Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ପ୍ରଧାନ ଶିକ୍ଷକ କାମରାଜଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା |

03-Aug-2026

ପ୍ରଧାନ ଶିକ୍ଷକ କାମରାଜଙ୍କୁ  ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା।

ଓଡ଼ିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ଡା,

  ତା. ୩/୮/୨୦୨୬: - ପୋଲସରା  ବ୍ଲକ, କଳମ୍ବ ଗ୍ରାମ ପଞ୍ଚାୟତ ରୁଖାକଣା ଗ୍ରାମ କ୍ଷେତ୍ରବାସୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କାମରାଜ ସାହୁଙ୍କୁ ଛାତ୍ର ସ°ସଦ ଏବଂ  ଗ୍ରାମବାସୀଙ୍କ ତରଫରୁ  ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ପବିତ୍ର ବିଶ୍ୱ  ବନ୍ଧୁ ଦିବସରେ  ଅନୁଷ୍ଠିତ  କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଠ ଶିକ୍ଷାବିତ୍ କାମ୍ଫ ବାଢ଼େଇ , ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ କୁମୁଦ ଚନ୍ଦ୍ର ଦଳେଇ ଏବଂ ପୋଲସରା  ପ୍ରାଥମିକ ଶିକ୍ଷକ ସଂଘ  ସମ୍ପାଦକ ଅମିତାଭ ମିଶ୍ର, ସଂଯୋଜକ କୁଳମଣି ସାହୁ, କଳମ୍ବ  ସିଆରସିସି  ଅଜିତ କୁମାର ମହାପାତ୍ର, ମା` ସି°ହାସନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାନ ବରଗାଁ ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ପାଢ଼ୀ, ବୁଢେଇଶୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିଳାଦ୍ରୀ ବିହାରୀ ମହାପାତ୍ର,ଏସ ଏମ୍ ସି ସଭାପତି ର°ଜିତ କୁମାର ପ୍ରଧାନ, ଅନୁଷ୍ଠାନର ପ୍ରାକ୍ତନ ଛାତ୍ର ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଭାରତୀୟ  ସେନା ସେବାନିବୃତ୍ତ ସ୍ଥଳବାହିନୀ  ଅଧିକାରୀ ଚିତ୍ରସେନ ବେହେରା, ଅଧ୍ୟାପକ ମନୋଜ କୁମାର ସାହୁ,ଶିକ୍ଷାବିତ୍ ଗତିକର ସାହୁ, ପରଶୁରାମ  ପ୍ରଧାନ, ବୃନ୍ଦାବନ ପ୍ରଧାନ, ତ୍ରିନାଥ ପ୍ରଧାନ, ରୁଖାକଣା ଗ୍ରାମ୍ୟ ପରିଚାଳନା କମିଟି ସଭାପତି  କୈଳାଶ ଚନ୍ଦ୍ର ପ୍ରଧାନଙ୍କ ସମେତ  ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବୃନ୍ଦ ସମ୍ମାନିତ ଅତିଥିଭାବେ  ଯୋଗଦେଇ ଦୀର୍ଘ ୩୩ ବର୍ଷକାଳ ପର୍ଯ୍ୟନ୍ତ ଏବଂ ପରବର୍ତ୍ତୀ ପ୍ରଧାନ  ଶିକ୍ଷକ ଭାବେ  ଦାୟିତ୍ବଗ୍ରହଣ କରି ଅତି ଦକ୍ଷତା ଓ ସୂଚାରୁରୂପେ ବିଦ୍ୟାଳୟର ସର୍ବାଙ୍ଗିନ ଉନ୍ନତି ଏବଂ ବିକାଶରେ ନିଜକୁ ସମର୍ପଣ କରି ସରକାରଙ୍କ ନିର୍ଦ୍ଧେଶ  ଓ ନିୟମ ପ୍ରକାରେ ଗତ ଜୁଲାଇ ମାସ ୩୧ ତାରିଖ ଦିନ  ସେବାନିବୃତ୍ତ କାମରାଜ ସାରଙ୍କୁ ଜଣେ  କର୍ତ୍ତବ୍ୟନିଷ୍ଠ, ଛାତ୍ରବତ୍ସଳ, କର୍ମକୁଶଳୀ ଓ ଦାୟିତ୍ୱବାନ ଆଦର୍ଶ  ଗୁରୁଭାବେ ଭୂୟସୀ ପ୍ରଶଂସା କରିବା ସହିତ ତାଙ୍କର ଅବସର ପରବର୍ତ୍ତୀ ବାକି ଜୀବନ ସୁଖ, ଶାନ୍ତି ଓ ନିରାମୟରେ  ଅତିବାହିତ ହେବା ସକାଶେ ପ୍ରଭୁଙ୍କ ନକଟରେ ପ୍ରାର୍ଥନା କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ,  ଅଭିଭାବକ ମଣ୍ଡଳୀ, ଛାତ୍ର ସ°ସଦ, ପୁରାତନ ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀଙ୍କ  ପକ୍ଷରୁ ପ୍ରଶ°ସା ପତ୍ର ସହିତ ପୁଷ୍ପ ମାଲ୍ୟାର୍ପଣ , ପୁଷ୍ପଗୁଚ୍ଛ ପୁରସ୍କାର ପ୍ରଦାନ ପୂର୍ବକ  କାମରାଜ ସାରଙ୍କୁ ଉଚ୍ଛର୍ଷିତ ଭାବବିହ୍ବଳ  ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ସମ୍ବର୍ଦ୍ଧିତ ପ୍ରଧାନଶିକ୍ଷକ ନିଜର ଭାବବିହ୍ବଳ ବାଷ୍ପରୁଦ୍ଧ କଣ୍ଠରେ ତାଙ୍କର କର୍ମମୟ ଜୀବନ ମଧ୍ୟରେ ସମସ୍ତଙ୍କ ଠାରୁ ମିଳିଥିବା ସ୍ନେହ, ଶ୍ରଦ୍ଧା ଏବଂ ଅକୁଣ୍ଠ ସହଯୋଗ ସକାଶେ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇବା ସହିତ ଛାତ୍ରଛାତ୍ରୀମାନଙ୍କୁ ଭଲ ପାଠ ପଢି ଭଲ ଚରିତ୍ରବାନ୍ ନାଗରିକ ହେବାକୁ ପରାମର୍ଶ ଏବଂ ଅନୁଷ୍ଠାନର ଶିକ୍ଷାର ବିକାଶ ଏବଂ ଉନ୍ନତି ସକାଶେ ଅଭିଭାବକ ମଣ୍ଡଳୀ ଏବଂ ଗ୍ରାମବାସୀମାନେ ନିସ୍ଵାର୍ଥଭାବେ‌ ଆଗେଇ ଆସି ସହଯୋଗ କରିବାକୁ ଅନୁରୋଧ କରିଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ରବି ନାରାୟଣ ସ୍ୱାଇଁଙ୍କ ସଭାପତିତ୍ବ ଏବଂ ଛାତ୍ର ସ°ସଦ  ସଦସ୍ୟ ଶୁଭେନ୍ଦୁ କୁମାର ସାହୁ ଓ ପ୍ରହଲ୍ଲାଦ ବେହେରା  ଉଭୟଙ୍କ ମଞ୍ଚ ପରିଚାଳନାରେ ଅତି ସୁନ୍ଦର ଓ ବଳିଷ୍ଠ ଭାବେ ସୁଚାରୁରୂପେ  ସମ୍ପାଦିତ  ହୋଇଥିଲା। ପ୍ରାରମ୍ଭରେ ସେବାନିବୃତ୍ତ   ପ୍ରଧାନ ଶିକ୍ଷକ ଏବଂ ତାଙ୍କ ସହଧର୍ମିଣୀ ଉଭୟଙ୍କୁ ଆସ୍କା ବିଜ୍ଞାନ କଲେଜ ଏନସିସି ଛାତ୍ରଛାତ୍ରୀମାନଙ୍କ ଦ୍ୱୟତ ଗାଡ ଅଫ ଅନର ଦିଆଯାଇ ମଞ୍ଚକୁ ପାଛୋଟି ଅଣାଯିବା ସହ ଅନ୍ୟ ମଞ୍ଚାସିନ ଅତିଥିମାନଙ୍କୁ ପାରମ୍ପରିକ ସ୍ୱାଗତ ବନ୍ଦନା ପୂର୍ବକ କରାଯିବା ପରେ ଏନସିସି ଶିକ୍ଷକ କଲ୍ୟାଣ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ। ପରେ ମୁଖ୍ୟ ଅତିଥି ଅନ୍ୟ ଅତିଥିଙ୍କ ସହଯୋଗରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଶୁଭ ଉଦଘାଟନ କରିଥିଲେ। ଛାତ୍ରୀମାନେ ସ୍ଵାଗତ ଏବଂ ବିଦାୟ ସଂଗୀତ ଗାନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶେଷରେ ଛାତ୍ର ସ°ସଦ ପକ୍ଷରୁ ପ୍ରେରଣା ଏବଂ ମାର୍ଗଦର୍ଶନ ପୂର୍ଣ୍ଣ ଉକ୍ତ ବିଦାୟକାଳୀନ କାର୍ଯ୍ୟକ୍ରମରେ ଯୋଗଦେଇ ସଫଳତାରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ୍ ଏବଂ କୃତଜ୍ଞତା ଜ୍ଞାପନ କରାଯାଇଥଲା।

News Comment

You Might Also Like

BACK TO TOP