Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ମତ୍ସ୍ୟ ମହାବିଦ୍ୟାଳୟ ଦ୍ଵାରା ଆୟୋଜିତ ଆକ୍ୱାପେନର କନ କ୍ଳେଭ 2026 ଉଦଯାପିତ |

20-Jul-2026

 ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ଆକ୍ୱାପ୍ରେନର୍ କନକ୍ଲେଭ୍ ୨୦୨୬ ଉଦଯାପିତ !
ଛତ୍ରପୁର, ତା.୧୯ / ୭ 

କେ.ସତ୍ୟନାରାୟଣ ରେଡ୍ଡୀ :------
ରଙ୍ଗେଈଲୁଣ୍ଡା ଠାରେ ଅବସ୍ଥିତ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ଓ ଜାତୀୟ ମତ୍ସ୍ୟ ଉନ୍ନୟନ ପରିଷଦ ଦ୍ୱାରା ଆୟୋଜିତ ଆକ୍ୱାପ୍ରେନର୍ କନକ୍ଲେଭ୍ ୨୦୨୬ ଉଦଯାପିତ ହୋଇଯାଇଛି ।  ଏଠାରେ ସୂଚନା ଯୋଗ୍ୟ ଯେ` ଜୁଲାଇ  ୧୮ ତାରିଖରେ ଆରମ୍ଭ ହୋଇଥିବା ଏହି ବିଶାଳ ଜାତୀୟ ସ୍ତରର ସମ୍ମିଳନୀ କୁ ମାନ୍ୟବର ମାନ୍ୟବର ମନ୍ତ୍ରୀ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ଜୁଲାଇ ୧୯ ତାରିଖରେ ଏହି ଜାତୀୟସ୍ତରୀୟ ସମ୍ମିଳନୀ ଅବା କାର୍ମଶାଳା ବିଦ୍ଧିବଦ୍ଧ ଭାବେ ଉଦଯାପିତ ହୋଇଯାଇଛି । ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟର ଡିନ୍ ତଥା କନକ୍ଳେଭ ର ସଂଯୋଜକ ପ୍ରଫେସର ନିତ୍ୟାନନ୍ଦ ଦାସ ଙ୍କ ତତ୍ୱାବଧାନରେ  କନକ୍ଲେଭ୍ ୨୦୨୬ ଅତି ସୁନ୍ଦର ଭାବରେ ସମାପନ ହୋଇଛି । ଦେଶର ଅଧିକାଂଶ ରାଜ୍ୟରୁ ଶହ ଶହ ଛାତ୍ରଛାତ୍ରୀ, ମତ୍ସ୍ୟବିଜ୍ଞାନୀ, ଶିକ୍ଷାବିତ, ମତ୍ସ୍ୟ-ଉଦ୍ୟୋଗୀ, ପ୍ରଶାସକ ଓ ବୁଦ୍ଧିଜୀବୀ ଯୋଗଦେଇ ମତ୍ସ୍ୟପ୍ରକ୍ରିୟାକରଣ ଏବଂ ନୂତନ ଷ୍ଟାର୍ଟଅପ୍ ତଥା ମତ୍ସ୍ୟ ଉଦ୍ୟୋଗୀ ସୃଷ୍ଟି ଉପରେ ବ୍ୟାପକ ଆଲୋକପାତ କରିଥିଲେ । ଦେଶର ବିଭିନ୍ନ ରାଜ୍ୟରେ ଥିବା ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟରୁ ଆସିଥିବା ଶତାଧିକ ଛାତ୍ରଛାତ୍ରୀ ଅଭିନବ ଜ୍ଞାନକୌଶଳ ରେ ପ୍ରସ୍ତୁତ କରିଥିବା ମାଛର ମୂଲ୍ୟଯୁକ୍ତ ଦ୍ରବ୍ୟ ଗୁଡିକୁ ବିଶେଷଜ୍ଞ ଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ଯାହାକି ନୂଆ ନୂଆ ମତ୍ସ୍ୟ ଉଦ୍ୟୋଗୀ ତଥା ମତ୍ସ୍ୟ ପ୍ରକ୍ରିୟାକରଣ ଓ ନୂତନ ଷ୍ଟାର୍ଟଅପ୍ ସୃଷ୍ଟି କରିବାରେ ସହାୟକ ହୋଇପାରିବ ।  ଉଦଯାପନୀ ଉତ୍ସବ ରେ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ର ଡିନ୍ ତଥା କନକ୍ଳେଭ ର ସଂଯୋଜକ ପ୍ରଫେସର ନିତ୍ୟାନନ୍ଦ ଦାସ ଅତିଥିମାନଙ୍କ ପରିଚୟ ଓ ସ୍ୱାଗତ ସମ୍ଭାଷଣ କରିବା ସହିତ ମାଛ ରେ ମୂଲ୍ୟଯୁକ୍ତ ଦ୍ରବ୍ୟର ଗୁରୁତ୍ୱ ଉପରେ ବିଶେଷ ଆଲୋକପାତ କରିଥିଲେ । ଏହି ସମ୍ମିଳନୀରେ ସହଭାଗିତା କରିଥିବା ଜାତୀୟ ମତ୍ସ୍ୟ ଉନ୍ନୟନ ପରିଷଦ କୁ ଡିନ୍ ପ୍ରଶଂସା କରିବା ସହିତ ଦେଶର କୋଣ ଅନୁକୋଣରୁ ଆସିଥିବା ଛାତ୍ରଛାତ୍ରୀ, ମତ୍ସ୍ୟବିଜ୍ଞାନୀ, ଶିକ୍ଷାବିତ, ମତ୍ସ୍ୟଉଦ୍ୟୋଗୀ, ପ୍ରଶାସକ ଓ ବୁଦ୍ଧିଜୀବୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।ଉଦଯାପନୀ ଉତ୍ସବରେ ସଭାପତିତ୍ୱ ଭାବେ ଓଡ଼ିଶା କୃଷି ଓବୈଷୟିକବିଶ୍ୱବିଦ୍ୟାଳୟ ର  ମାନ୍ୟବର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଯୋଗ ଦେଇ କହିଥିଲେ ଏହି ଦୁଇ ଦିନିଆ ଆକ୍ୱାପ୍ରେନର୍ କନକ୍ଲେଭ୍ ରେ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ଥିବା ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟରୁ ଆସିଥିବା ଶତାଧିକ ଛାତ୍ରଛାତ୍ରୀ ଅଭିନବ ଜ୍ଞାନ କୌଶଳ ନୂଆ ନୂଆ ମତ୍ସ୍ୟ ଉଦ୍ୟୋଗୀ ତଥା ମତ୍ସ୍ୟପ୍ରକ୍ରିୟାକରଣ ଓ ନୂତନ ଷ୍ଟାର୍ଟଅପ୍ ସୃଷ୍ଟି କରିବାରେ ପ୍ରେରଣା ଯୋଗାଇଛି । ମାଛର ଉପାଦେୟତା ଓ ଗୁରୁତ୍ୱ ଦିନକୁ ଦିନ ବୃଦ୍ଧି ପାଉଥିବାରୁ, ଅଧିକରୁ ଅଧିକ ମତ୍ସ୍ୟ ଉଦ୍ୟୋଗୀ ସୃଷ୍ଟି ଉପରେ ପରାମର୍ଶ ଦେଇଥିଲେ ।   ସମ୍ମାନୀତ ଅତିଥି ଭାବରେ କେନ୍ଦ୍ରୀୟ ମଧୁରଜଳ ଗବେଷଣା ପ୍ରତିଷ୍ଠାନ (ସିଫା) ର ନିର୍ଦେଶକ ଡ଼ଃ. ପ୍ରମୋଦ କୁମାର ସାହୁ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ଶିତ ଅଭିନବ ଜ୍ଞାନ କୌଶଳ ମତ୍ସ୍ୟ ଉଦ୍ୟୋଗୀ ସୃଷ୍ଟି କରିବାରେ ଖୁବ ଉପଯୋଗୀ ହୋଇପାରିବ । ପିଲାମାନଙ୍କର ଏହି ଅଭିନବ ଜ୍ଞାନ ଓ କୌଶଳ ଅତି ଚମତ୍କାର ଓ ଭବିଷ୍ୟତ ଖୁବ ଉଜ୍ୱଳ ।ଏହି ସମ୍ମିଳନୀ ରେ ମତ୍ସ୍ୟକ୍ଷେତ୍ର ସହିତ ଜଡିତ ଅନୁଷ୍ଠାନ ଗୁଡିକ ସେମାନଙ୍କର ଷ୍ଟଲ ପ୍ରଦର୍ଶିତ କରିଥିଲେ । ଅତିଥି ଅଧ୍ୟାପକ ଡ଼ଃ. ଅର୍ପିତ ଆଚାର୍ଯ୍ୟ ଆକ୍ୱାପ୍ରେନର୍ କନକ୍ଲେଭ୍ ୨୦୨୬ ଉପରେ ପ୍ରସ୍ତୁତ କରାଯାଇଥିବା ଏକ ରିପୋର୍ଟ ପରିବେଷଣ କରିଥିଲେ । 
