Breaking
News
Breaking
News
29-Jun-2026
ଗାଁ, ଗାଁ ରେ ଆଉ ଶୁଣିବାକୁ ମିଳୁନି ପାରମ୍ପରିକ ଧୁଡ଼ୁକି ଗୀତ ।
ଓଡିଶା ଜନ ମତ ବ୍ୟୁରୋ,
ଓଡିଶା ହେଉଛି କଳା ଓ ସଂସ୍କୃତି ର ରାଜ୍ୟ | ଏଠାରେ ବିଭିନ୍ନ ଲୋକ କଳା କୁ ସାଥ ଦେଉଛି ଲୋକ ବାଦ୍ୟ ଓ ସଙ୍ଗୀତ || ହେଲେ ସେମଧ୍ୟରୁ ଅନେକ ବାଦ୍ୟ ସବୁ ଲୋପ ପାଇ ଗଲାଣି!|ସେହି ବାଦ୍ୟ କଳାକୁ ପୁଣି ପୁନଃ ପ୍ରଚଳନ ପାଇଁ ସରକାର ଓ ସଂସ୍କୃତି ବିଭାଗ ସଜାଗ ନହେଲେ ବହୁତ ବାଦ୍ୟ ଯନ୍ତ୍ର ବନ୍ଦ ହୋଈ ଯିବ | ତେଣୁ ଜନ ସାଧାରଣ ଙ୍କ ଦାବି କୁ ସରକାର ଗୁରୁତ୍ୱ ଦେଈ ଏହି କଳା ବାଦ୍ୟ ଯନ୍ତ୍ର କୁ ରକ୍ଷା କଲେ ଲୋପ ପାଇଯିବାକୁ ବସିଥିବା କିଛି ବାଦ୍ୟ ଯନ୍ତ୍ର ର ଶବ୍ଦ ଲୋକମାନେ ଶୁଣି ପାରିବେ | ସେପରି ଏକ ବାଦ୍ୟ ଯନ୍ତ୍ର ଓ ସଙ୍ଗୀତ ହେଉଛି ଢେଙ୍କାନାଳ ର ଧୁଡୁକି ଗୀତ | ଆମ ଓଡ଼ିଶାରେ ଥିବା ବାଦ୍ୟଯନ୍ତ୍ରର ଭିନ୍ନ ଏକ ସ୍ବତନ୍ତ୍ର ରହିଛି ଯାହା ଆମ ପାଇଁ ଏକ ଗର୍ବ ଓ ଗୌରବ ବର ବିଷୟ । ଅନେକ ବାଦ୍ୟଯନ୍ତ୍ରର ନୂଆଁ କଳେବର ହୋଇଥିଲେ ବି ଏମିତି ଅନେକ ପାରମ୍ପରିକ ବାଦ୍ୟଯନ୍ତ୍ର ଅଛି ଯାହା ଆମ ମନକୁ ଏବେ ବି ଛୁଏଁ। ସେଥି ମଧ୍ୟରୁ ଧୁଡ଼ୁକି ବାଜାର ରୂପରହିଛି ଅପରିବର୍ତ୍ତନୀୟ । ଭଜନ ହେଉକି ପାରମ୍ପରିକ ବା ଆଧୁନିକ ଗୀତ ବେଶ୍ ଲୋକପ୍ରିୟ ସବୁ ସ୍ଥାନରେ ଆଉ ସବୁ ସମୟରେ। ଆଉ ସେଥିରେ ଯେବେ ମିଶିଯାଏ ଧୁଡ଼ୁକିର ମନଛୁଆଁ ରାଗ,ମତୁଆଲା ହୋଇ ଉଠେ ପରିବେଶ। ବାଟରେ ଯାଉଥିବା ଦେଖଣାହାରୀ ବି ଘଡ଼ିଏ ଅଟକି ଯାଆନ୍ତି ସେହି ସୁମଧୁର ସଙ୍ଗୀତ ଶୁଣିବାକୁ। ଗାଁ ଗାଁ ଦାଣ୍ଡରେ ଦାଣ୍ଡ ଧୁଡ଼ୁକି ବାଜିଲେ ସଙ୍ଗୀତ ପ୍ରେମୀଙ୍କ ମନ ଖୁସିରେ ଫାଟିପଡେ । ତାଙ୍କ ଗୀତ ଶୁଣି ଆନନ୍ଦିତ ହୋଇଯାନ୍ତି ଗାଁ ଲୋକେ। ଏହି ବାଦକ ମାନେ ଗାଁ ଗାଁ ବୁଲି କେବଳ ଲୋକଙ୍କର ମନୋରଞ୍ଜନ କରନ୍ତି ନାହିଁ ବରଂ ଲୋକଙ୍କୁ ଏପରି ପୁରୁଣା ବାଦ୍ୟଯନ୍ତ୍ରର ସଂରକ୍ଷଣ କରିବାକୁ ମଧ୍ୟ ପ୍ରତ୍ୟକ୍ଷ ସଚେତନ କରନ୍ତି। ଏମାନଙ୍କ ମାଧୁର୍ଯ୍ୟଭରା ସଙ୍ଗୀତରେ ବିଭୋର ହୋଇ କିଏ ଚାଉଳ ଗଣ୍ଡେ ଦିଏ ତ,ଆଉ କିଏ ପରିବା ପରିବା ଦିଇଟା ଦେଇଥାଏ ସେମାନଙ୍କୁ,ଯାହାକୁ ନେଇ ସେମାନେ ନିଜର ଗୁଜୁରାଣ ମେଣ୍ଟାଇ ଆତ୍ମସନ୍ତୋଷ ପାଆନ୍ତି। ପିଲାଦିନେ ଗାଁ ଦାଣ୍ଡ ଶୁଣିବାକୁ ମିଳୁଥୁଲା ଏହି ପଲ୍ଲିଗୀତ ଧୁଡ଼ୁକି। ଏହି ଗୀତର ମୂର୍ଚ୍ଚନା ଗାଁ ଦାଣ୍ଡରେ ଭାସି ଆସିଲେ ପିଲାଠୁ ବୁଢ଼ା ସଭିଏଁ ଚେଇଁ ଉଠନ୍ତି। ଆଜି କିନ୍ତୁ ଶୁଣିବାକୁ ମିଳୁନି ଏହି ପାରମ୍ପରିକ ଧୁଡ଼ୁକି ବାଦ୍ୟର ସ୍ୱର। ଗାଁରୁ ଆସ୍ତେ ଆସ୍ତେ ଏହି ଗୀତ ଓ ବାଦ୍ୟକୁ ଭୁଲି ଗଲେଣି। ଏହି ଧୁଡୁକି ଗୀତକୁ କେହି କେହି ଘୁଡ଼ୁକି ଗୀତ ମଧ୍ୟ କୁହନ୍ତି। ଏହି ଧୁଡ଼ୁକି ଗୀତ ହେଉଛି ଏକ ବାଦ୍ୟଯନ୍ତ୍ରର ଯାହା ସୁନ୍ଦର ହସ୍ତ ଚାଳନା ଶୈଳୀ ସାଙ୍ଗକୁ ପାରମ୍ପରିକ ଓ ସାଂସ୍କୃତିକ ଗୀତକୁ ବୋଲାଯାଉଥିବା ଓଡ଼ିଶାର ଏକ ପାରମ୍ପାରିକ ଲୋକକଳା। ଧୁଡ଼ୁକି ବଜାଇ ଆମ ଓଡ଼ିଶାର କିଛି ସମ୍ପ୍ରଦାୟର ଲୋକ ମାନେ ଗାଁ ଗାଁ ବୁଲି ଲୋକ ମାନଙ୍କର ମନୋରଞ୍ଜନ କରନ୍ତି ଆଉ ସେଥୁରୁ ଅର୍ଥ ଉପାର୍ଜନ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ଧୁଡ଼ୁକି ବଜେଇ,ଏମାନେ ଜଗନ୍ନାଥଙ୍କ ଭଜନ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟକବିତା,ରାଧାକୃଷ୍ଣଙ୍କ ପ୍ରେମ କାହାଣୀ,ବିଭିନ୍ନ ଗ୍ରନ୍ଥ ଉପନିଷେଦର କଥା ବୋଲି ଶୁଣେଇଥାନ୍ତି। ଢେଙ୍କାନାଳ,ନୟାଗଡ଼,ଯାଜପୁର ଆଦି ଅଞ୍ଚଳରେ ଏହି କଳାକାରମାନେ ଅଧିକ ଦେଖାଯାଆନ୍ତି। ଧୁଡ଼ୁକି,ଏକ ସମ୍ପୂର୍ଣ ସ୍ୱଦେଶୀ ବାଦ୍ୟଯନ୍ତ୍ର