Breaking
News
Breaking
News
22-Sep-2026
ବାତ୍ୟା ଅର୍ଣ୍ଣବ ପାଇଁ ଖଲ୍ଲିକୋଟ ବ୍ଲକ ପ୍ରଶାସନ ର ତତ୍ପରତା, ଚିଲିକା କୁ ନଯିବା ପାଇଁ ମସ୍ୟଜୀବୀ ଙ୍କି ସତର୍କତା,ସ୍କୁଲ କଲେଜ ଛୁଟି ନେଇ ପଦକ୍ଷେପ ନିଆଯିବ |
ଓଡିଶ ଜନମତ, ଖଲ୍ଲିକୋଟ,ମାଧବ ବେହେରା :----
ଗଞ୍ଜାମ ଜିଲ୍ଲା ର ଖଲ୍ଲିକୋଟ ଏକ ବାତ୍ୟା ପ୍ରବଣ ଅଞ୍ଚକ | ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ କୁ ଆଖି ଆଗରେ ରଖି ଗଞ୍ଜାମ ଜିଲ୍ଲପାଳ ସମସ୍ତ ବ୍ଲକ ର କର୍ତ୍ତୃପକ୍ଷ ଙ୍କୁ ସଜାଗ ରହିବା ପାଇଁ ସୂଚନା ଦେବା ପରେ ବ୍ଲକ ପ୍ରଶାସନ ତରଫରୁ ଆଗାମୀ ଚାରିଦିନ ପାଇଁ ସଜାଗ ରହିବା ପାଇଁ ପଂଚାୟତ ସ୍ତରୀୟ ସମସ୍ତ କର୍ମଚାରୀ ଙ୍କୁ ଦପ୍ତର ଛାଡି ନ ଯିବା ପାଇଁ କଡା ନିଁର୍ଧେଶ ଦିଆ ଯାଇଛି | ବାତ୍ୟା ଅର୍ଣ୍ଣବ ପ୍ରଭାବ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଓ ଗଞ୍ଜାମ ତତବର୍ତ୍ତୀ ଇଲାକା ରେ ଲ୍ୟାଣ୍ଡ ଫାଲ ହେବା ନେଇ ଆଇ ଏମ ଡ଼ି ସତର୍କ କରିବା ପରେ ଖଲ୍ଲିକୋଟ ବ୍ଲକ ର ସଭା ଗୃହ ରେ ଏ ନେଇ ଏଜ ବୈଠଜ ଅନୁଷ୍ଠିତ ହୋଇ ଥିଲା |ଉକ୍ତ ବୈଠକ ରେ ଖଲ୍ଲିକୋଟ ଗୋଷ୍ଟି ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ ଓ ଖଲ୍ଲିକୋଟ ତହସିଲଦାର କେ ମାଲେଶ୍ୱର ପାତ୍ର, ଖଲ୍ଲିକୋଟ ଥାନା ଅଧିକାରୀ ରମେ କୁମାର ପ୍ରଧାନ ଖଲ୍ଲିକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧକ୍ଷ ଡାକ୍ତର ପ୍ରଦୀପ ପଟନାୟକ, ବି ଇ ଓ ସତ୍ୟ ନାରାୟଣ ଦାଶ, ପ୍ରାଣୀ ଚିକିଛା ଅଧିକାରୀ ସୌମ୍ୟ ରଞ୍ଜନ ରାଉତ କୃଷି ବିଭାଗ ଅଧିକାରୀ ପ୍ରଦୀପ କୁମାର ନୟାଜ ଓ ଅଗ୍ନି ଶମ ବାହିନୀ ସମେର ସମସ୍ତ ପଂଚାୟତ ଅଧିକାରୀ ମାନଙ୍କୁ ସଜାଗ ରହିବାକୁ ପରାମର୍ଶ ଦିଆ ଯାଇଥିଲା |, କରଣ ଖଲ୍ଲିକୋଟ ବ୍ଲକ ର 16 ଗୋଟି ବାତ୍ୟା ଆଶ୍ରୟ ସ୍ଟଲ କୁ ପ୍ରସ୍ତୁତି କରାଯାଇ ଗୋ ଖାଦ୍ୟ ଓ ମେଡ଼ିସିନ ଓ 200 ବଡ଼ ଗାଇ ଓ 100 ଛୋଟ ଗାଇ ଙ୍କ ପାଇଁ ଖାଦ୍ୟ ଓ ସେମାନଙ୍କ ଚିକିଛା ପାଇଁ ରାପିଡ଼ ଆକ୍ସନ ଫୋର୍ସ ଓ ମସ୍ୟଜୀବୀ ମାନଙ୍କୁ ଚିଲିକା ଭିତରକୁ ନ ଯିବା ପାଇଁ ସୂଚନା ଦେବା ସହ ଯେଉଁ ମାନେ ଚିଲିକା ଭିତରେ ଅଛନ୍ତି ସେମାନଙ୍କୁ ଫେରାଇ ଆଣିବା ପାଇଁ ସୂଚନା ପ୍ରଦାନ କରାଯାଇଛି |ସମସ୍ତ ଉଚ୍ଚ ବିଦ୍ୟାଳୟ ଓ କଲେଜ ମାନଙ୍କ ରେ ସ୍ଥାନାନ୍ତର ହେବାକୁ ଥିବା ଲୋକନୁ ରଖିବା ପାଇଁ ମଦ୍ୟ ସୂଚନା ଦିଆଯାଇଛି |ସର୍ବୋପରି ଚାଷୀ ମାନଙ୍କୁ ଝଡ଼ ବାତ୍ୟା ସମୟ ରେ କ୍ଷେତ କୁ ନ ଯାଇ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି |କରଣ ପ୍ରବଳ ଘଡ ଘଡି ସହ ବିଜୁଳି ମାଡ଼ ହେବାର ସମ୍ଭାବନା ରହିଛି |ବାତ୍ୟା ଓ ବର୍ଷା ସମୟ ରେ ଖଲ୍ଲିକୋଟ ବ୍ଲକ ର ପାଞ୍ଚ ଗୋଟି ମସ୍ୟଜୀବୀ ଅଧୁଷିତ ପଂଚାୟତ ଓ ଖରାଖରୀ ନଦୀ ର ବଳକା ପନି ବ୍ଲକ ର ମୁଖ୍ୟତଃ ବି ଏନ ପୁର ପଂଚାୟତ ର ବିଳାସପୁର ଓ କୋମଣ୍ଡ ପବଚାୟତ ର ବଡ଼ ରାମ ପଲ୍ଲୀ ଗ୍ରାମ କୁ ବନ୍ୟା ଜକ ପ୍ରବାହିତ ହେବାର ସମ୍ଭାବନା ଥିବାରୁ ସେଥି ପ୍ରତି ସତର୍କ ଦୃଷ୍ଟି ପାଇଁ ଧ୍ୟାବ ଦିଆଯିବ ବୋଲି ଆଲୋଚନା ହୋଇ ଥିଲା |
BACK TO TOP