି ନେତା ଙ୍କୁ ଦାୟୀ କରୁଛନ୍ତି । ଘଟଣାରେ ଅଲୁଙ୍କୁହାଇଦ୍ରା ବାଦ ପୁଲିସ ଗିରଫ କରିଥିବା ବେଳେ ସେ ୪ ସପ୍ତାହ ପାଇଁ ବେଲ ପାଇ ବାହାରକୁ ଆସିଛନ୍ତି। ତେଣୁ ତାଙ୍କର ଏହି ଘଟଣା ରେ କିଛି ଭୁଲ ନାହିଁ ମୃତକ ଙ୍କ ସ୍ୱାମୀ କହିଛନ୍ତି |
BACK TO TOP