Breaking News

ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||     

କୋଦଳା ଏନଏସି ରେ ସାମ୍ବାଦିକ ଙ୍କୁ ଆକ୍ରମଣ ଘଟଣା ରେଖୁବ ଶୀଘ୍ର ଦୋଷୀଙ୍କୁ ଗିରଫ କରାଯିବ, ଜିଲ୍ଲା ଏସପି |

03-Dec-2025

ସାମ୍ବାଦିକ ଭଗବାନ ପାଢୀଙ୍କୁ ଆକ୍ରମଣ ମାମଲା
ଖୁବ ଶୀଘ୍ର ଗିରଫ ହେବେ ଅଭିଯୁକ୍ତ!ଗଣମାଧ୍ୟମକୁ ସୂଚନା ଦେଲେ ଏସଡିପିଓ,
ଓଡିଶା ଜନ ମତ,କୋଦଳା ସୂର୍ଯ୍ ନାରାୟ ବଡ 

୦୩/୧୨/୨୦୨୫
ଗଞ୍ଜାମ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ସାମ୍ବାଦିକ ଭଗବାନ ପାଢୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ବଡ଼ ସୂଚନା ଦେଇଛନ୍ତି ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ।ବୁଧବାର ଏନେଇ କୋଦଳା ଥାନାରେ ପହଞ୍ଚି ତଦନ୍ତ ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ଗଠନ ହୋଇଛି ସ୍ବତନ୍ତ୍ର ଟିମ। ଅତି ନିକଟରେ ଗିରଫ ହୋଇ ପାରନ୍ତି ଅଭିଯୁକ୍ତ। ଘଟଣା ଘଟାଇବା ପରଠୁ ଅଭିଯୁକ୍ତ ମାନେ ଫେରାର ଥିବା ବେଳେ ସେମାନଙ୍କୁ ଧରିବାକୁ ପୋଲିସ ଜାଲ ବିଛାଇଛି। ସେପଟେ କୋଦଳା ଏନଏସି କାର୍ଯ୍ଯାଳୟରୁ ସିସିଟିଭି ଫୁଟେଜ ଗାଏବ୍ ଘଟଣାରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଏସପି। ସିସିଟିଭି ହାର୍ଡ ଡିସ୍କ ଜବତ କରି ତଦନ୍ତ କରାଯାଉଛି। ଘଟଣାରେ ଯେଉଁ ମାନଙ୍କର ସଂପୃକ୍ତି ଥିବ ତାଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏସଡିପିଓ ସୁଜିତ କୁମାର ନାୟକ।ମଙ୍ଗଳବାର ଗଞ୍ଜାମ ଜିଲ୍ଲା ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁନୀଲ କୁମାର କେରକେଟା ମଧ୍ୟ କୋଦଳା ଏନଏସିରେ ପହଞ୍ଚି ତଦନ୍ତ କରିଛନ୍ତି। ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ, ଅଧ୍ଯକ୍ଷଙ୍କ ସହିତ ଘଟଣା ସଂପର୍କରେ ଆଲୋଚନା କରିଛନ୍ତି। ତେବେ ଏନ ଏ ସି କାର୍ଯ୍ଯାଳୟ ପରିସରରେ ବହୁ ସାମ୍ବାଦିକ ଡୁଡା ପିଡିକୁଂ ଘଟଣା ସଂପର୍କରେ ପଚାରିବାରୁ ସେ ମୁହଁ ଖୋଲି ନାହାନ୍ତି। ତଦନ୍ତ ଚାଲିଥିବା କହି ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ନଦେଇ ମୁହଁ ଆଡେଇ ଚାଲି ଯାଇଥିଲେ। ଯାହାକୁ ନେଇ ଅଧିକ ସନ୍ଦେହ ଘନୀଭୂତ ହୋଇଛି। କିନ୍ତୁ ଡୁଡା ପିଡି ମହାଶୟ ଏନଏସି କାର୍ଯ୍ୟାଳୟ ରୁ ଅନ୍ୟ ରାସ୍ତା ଦେଇ କୋଦଳା ଥାନାକୁ ମଧ୍ୟ ଯାଇଥିବା ଦେଖିବାକୁ ମିଳିଥିଲା। ପିଡି ଙ୍କ ଆସିବା ପୂର୍ବରୁ ସାମ୍ବାଦିକ ମାନେ ଥାନାରେ ପହଞ୍ଚି ପୁଣିଥରେ ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରାଙ୍କୁ ଭେଟି ତଦନ୍ତ ଓ କାର୍ଯ୍ଯାନୁଷ୍ଠାନ ନେଇ ବୁଝିଥିଲେ। ହାର୍ଡ ଡ଼ିସକ ଜବତ ହୋଇଛି ଦୋଷୀକୁ ନିଶ୍ଚିତ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଥାନା ଅଧିକାରୀ ଶ୍ରୀ ବେହେରା । ଅଧ୍ୟକ୍ଷ ସରକାରୀ ଦଳର ହୋଇ ଥିବାରୁ ଘଟଣାକୁ ଚପାଇ ଦେବାକୁ ଯୋଜନା ଚାଲିଥିବା ଏବଂ ଏଥିରେ ଖୋଦ୍ ଉପରିସ୍ଥ ଅଧିକାରୀ ସହଯୋଗ କରୁଥିବା ମନେ ହେଉଛି।ସୂଚନା ଅନୁଯାୟୀ ଗତ ୨୮ ତାରିଖରେ କୋଦଳା ଏନଏସି କାର୍ଯ୍ଯାଳୟରେ ଟେଣ୍ଡର ଫିକ୍ସିଂକୁ ନେଇ ପ୍ରତିବାଦ କରିଥିଲେ ସାମ୍ବାଦିକ ଭଗବାନ ପାଢୀ। ଏହି ସମୟରେ କୋଦଳା ଏନଏସି କାର୍ଯ୍ଯାଳୟ ପରିସରରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଦୁବୃର୍ତ୍ତ। ଖୋଦ୍ ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଓ କାର୍ଯ୍ଯ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ ଙ୍କ ପ୍ରରୋଚନାରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ନେଇ କୋଦଳା ଥାନାରେ ଏତଲା ଦେଇଥିଲେ ସାମ୍ବାଦିକ ଭଗବାନ ପାଢୀ। ଜିଲ୍ଲାର ବହୁ ସଂଖ୍ୟାରେ ସାମ୍ବାଦିକ ମାନେ ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ତ୍ବରିତ କାର୍ଯ୍ଯାନୁଷ୍ଠାନ ପାଇଁ କୋଦଳା ଥାନାର ଦ୍ବାରସ୍ଥ ହୋଇଥିଲେ।

News Comment

You Might Also Like

BACK TO TOP