Breaking News

ମୃତକଙ୍କ ପାଖରେ ପହଞ୍ଚି ସମ ବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (16-Aug-2026)       ||      କଳମ୍ବ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ |    (16-Aug-2026)       ||      ଭାରତ ରୁ ଅନ୍ୟଦେଶ ବିଭାଜନ ହୋଇ ନଥିଲେ କେତେ ବଡ଼ ଓ ସୁନ୍ଦର ଦିଶିଥାଆନ୍ତା |   (16-Aug-2026)       ||      ପଦ୍ମପୁର ରେ ଉପଖଣ୍ଡ ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ!|    (16-Aug-2026)       ||      ପଦ୍ମପୁର ଓକିଲ ସଂଘ ଆନୁକୁଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (16-Aug-2026)       ||      ପୁରୁଷୋତ୍ତମପୁର ବିଜେପି ତରଫରୁ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ପୁରୁଷୋତ୍ତମପୁର ପରିବା ମାର୍କେଟ ରେ ମଧ୍ୟ ଧୁମ ଧାମରେ ପାଳିତ ହେଲା ପତାକା ଉତ୍ତୋଳନ |    (16-Aug-2026)       ||      ତିନି କୋଟି ରୁ ଉର୍ଦ୍ଧ ସରକାରୀ ଅର୍ଥ ଆତ୍ମସାତ ଘଟଣା ରେ ଭିଜିଲାନ୍ସ ଦ୍ୱାରା ଦୁଇ ଗିରଫ ||   (16-Aug-2026)       ||      ପୁରୁଷୋତ୍ତମପୁର ରେ ଥିବା ଆଇ ଏସ ଆର ଡ଼ି ରେ ସ୍ୱାଧୀନତା ଦିବସ ପାଳିତ |    (15-Aug-2026)       ||      ସ୍ୱାଧୀନତା ଦିବସ ରେ ସ୍ବର୍ଗତ୍ବ କେ ଭାସ୍କର ପାତ୍ର ଙ୍କ 77 ତମ ବାର୍ଷିକୀ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ ||   (15-Aug-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ଛତ୍ରପୁର ଠାରେ ପାଳିତ |    (15-Aug-2026)       ||      ବ୍ରହ୍ମପୁର ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ "ହର ଘର ତ୍ରିରଙ୍ଗା " କାର୍ଯ୍ୟକ୍ରମ ଅନୁଷ୍ଠିତ |   (15-Aug-2026)       ||      ବାଲିଗୁଡା ରେ ଉପଖଣ୍ଡ ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ |   (15-Aug-2026)       ||      ପୁରୁଷୋତ୍ତମପୁର ଏନଏସି ରେ ବିଭିନ୍ନ ଦାବି ନେଇ କାଉନ ସିଲର ଙ୍କ ଧାରଣା |    (15-Aug-2026)       ||      ବାଲିଗୁଡା ଉପଖଣ୍ଡ ବରିଷ୍ଟ ନାଗରିକ ସଂଘ ତରଫରୁ ସ୍ୱାଧୀନତା ଦିବସପାଳିତ |   (15-Aug-2026)       ||      ଯୁକ୍ରେନ ବିରୁଦ୍ଧରେ ରୁଷ ପାଈଁ କୋର୍ଟ ଲଢ଼ିବେ ଭାରତୀୟ ପୂର୍ବତନ ବିଚାର ପତି DY ଚନ୍ଦ୍ରଚୁଡ଼ ||   (15-Aug-2026)       ||      ଜାତୀୟ ପତାକା ଉତ୍ତୋଳନ ପରେ ଅସୁସ୍ଥ ହୋଇ ପଡିଲେ 8ଜଣ ଛାତ୍ରୀ ||   (15-Aug-2026)       ||      32 ବର୍ଷ ତଳର ସେହି ହିନ୍ଦୀ ଗୀତ ସେତେବେଳେ ଲେଖିବା ସମୟରେ କାନ୍ଦି ପକେଇଥିଲେ ଲେଖକ |   (14-Aug-2026)       ||      କଂଗ୍ରେସ ଛାତ୍ର ନେତାଙ୍କୁ ହ୍ୱାଟ୍ସଅପ ମାଧ୍ୟମରେ ପୂର୍ବ ଜିଲ୍ଲା କଂଗ୍ରେସ ସଭାପତି ଙ୍କ ଗାଳି ଓ ଆକ୍ରମଣ ଧମକ |   (14-Aug-2026)       ||     

ପୋଲସରା ବିଶ୍ଵକର୍ମା ମନ୍ଦିର ରେ ସମାଜ ପକ୍ଷରୁ ଦେବଶିଳ୍ପୀ ଙ୍କ ପୂଜା ଅନୁଷ୍ଠିତ |

18-Sep-2025

ପୋଲସରା ବିଶ୍ୱକର୍ମା ମନ୍ଦିରରେ ସମାଜ ପକ୍ଷରୁ ଦେବଶିଳ୍ପିଙ୍କ ପୂଜା ପାଳିତ।

ଓଡ଼ିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ଡା
 ତା.୧୮/୦୯/୨୦୨୫:

 ପୋଲସରା ଏଵଂ ଆଖପାଖ ଅଞ୍ଚଳରେ ୧୭ ତାରିଖ ବୁଧବାର ଦିନ ଦେବଶିଳ୍ପି ବିଶ୍ୱକର୍ମାଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି। ଦିବସର ବ୍ରାହ୍ମମୁହୂର୍ତ୍ତ ସମୟରୁ ସଂଧ୍ୟା ୭ ଘଟୀକା ସମୟ ମଧ୍ୟରେ ବିଧିବିଧାନ ନିତିକାନ୍ତି ପ୍ରକାରେ ପୁରୋହିତ ମଣ୍ଡଳୀଙ୍କ ଦ୍ବାରା ସମସ୍ତ ପ୍ରକାର କାର୍ଯ୍ୟ ମନ୍ତ୍ରୋଚାରଣ ମଧ୍ୟରେ ସୁଚାରୁରୂପେ ସମ୍ପନ୍ନ କରାଯାଇଥିଲା। ଏହି କ୍ରମରେ ଶ୍ରୀ ଶ୍ରୀ ବିଶ୍ୱକର୍ମା ସମାଜ,ଆଠଗଡ଼ ତାଲୁକା ପୋଲସରା ପକ୍ଷରୁ ସ୍ଥାନୀୟ ମନ୍ଦିରରେ ପ୍ରତିବର୍ଷ ଭଳି ବାର୍ଷିକ ଉତ୍ସବ ରୁପେ କୁଳଇଷ୍ଠ ବିଶ୍ୱକର୍ମାଙ୍କ ପୂଜା ପାଳିତ କରାଯାଇଥିଲା। ସଭାପତି ମଦନ ମୋହନ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏଵଂ ସାଧାରଣ ସମ୍ପାଦକ ବିକ୍ରମ ମହାରଣାଙ୍କ ସମ୍ପାଦନାରେ ଏକ ସ୍ବାଗତ ଏଵଂ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଏଥିରେ ସମାଜର ପୋଲସରା ସମେତ ଖଲାଡ଼ି, ବରିଡାଖଣ୍ଡ, ଘାଟିପାରକୁ ମିଶାଇ ୪ ମୁଠାର ସମସ୍ତ ସଭାପତି,ଉପସଭାପତି,ସମ୍ପାଦକ,କୋଷାଧ୍ୟକ୍ଷ ଓ ଉପଦେଷ୍ଟା ଏଵଂ ସମସ୍ତ ସଦସ୍ୟବୃନ୍ଦ ଯୋଗଦେଇଥିଲେ। ବିଶେଷ କରି ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ ଆସ୍କା ସା°ସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ମନ୍ଦିରକୁ ଆସି ପ୍ରଭୁଙ୍କ ଦର୍ଶନ କରିବାସହ ଆର୍ଶୀବାଦ ଲାଭ କରିଥିଲେ। ଏହି ଅବସରରେ ସମାଜ ତରଫରୁ ସା°ସଦକୁ ପା°ରପାରିକ ମଥାରେ ଚନ୍ଦନଟୋପା  ଲାଗିକରି ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସମାଜର ଉପସ୍ଥିତ ଅନ୍ୟ ସମସ୍ତ କର୍ମକର୍ତ୍ତାମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉତ୍ସବ କାର୍ଯ୍ୟକ୍ରମରେ ସମାଜର କଳାକାରମାନଙ୍କ ଦ୍ବାରା ବହୁ ସୁନ୍ଦରଭାବେ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ଯୁଗ୍ମ ସମ୍ପାଦକ ଲବ ମହାରଣା,  ଉପସଭାପତି ଲକ୍ଷ୍ମୀ ମହାରଣା ଓ ସୁରେନ୍ଦ୍ର ମହାରଣା, କୋଷାଧ୍ୟକ୍ଷ ନିରଞ୍ଜନ ମହାରଣା, ମୁଖ୍ୟ ଉପଦେଷ୍ଟା ଯୋଗେନ୍ଦ୍ର ମହାରଣା ଓ ଉପଦେଷ୍ଟା ତ୍ରିନାଥ ମହାରଣା,ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ସେହିପରି ସ୍ଥାନୀୟ ସରକାରୀ ଜନସ୍ବାସ୍ଥ୍ୟ ଅନୁଖଣ୍ଡ କାର୍ଯ୍ୟାଳୟ,ସରକାରୀ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟ ସମେତ ଶ୍ରୀ ଶ୍ରୀ ବିଶ୍ୱକର୍ମା ରାଜମିସ୍ତ୍ରୀ ସଂଘ ପୋଲସରା, ଶ୍ରୀ ଶ୍ରୀ ବିଶ୍ୱକର୍ମା ବାଇକ୍ ଗ୍ୟାରେଜ ସଂଘ ପୋଲସରା, ସ୍ଵର୍ଣ୍ଣ କାରିଗର ସଂଘ ପୋଲସରା,ବିଭିନ୍ନ ଗ୍ୟାରେଜ,ଫେବ୍ରିକେଶନ ଦୋକାନ ସହିତ ଗୃହମାନଙ୍କରେ ଏହି ପୂଜା ହୋଇଥିବା ଦେଖିବାକୁ ମିଳିଛି। ରଙ୍ଗୀନ ବିଭିନ୍ନ ଆକର୍ଷଣୀୟ ସାଜସଜ୍ଜା ଆଲୋକମାଳାରେ ଭରପୁର ଆକର୍ଷଣୀୟ ପୂଜା ମଣ୍ଡପରେ ଦେବଶିଳ୍ପୀଙ୍କୁ ଦର୍ଶନ ଲାଭ କରିବାସହିତ ଆର୍ଶୀବାଦ ନେଇ ପ୍ରସାଦ ସେବନ କରି  ନିଜକୁ ଧନ୍ୟ ମନେ କରିବା ଆଶାରେ ଦର୍ଶନାଥି ମାନଙ୍କ ପ୍ରତିଦିନ ସନ୍ଧ୍ୟାରେ ପ୍ରବଳ ଗହଳି ଲାଗିଥିବାର ଦେଖିବାକୁ ମିଳିଛି। ଯାହାଫଳରେ ଏହି ପୂଜା ପାଇଁ ସହର ଠାରୁ ଗ୍ରାମ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଥିବା ଦେଖାଯାଉଛି।

News Comment

You Might Also Like

BACK TO TOP