    ଛାତ୍ରଛାତ୍ରୀମାନେ ପ୍ରଦର୍ଶିତ କରିଥିବା ମତ୍ସ୍ୟ ମୂଲ୍ୟଯୁକ୍ତ ଦ୍ରବ୍ୟ କୁ ବିଶେଷଜ୍ଞଙ୍କ ଦ୍ୱାରା ମୂଲ୍ୟାୟନ କରାଯାଇ ପୁରସ୍କୃତ କରାଯାଇଥିଲା । ଏହି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା ତାମିଲନାଡୁ ର ଡ଼କ୍ଟର ଜେ. ଜୟଲଳିତା ମତ୍ସ୍ୟବିଜ୍ଞାନ ବିଶ୍ୱବିଦ୍ୟାଳୟର  ଛାତ୍ର ଏସ. କବି ରେବଅନ୍ତ ଓ ତାଙ୍କ ସହଯୋଗୀ ଛାତ୍ରଛାତ୍ରୀ ଙ୍କୁ ୧୦ ହଜାର ଟଙ୍କାର ବୃତ୍ତିନାମା ସହ ମାନପତ୍ର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା । ଦ୍ଵିତୀୟ ସ୍ଥାନରେ ଯୁଗ୍ମ ଭାବରେ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ, ରଙ୍ଗେଈଲୁଣ୍ଡା ର ଛାତ୍ର ଓମ ଅନୁଭବ ମହାନ୍ତି, ବିଭାଷ ରଞ୍ଜନ ଦାସ ଏବଂ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ର ଛାତ୍ରୀ ତନିଶା ମହନ୍ତ ଓ ବର୍ଷାରାଣୀ ସାହୁ ଙ୍କୁ ୫ହଜାର ଟଙ୍କା ଲେଖାଏଁ ସହିତ ମାନପତ୍ର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା । ତୃତୀୟ ସ୍ଥାନ ରେ ମଧ୍ୟ ଯୁଗ୍ମ ଭାବରେ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ, ରଙ୍ଗେଈଲୁଣ୍ଡା ର ଛାତ୍ର ସଂଜୀବ ରଥ, ଦ୍ବିତିକୃଷ୍ଣ ଶଙ୍ଖୁଆ ଓ କାହ୍ନା ନାହାକ ଙ୍କ ସହିତ ଡ଼କ୍ଟର  ଏମ.ଜି.ଆର ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ, ତାମିଲନାଡୁ ର ଛାତ୍ରୀ ଲା. ଅମାଗାବର୍ଷୀନି ଙ୍କ ସହ ଦର୍ଶିନୀ ଏମ ଙ୍କୁ ୨୫୦୦ ଟଙ୍କା ଲେଖାଏଁ ସହିତ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଆସୋସିଏଟ ପ୍ରଫେସର ଡ଼ଃ. ଧରିତ୍ରୀ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ଓ ଅତିଥି ଅଧ୍ୟାପିକା ଅଭିନନ୍ଦା ଜେନା ମଞ୍ଚ ପରିଚାଳନା କରିଥିଲେ । ଏହି  ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ ।।

News Comment

You Might Also Like

BACK TO TOP