Breaking
News
Breaking
News
21-Sep-2026
ଆୟୁର୍ବେଦ ମହତ୍ତ୍ୱ ଜ୍ଞାନ ଓ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ |
ଓଡିଶା ଜନ ମତ, ବ୍ରହ୍ମପୁର, କୈଳାଶ ଚନ୍ଦ୍ର ଚୌଧୁରୀ :----
ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ 23 ତାରିଖ ଜାତୀୟ ଆୟୁର୍ବେଦ ଦିବସ ଅବ୍ୟବହିତ ପୂର୍ବରୁ ଆୟୁର୍ବେଦର ସଫଳତା ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ଆମ ଘର ଚାରିପାଖରେ ଥିବା ପରିବେଶରୁ ଚେର ମୂଳ ଓ ରୋଷେଇ ଶାଳାରୁ ଦ୍ରବ୍ୟ ସଂଗ୍ରହ କରି ଔଷଧ ରୂପେ ବ୍ୟବହାର କଲେ, ଆମ ଶରୀର ପାଇଁ ପ୍ରତିକ୍ରିୟା ହୁଏନାହିଁ, ଶସ୍ତା, ସଦ୍ୟ ପ୍ରସ୍ତୁତ, ସବୁଠି ସୁଲଭ।ଦିବ୍ୟ ଦ୍ରଷ୍ଟା ରୁଷି ମାନେ କହିଛନ୍ତି। ଆୟୁର୍ବେଦରେ ଅଛି ଯୋଗ, ଆସନ, ସଦାଚାର ଶିକ୍ଷ୍ୟା, ଦିନଚର୍ଯ୍ୟା, ମାଲିସ୍, ସେକ ଆଦି ପଞ୍ଚକର୍ମ ଚିକିତ୍ସା , ଶ୍ଲୀପଦ, ବାତରକ୍ତ, ଚର୍ମରୋଗ ପାଇଁ ଜୋକ ଚିକିତ୍ସା ଓ ଆମ ଭାରତର ଚିକିତ୍ସା ବିଜ୍ଞାନ।ପୁରାତନ ଗଣ୍ଠିବାତ, ସ୍ତ୍ରୀ ରୋଗ ଆଦି ଆୟୁର୍ବେଦ ଚିକିତ୍ସା ହୋଇ ସୁସ୍ଥ ରହିବାକୁ ପରାମର୍ଶ ଦେଇଥିଲେ।
ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ, ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରିଥିଲେ।ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି.ଶ୍ରୀନିବାସ ରାଓ।
BACK TO TOP