Breaking
News
Breaking
News
18-Sep-2026
ବଜ୍ରାଘାତରେ ବୃଦ୍ଧ ମୃତ୍ୟୁ, ଖଳାରେ କାମ କଲାବେଳେ ବଜ୍ରାଘାତର ହୋଇଥିଲେ ଶିକାର |
ଓଡିଶା ଜନ ମତ, ପୁରୁଷୋତ୍ତମପୁର, ଶୁଭଙ୍କର ଦାଶ :----
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମହାଛାଇ ଗ୍ରାମରେ ବଜ୍ରପାତ ନେଲା ଜଣଙ୍କ ଜୀବନ l ମୃତକ ସେହି ଗ୍ରାମର ନିତ୍ୟାନନ୍ଦ ଗୌଡ଼ ହୋଇଥିବା ଜଣାପଡିଛି । ନିତ୍ୟାନନ୍ଦ ନିଜ ମଇଁଷି ଙ୍କ ପାଇଁ ଗ୍ରାମ ପାଖ ଖଳା ପାଳଗଦାରୁ ପାଳ ନେବାବେଳେ ବଜ୍ରାଘାତ ର ଶିକାର ହୋଇ ଟଳି ପଡ଼ିଥିଲେ l ସ୍ଥାନୀୟ ଲୋକେ ନିତ୍ୟାନନ୍ଦ ଙ୍କୁ ଆଚେତ ଅବସ୍ଥାରେ ବଡ଼ିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେବା ସହ ତାଙ୍କୁ ଉଧାରକରି ଚିକିତ୍ସା ନିମନ୍ତେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରିଥିଲେ l ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ଖବର ପାଇ ପୋଲିସ ମେଡିକାଲ ରେ ପହଞ୍ଚି ତଦନ୍ତ ଚଳାଇଛି l
BACK TO TOP