Breaking
News
Breaking
News
24-Dec-2024
ଛେଳି ଚାଷଦ୍ୱାରା ରୋଜଗାରର ମାଧ୍ୟମ ସାଜିଛି ଆଦିବାସୀ ମହିଳାଙ୍କ ,
ଓଡିଶା ଜନମତ ବ୍ୟୁରୋ ,
ଆର,ଉଦୟଗିରି: ଗଜପତି ଜିଲ୍ଲାର ଆଦିବାସୀ ମହିଳା ମାନେ କୌଣସି ରୋଜଗାର ନପାଇ ସାଧାରଣତଃ ଅନେ କାଂଶ ଜଙ୍ଗଲକୁ ଯାଇ ପୋଡୁ ଚାଷ କରିଥାନ୍ତି,ତ ଆଉ କେହି କେହି ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇ ଥାନ୍ତି, କିନ୍ତୁ ରାଜ୍ୟ ସରକାର ବିଭିନ୍ନସମୟ ରେ ଆଦିବାସୀ ମହିଳାମାନଙ୍କୁ ଲଘୁ ଉଦ୍ୟୋଗ କରାଇବା ପାଇଁ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମାଧ୍ୟମରେ ବିଭିନ୍ନ ପ୍ରକାରର ଚାଷରେ ଆଦିବାସୀ ମହିଳାଙ୍କୁ ଅନ୍ତର୍ଭୁକ୍ତ କରାଇ ଥାନ୍ତି , କିନ୍ତୁ ଗଜପତି ଜିଲ୍ଲା ମୋହନା ବ୍ଲକଲବାରସିଂ ପଞ୍ଚାୟତ ଲମ୍ପଦାଗାଁର ମାଁ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠି ସରକାରଙ୍କ ଠାରୁ ପ୍ରୋତ୍ସାହନ ପାଇ ଛେଳିଚାଷ କରି ପ୍ରବଳ ଅର୍ଥ ଉପାର୍ଜନ କରି ଆଜି ସ୍ୱାବଲମ୍ବୀ ହେଇ ପାରିଛନ୍ତି, 2022-2023 ଆର୍ଥିକ ବର୍ଷ 230000 ଅଟକଳ ବ୍ୟୟରେ ମହିଳା ମାନେ ଛେଳିଚାଷ ଆରମ୍ଭ କରିଥିଲେ, କିନ୍ତୁ ସରକାର ତାଙ୍କୁ 50ପ୍ରତିଶତ ଅର୍ଥାତ 125000 ଟଙ୍କା ରିହାତି ମିଳିଛି , କିନ୍ତୁ ଚାଷ କରିବାର 2 ବର୍ଷ ମଧ୍ୟରେ 5 ଲକ୍ଷରୁ ଉର୍ଦ୍ଧ ଟଙ୍କା ଲାଭ ହୋଇଥିବା ମହିଳାମାନେ କହିଛନ୍ତି, ଏହି ଚାଷ ଏକ ଲାଭ ଦାୟକ ଚାଷ ହୋଇ ଥିବା ରୁ ଆଦିବାସୀ ମହିଳା ଙ୍କର ସାମାଜିକ ଅର୍ଥ ନୈତିକ ଅଭିବୃଦ୍ଧି ଘଟିଛି, ଚାଷରେ ସଫଳତାର ସହ ଆଗକୁ ବଢିଥିବାରୁ ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ 5000 ଟଙ୍କା ପୁର ସ୍କାର ରାଶି ଦିଆଯାଇଥିଲା ।
BACK TO TOP