ଓ ବଜେଇବା ଲୋକେ ନିଜେ ଏହାକୁ ନିଜେ ତିଆରି କରିଥାନ୍ତି। କାଠର ଏକ ନଳର ଗୋଟିଏ ପାର୍ଶ୍ଵରେ ଏକପ୍ରକାର ଚମତାର ଆବରଣ ପକାଯାଇ,ତାହାର ମଧ୍ୟଭାଗରେ ଏକ ପ୍ଲାଷ୍ଟିକ ବା ଧାତୁ ନିର୍ମିତ ଡୋରି ବନ୍ଧାଯାଇଥାଏ ଡୋରିର ଅଂଶ। ପ୍ରାନ୍ତରେ ଏକ ଦଣ୍ଡ ବନ୍ଧାଯାଇଥାଏ। କାଖରେ ଧୁଡ଼ୁ କିର ନଖ,ପାପୁଲିରେ ଦଣ୍ଡକୁ ଭିଡିଧରିବା ସହ,ଅନ୍ୟ ହାତର ଚାରି ଆଙ୍ଗୁଠି ସାହାଯ୍ୟରେ ଡୋରିକୁ ଟାଣି ଏହାକୁ ବଜାଯାଏ। ଏହାର ଧ୍ଵନୀକୁ ଆହୁରି ସୁନ୍ଦର କରିବା ପାଇଁ,ଦଣ୍ଡରେ ଘୁଙ୍ଗୁର ମଧ୍ୟ ବନ୍ଧାଯାଇଥାଏ। ଧୁଡ଼ୁକିର ତାଳେ ତାଳେ,ଘୁଙ୍ଗୁରର ଶବ୍ଦ ବେଶ ମଧୁର ଧ୍ଵନୀ ସୃଷ୍ଟିକରିଥାଏ। ଆଧୁନିକ ବାଦ୍ୟଯନ୍ତ୍ରର ଆଗମନ ପରେ ଧୁଡ଼ୁକି ବାଦ୍ୟ ତାର ସତା ହରାଇଛି। ଯାହାଦ୍ୱାରା ଧୁଡ଼ୁକି ବଜାଇ ଗୁଜୁରାଣ ମେଣ୍ଟାଟାଉଥିବା ବହୁ ଲୋକ ଏବେ ଏଥିରୁ ଦୂରେଇ ଯାଉଛନ୍ତି। ଯେଉଁ କେତେଜଣ ଏହାକୁ ବଂଚାଇ ରଖୁଛନ୍ତି ସେମାନଙ୍କ ପରିବାର ଅବସ୍ଥା ଦୟନୀୟ ହୋଇ ପଡ଼ିଛି। ତଥାପି ସେମାନେ ହାର ମାନି ନାହାନ୍ତି। ଦୁଃଖକଷ୍ଟରେ ପରିବାର ଚଳାଉଛନ୍ତି ଆଉ ଏହି ପାରମ୍ପରିକ ଓ ସଂସ୍କୃତି ଭିତିକ ଲୋକ କଳାକୁ ହଜାଇବାକୁ ଦେଇ ନାହାଁନ୍ତି। ଆମ ଓଡ଼ିଶାର ଗଞ୍ଜାମରେ ଏହି ଧୁଡ଼ୁକି ଗୀତକୁ‘ କାଲା ଘୁଡ଼ୁକି”ଭାବରେ ଜଣାଯାଏ। ଘୁଡ଼ୁକି ଯନ୍ତ୍ରଟି ମୂଳତଃ ଶୁଦ୍ଧଶବର ଜାତିମାନଙ୍କ ନୃତ୍ୟଗୀତରୁ ଉତ୍ପର୍ତ୍ତୀ। ଗଞ୍ଜାମର ପୁରାତନ ଗୁରୁ ପ୍ରାଣବନ୍ଧୁ ତରାଇ ଘୁଡ଼ୁକିକୁ ସର୍ବପ୍ରଥମେ ନୂଆ ରୂପ ଦେଇ ବହୁ ପ୍ରସିଦ୍ଧ କରେଇପାରି ଥିଲେ। ସେ ଅଳ୍ପ କାଲା ଥିବାରୁ ଲୋକେ ଧୀରେ ଧୀରେ‘କାଲା ଘୁଡ଼ୁକି”ଭାବେ ସମ୍ବୋଧନ କରିବା ଆରମ୍ଭ କରିଲେ। ପ୍ରାଣବନ୍ଧୁଙ୍କ ପୁତ୍ର ନୀଳକଣ୍ଠ ତରାଇ ମଧ୍ଯ ଘୁଡ଼ୁକିନାଟର ପ୍ରମୁଖ ଗୁରୁମାନଙ୍କଜାଲକାତାରେ ମଧ୍ୟରୁ ଅନ୍ୟତମ। ବର୍ଷରେ ଭିତରେ ବିଶେଷ କରି କାର୍ତ୍ତିକ ମାସରେ ଗାଁକୁ ଗାଁ ବୁଲି ସେ ଧୁଡ଼ୁକି ବଢାଇବାକୁ ଆସନ୍ତି ଏହି ପାରମ୍ପରିକ ବାଦକମାନେ। ଅନ୍ୟ ସମୟରେ ନିଜର ଅନ୍ୟାନ୍ୟ ଅନ କାର୍ଯ୍ୟକ୍ରମ କରିବା ସହିତ ଏମାନେ ଯାତ୍ରୀବାହୀ ରେଳଗାଡ଼ି ଓ ବସରେ ଧୁଡ଼ୁକି ବଜାନ୍ତି। ସେମାନେ ଧୁଡ଼ୁକି ବଳାଇ ଅନନ୍ୟ ପାରମ୍ପରିକ ଲୋକ ଗୀତ,ଓଡ଼ିଆ ଭାଗବତ,ଜଗନ୍ନାଥ ଭଜନ ଓ ବିଭିନ୍ନ ତତ୍ୱପୂର୍ଣ୍ଣ ଗୀତ,ଗାଇଥାନ୍ତି ଯାହା ଲୋକ ମାନକୁ ଖୁବ୍ ଆକୃଷ୍ଟ କରନ୍ତି। ଲୋକେ ଏହି ଗୀତ ଶୁଣି ଖୁସି ହୋଇ ସେମାନଙ୍କୁ କିଛି ଟଙ୍କା ମଧ୍ୟ ଦେଇଥାନ୍ତି ଆଉ ଏଥିରେ ସେମାନେ ସେ ମାନଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି। ହେଲେ ଦୁଃଖର କଥା ଧୁଡ଼ୁଳି ବାଦ୍ୟକୁ ଆମ ଓଡ଼ିଶାରେ ସ୍ଵୀକୃତି ମିଳି ନାହିଁ । ଓଡ଼ିଶାରେ ଜନ୍ମିତ ଏହି ବାଦ୍ୟର ଆଦର ଓଡ଼ିଶାରେ ନଥୁଲେ ଥିଲେ ମଧ୍ୟ ବାହାର ଅଛି ଆଉ ଆମ ଓଡିଶାର କଳାକାର ମାନେ କୋଲକାତା ଓ ଆନ୍ଧ୍ରପ୍ରଦେଶ ଯାଇ ତାଙ୍କ ଭାଷାକୁ ଶିଖି ଏହି ଲୋକକଳାକୁ ନେଇ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। ଏଥିପାଇଁ ସେ ବଙ୍ଗାଳା ଓ ତେଲଗୁ ଭାଷା କ୍ୟାସେଟ୍ ସେଟ୍ ମଗାଇ ତାକୁ ଶୁଣି ଧୁଡ଼ୁକି ସ୍କେଲରେ ପକାଇ ଗୀତ ଗାଇଥାନ୍ତି। ଏହି ସବୁ ଗୀତ ମାଧ୍ଯମରେ ସାମାଜିକ ପରିବର୍ତ୍ତନ ଓ ଶରୀର ତତ୍ଵ ସମ୍ପର୍କରେ ବାର୍ତ୍ତା ରହିଥାଏ। ତେବେ ରାଜ୍ୟ ସରକାର ଓ ସଂସ୍କୃତି ବିଭାଗ ଏହାକୁ ସ୍ବୀକୃତି ଦେଇ ଏହାର ଉନ୍ନତି ପାଇଁ କିଛି ପଦକ୍ଷେପ ଓ ସହଯୋଗର ହାତ ବଢ଼ାଇଲେ ପାରମ୍ପରିକ ଲୋକକଳା ଉନ୍ନତୀ ହେବା ସହ ଏହାକୁ ଜୀବନ ଜୀବିକା କରିଥିବା କଳାକାରଙ୍କ ଆର୍ଥିକ ସ୍ଥିତି ବଦଳି ପାରିବ।
BACK TO TOP