Breaking
News
Breaking
News
25-Dec-2024
ବର୍ଷାକୁ ଖାତିର ନ କରି ପ୍ରଭୁ ଯୀଶୁଙ୍କ ପାଇଁ କଲେ ପ୍ରାର୍ଥନା: ଧରାବତରଣ କଲେ ପ୍ରଭୁ ଯୀଶୁ,
ଓଡିଶା ଜନମତ ବ୍ୟୁରୋ ,
ବାଲିଗୁଡା,୨୫/୧୨ : ଆଜି ସାରା ବିଶ୍ୱ ପାଳନ କରୁଛି ବଡ଼ଦିନ। ମଧ୍ୟ ରାତ୍ରରୁ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ । ଏହି ପ୍ରରିପ୍ରେକ୍ଷୀ ରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡର ପ୍ରତ୍ୟେକ ବ୍ଲକ ଅଞ୍ଚଳର ଗାଁ ଗହଳିରେ ଥିବା କ୍ୟାଥଲିକ, ବାପିଷ୍ଟ୍ , ସି.ଏନ.ଆଇ ଚର୍ଚ୍ଚ ଓ ଉପାସନା ଗୃହରେ ଖ୍ରୀଷ୍ଟ ବିଶ୍ବାସୀ ଙ୍କ ଭିଡରେ ସମୂହ ପ୍ରାର୍ଥନା କରିବା ସହ ଏହି ପର୍ବ ବଡ଼ ଧୂମ୍ଧାମ ଓ ଶାନ୍ତିଶୃଙ୍ଖଳା ର ସହ ପାଳନ କରାଯାଇଛି। ଏହି ପର୍ବ ପାଇଁ ଖ୍ରୀଷ୍ଟପ୍ରେମୀଙ୍କ ମଧ୍ୟରେ ଦେଖାଯାଇଛି ଖୁସି। ଚାରିଆଡ଼େ କେବଳ ଶାନ୍ତି, ସଦ୍ଭାବନା ଓ ମୈତ୍ରୀର ବାର୍ତ୍ତା ଦିଆଯାଇଛି। ଘରେ ଘରେ ଦେଖାଯାଇଛି ଉତ୍ସବମୁଖର। ଚର୍ଚ୍ଚ ସମେତ ପ୍ରାର୍ଥନା ଗୃହରେ ଚାଲିଛି ହୋମ, ଯଜ୍ଞ ଓ ବାଇବେଲ ପଠନରେ ପ୍ରକମ୍ପିତ ହେଉଛି ଚର୍ଚ୍ଚ ଗୃହ। ଯୀଶୁଙ୍କ ଜନ୍ମ ଖୁସିରେ ସମସ୍ତ ଖ୍ରୀଷ୍ଟପ୍ରେମୀ ଶ୍ରଦ୍ଧାଳୁ ନୂଆଁ ପୋଷାକ ପରିଧାନ କରି କେକ୍ କାଟିବା ସହ ପିଠା ପଣାର ଆସର ଜମିଛି। ଅନ୍ୟପକ୍ଷରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି। ଏହାକୁ ଖାତିର ନ କରି ପରିବାର ଲୋକଙ୍କ ସହ ପହଞ୍ଚି ଯାଇଛନ୍ତି ଖ୍ରୀଷ୍ଟ ଶ୍ରଦ୍ଧାଳୁ ଆଉ ସମସ୍ତେ ସାମିଲ ହୋଇ ନିଜ ପରିବାର ଓ ସମାଜ ରେ ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି। ଜିଲ୍ଲାର ବାଲିଗୁଡା, କ.ନୂଆଗାଁ, ରାଇକିଆ, ଜି. ଉଦୟଗିରି, ଦାରିଙ୍ଗବାଡି, ତୁମୁଡିବନ୍ଧ ଓ କୋଟଗଡ ବ୍ଲକର ସମସ୍ତ ପଞ୍ଚାୟତରେ ରହିଥିବା ଶତାଧିକ ଚର୍ଚ୍ଚ ଗୃହରେ ମଙ୍ଗଳବାର ସନ୍ଧ୍ୟା ସମୟରୁ ହିଁ ଗୀର୍ଜା ଓ ଉପାସନା ଗୃହ ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ଏବଂ ଗୀତ ନୃତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ପ୍ରକମ୍ପିତ ହେଉଅଛି l ଶାନ୍ତିର ପ୍ରତୀକ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଙ୍କ ବାର୍ତ୍ତା କୁ ଯାଜକ ମାନେ ଶ୍ରଦ୍ଧାଳୁ ଙ୍କୁ ଶୁଣାଇଥିଲେ। ବିଭିନ୍ନ ବ୍ଲକ ଅଞ୍ଚଳର ଦାୟିତ୍ୱରେ ଥିବା ମାଜିଷ୍ଟ୍ରେଟ ତଥା ତହସିଲଦାର, ବିଡ଼ିଓ, ଏବଂ ଥାନା ଅଧିକାରୀଙ୍କ ସମେତ ପ୍ରମୁଖ ଅଧିକାରୀ ମାନେ ବିଭିନ୍ନ ଚର୍ଚ୍ଚ, ଗୀର୍ଜା ଓ ଉପାସନା ଗୃହ ବୁଲି ଶାନ୍ତିଶୃଙ୍ଖଳାର ତଦାରଖ କରିଛନ୍ତି।
BACK TO TOP